ମହିଳା ମାନେ ପାଦରେ ପାଉଁଜି ଲଗାଇବା ପଛରେ ବି ରହିଛି ଏମିତି ଫାଇଦା, ହୁଏତ ଆପଣ ତାହା ଜାଣିନଥିବେ…

ଷୋଳ ଶୃଙ୍ଗାର ମଧ୍ୟରେ ଗୋଡରେ ପିନ୍ଧା ଯାଉଥିବା ପାଉଁଜି ମଧ୍ୟ ଗୋଟେ ବୋଲି ମାନ୍ୟତା ରହିଛି । ପାଉଁଜି ଗୋଡକୁ ସୁନ୍ଦର ଓ ଆକର୍ଷଣର କେନ୍ଦ୍ର ବନେଇଥାଏ । ଏହା ସହ ପାଉଁଜି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁଯାଇ ପାଉଁଜି ପିନ୍ଧିବା ବହୁତ ଶୁଭ ବୋଲି କୁହାଯାଏ । ପାଉଁଜି ଶବ୍ଦ ଦ୍ଵାରା ଘରୁ ନକାରାତ୍ମକ ଊର୍ଜା ସମାପ୍ତ ହୋଇଥାଏ ବା ଦୂର ହୋଇଥାଏ । ପୁରୁଣା ସମୟରେ ପାଉଁଜି ଲୋକଙ୍କ ପାଇଁ ବହୁତ ମାନ୍ୟତା ରଖୁଥିଲା ଏବଂ ଏବେ ମଧ୍ୟ ରହିଛି ।

ପାଉଁଜି ଗୋଡକୁ ସୁନ୍ଦର କରିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ, ତେବେ ଆସନ୍ତୁ ଜାଣିବା ଏହାର ଲାଭକାରୀ ଗୁଣ ବିଷୟରେ । ଯେତେବେଳେ ମହିଳା କୌଣସି ଆଭୁଶଣ ଧାରଣ କରନ୍ତି ତେବେ ଅଳଙ୍କାର ତାଙ୍କ ଶରୀରରେ ଘଷି ହୋଇଥାଏ ଏବଂ ଏହା ଦ୍ଵାରା ତାଙ୍କ ହାଡ ମଜବୁତ ହୋଇଥାଏ । ପାଉଁଜି ବିଭିନ୍ନ ଧାତୁର ମାର୍କେଟରେ ମିଳୁଅଛି । ହେଲେ ପାଉଁଜି ଚାନ୍ଦିର ପିନ୍ଧନ୍ତୁ ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ ।

ଏହା ଛଡା ବାସ୍ତୁ ଶାସ୍ତ୍ର ଅନୁଯାଇ ସୁନା ଅଳଙ୍କାର ପାଦରେ ପିନ୍ଧିବା ଉଚିତ ନୁହେଁ, ସୁନା ପ୍ରାୟତଃ ହାତରେ ପିନ୍ଧିବା ଉଚିତ ଅଟେ । ଚାନ୍ଦି ଥଣ୍ଡା ଧାତୁ ହୋଇଥାଏ ।  ଆୟୁର୍ବେଦ ଅନୁଯାଇ ମଣିଷ ଶରୀର ଉପରେ ଥଣ୍ଡା ଏବଂ ତଳେ ଗରମ ହୋଇଥାଏ ସେଥିପାଇଁ ଶରୀର ଉପର ଭାଗରେ ସୁନା ଏବଂ ତଳେ ଥଣ୍ଡା ଧାତୁ ଚାନ୍ଦି ପିନ୍ଧିବା ଉଚିତ ଅଟେ । ତେବେ ଶରୀର ଉପର ଭାଗରୁ ଗରମ ଏବଂ ତଳୁ ଥଣ୍ଡା ଊର୍ଜା ଦ୍ଵାରା ପୁରା ଶରୀର ତାପମାତ୍ରା ସନ୍ତୁଳିତ ରହିଥାଏ ।

ହିନ୍ଦୁ ଧର୍ମ ମାନ୍ୟତା ଅନୁଯାଇ ପାଉଁଜି ପିନ୍ଧିବା ବହୁତ ଶୁଭ ବୋଲି ମାନ୍ୟତା ଅଛି । ତେବେ ବାସ୍ତୁଶାସ୍ତ୍ର ଅନୁଯାଇ ପାଉଁଜି ଶବ୍ଦ ଦ୍ଵାରା ଘର ନକାରାତ୍ମକ ଊର୍ଜା ଦୂର ହୋଇଥାଏ । ମହିଳାଙ୍କ ପାଦରେ ପାଉଁଜି ପିନ୍ଧିବା ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଛି ।

କୁହାଯାଏ ଯେ ପୁରୁଣା ସମୟରେ ଯେତେବେଳେ ମହିଳାମାନେ ପୁରୁଷ ଲୋକଙ୍କ ସାମ୍ନାକୁ ଯାଉ ନଥିଲେ ସେତେବେଳେ ମହିଳାମାନେ ଯଦି ପୁରୁଷମାନଙ୍କ ପାଖ ଦେଇ ଆସୁଥିବେ ତେବେ ପୁରୁଷ ଜାଣି ପାରନ୍ତି ଓ ସତର୍କ ହୋଇଯାନ୍ତି । ତେବେ ମହିଳା ମାନେ ପାଦରେ ପାଉଁଜି ପିନ୍ଧିବା ଦ୍ଵାରା ପାଦର ସୁନ୍ଦରତା ଅଧିକ ବଢିଯିବା ସହ ପାଉଁଜିରୁ ନିର୍ଗତ ରୁମଝୁମ ଶବ୍ଦ ଘରେ ସକାରାତ୍ମକ ବାତାବରଣ ବଜାୟ ରଖିଥାଏ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ ।