ଗ୍ଯାସ ଧିମା ଜଳୁଛି କି ? ବାସ୍ କରନ୍ତୁ ଏହି ଗୋଟେ ଉପାୟ, ଗ୍ଯାସରୁ ଦୁଇଗୁଣା ଅଧିକ ଉତ୍ତାପ ବାହାରିବ…

ବନ୍ଧୁଗଣ ଆଗକାଳରେ ରୋଷେଇ କରିବା ପାଇଁ ଲୋକମାନେ କାଠ, ଘଷି ଆଦି ଜାଳେଣୀ ଜାଳି ଚୁଲିରେ ରୋଷେଇ କରୁଥିଲେ । ହେଲେ ଆଜିକାଲି ପ୍ରାୟ ସବୁ ଲୋକଙ୍କ ଘରେ ଘରେ ଗ୍ଯାସ ଦ୍ଵାରା ରୋଷେଇ କରାଯାଉଛି । ତେବେ ବନ୍ଧୁଗଣ ଆପଣ ପ୍ରାୟ ଅନେକ ସମୟରେ ଦେଖିଥିବେ । ଯେ ଗ୍ଯାସରେ ରୋଷେଇ କରିବା ସମୟରେ ରୋଷେଇ ହେବାକୁ ବହୁତ ସମୟ ଲାଗିଥାଏ । କାରଣ ଅନେକ ସମୟରେ ଗ୍ଯାସ ଠିକ ଭାବେ ନଜଳି ବହୁତ ଧୀରେ ଧୀରେ ଜଳିଥାଏ ।

 

ଯେଉଁ କାରଣରୁ ରୋଷେଇ କରିବାରେ ବହୁତ ବିଳମ୍ବ ହୋଇଥାଏ । କାରଣ କିଛି ଥର ରୋଷେଇ କରିବା ସମୟରେ ଖାଦ୍ୟ ପଦାର୍ଥରୁ କିଛି ପାଣି କିମ୍ବା କିଛି ଜିନିଷ ଗଡି ଆସି ଗ୍ଯାସ ଚୁଲାରେ ପଶିଯାଇଥାଏ । ଯେଉଁ କାରଣରୁ ଗ୍ଯାସର ବର୍ଣ୍ଣର ବନ୍ଦ ହୋଇଯିବାରୁ ଠିକ ଭାବେ ଗ୍ଯାସ ଜଳିନଥାଏ । ତେଣୁ ଯଦି ଆପଣଙ୍କ ଗ୍ଯାସରେ ଏହି ସମସ୍ଯା କେବେ ଦେଖିବାକୁ ପାଆନ୍ତି ।

ତେବେ ଆପଣ ଏକ ଜବରଦସ୍ତ ଉପାୟ ଦ୍ଵାରା ବର୍ଣ୍ଣରକୁ ସଫା କରି ଗ୍ଯାସକୁ ଠିକ ଭାବେ ଜଳାଇପାରିବେ । ସେଥିପାଇଁ ଆପଣଙ୍କୁ ଇନୋର ଆବଶ୍ୟକତା ପଡିବ । ଯେଉଁ ଇନୋକୁ ଆପଣ ମାନେ ପେଟରେ ଗ୍ଯାସ ହୋଇଥିବା ସମୟରେ ପିଇକି ଆରାମ ଅନୁଭବ କରନ୍ତି ।

ହଁ ବନ୍ଧୁଗଣ ସେହି ଇନୋକୁ ଗୋଟିଏ ପାତ୍ରରେ ଢାଳନ୍ତୁ ଓ ସେଥିରେ ପାଣି ମିଶାନ୍ତୁ । ସେହି ପାତ୍ରରେ ଦୁଇଟି ଯାକ ବର୍ଣ୍ଣରକୁ ପକାଇ ପାଞ୍ଚ ମିନିଟ ପର୍ଯ୍ୟନ୍ତ ତାକୁ ସେମିତି ପାଣିରେ ପକାଇ ରଖନ୍ତୁ । ଏହା ପରେ ସେହି ବର୍ଣ୍ଣରକୁ ପାଣିରୁ ବାହାର କରି ବ୍ରସ ଦ୍ଵାରା ଧୀରେ ଧୀରେ ସଫା କରନ୍ତୁ । ତାପରେ ବର୍ଣ୍ଣରକୁ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ ଓ କପଡାରେ ପୋଛି ଦିଅନ୍ତୁ ।

ଏହା ପରେ ବର୍ଣ୍ଣର ଦୁଇଟିକୁ ଭଲରେ ଶୁଖାଇ ଦିଅନ୍ତୁ ଦେଖିବେ ତାହା ପୁରା ନୂଆ ଚକ ଚକ ଦେଖାଯିବ । ତାପରେ ଏହାକୁ ଗ୍ୟାସରେ ଲଗାଇଲେ ଦେଖିବେ ତାହା ବହୁତ ଭଲ ଜଳିବ । ଏଥିସହ ଉତ୍ତାପ ମଧ୍ୟ ଅଧିକ ହେବ । ଆପଣ ଏହି ଇନୋରେ ଗ୍ୟାସ ଡିଶକୁ ସଫା କରି ପାରିବେ ଏହା ଆଗ ପରି ପୁରା ଚକ ଚକ ଦେଖାଯିବ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ଭଲ ଲାଗିଥିବ । ତେବେ ବନ୍ଧୁଗଣ ଏହିଭଳି ଭଲ ଭଲ ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ । ସେଥିପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ