Vastu tips; – ଘରର କେଉଁ ଦିଗରେ କେଉଁ ଗଛ ରହିବା ଶୁଭ ଏବଂ କେଉଁ ଗଛ ଅଶୁଭ ? ଘରେ ପାଖରେ ଗଛ ଥିଲେ ନିହାତି ଜାଣନ୍ତୁ…

ବନ୍ଧୁଗଣ ଘର ଆଖପାଖର ପ୍ରାକୃତିକ ସୁନ୍ଦରତାକୁ ବଢାଇବା ପାଇଁ ଲୋକମାନେ କିଛି ଗଛ ଆଣି ନିଜ ଘର ବାଡିବଗିଚାରେ ଲଗାଇଥାନ୍ତି । ଏହାଛଡା କିଛି ବୃକ୍ଷ ଆପେ ଆପେ ବାଡିବଗିଚା ତଥା ଘର ଆଖପାଖରେ ଉଠି ବଢିବାକୁ ଲାଗିଥାଏ। ବହୁତ ଲୋକ ଘର ପାଖରେ କିଛି ବୃକ୍ଷ ଦେଇଥାନ୍ତି ସତ ହେଲେ ଦେଖି ମଧ୍ୟ ନଦେଖିଲା ଭଳି ତାହାକୁ ଅବହେଳା କରିଦେଇଥାନ୍ତି । ହେଲେ ଘର ପାଖରେ କେଉଁ ଗଛ ରହିବା ଶୁଭ ଏବଂ କେଉଁ ଗଛ ରହିବା ଅଶୁଭ ସେ ସମ୍ପର୍କରେ ଆପଣଙ୍କୁ ନିଶ୍ଚୟ ଜାଣି ରଖିବା ଉଚିତ ।

1- କ୍ଷୀରଯୁକ୍ତ ଗଛ କେବେ ମଧ୍ୟ ଘର ଆଖ ପାଖରେ ରଖନ୍ତୁ ନାହିଁ । ଅର୍ଥାତ ଯେଉଁ ଗଛକୁ ଛିଡାଇଲେ ବା ତାହାର ଫୁଲ ଫଳକୁ ଭାଙ୍ଗିବା ସମୟରେ ସେଥିରୁ କ୍ଷୀର ନିର୍ଗତ ହେଉଥାଏ । ସେପରି ଗଛକୁ ଭୁଲ୍ ରେ ମଧ୍ୟ ଘର ପାଖରେ ରଖନ୍ତୁ ନାହିଁ । ଏପରି ଗଛକୁ ଘର ଆଖପାଖରେ ରଖିଲେ । ଘରେ ଧନର ନାଶ ହୋଇ ଘରେ ଘୋର ଆର୍ଥିକ ଅନାଟନ ଦେଖାଦେଇଥାଏ ।

2- ଘର ପାଖରେ କେବେ ମଧ୍ୟ କଣ୍ଟକିତ ବୃକ୍ଷ ଲଗାନ୍ତୁ ନାହିଁ । ଅର୍ଥାତ କଣ୍ଟା ଥିବା ଗଛକୁ ଘର ପାଖରେ ଥାଏ ବା ବ୍ୟକ୍ତି ଲଗାଇ ଥାଏ । ତେବେ ସେହି ଘରେ ଶତ୍ରୁ ମାନଙ୍କର ପାଦୁର୍ଭାବ ଦେଖିବାକୁ ମିଳିଥାଏ । ସେହି ଘରର ଲୋକ ମାନେ ଶତ୍ରୁଙ୍କ କବଳରେ ପଡିଥାନ୍ତି ।

3- ଯଦି ଘର ପାଖରେ ବଡ ବୃକ୍ଷ ରହିଥାଏ । ଏହା ସହିତ ସେହି ଗଛର ଛାଇ ସକାଳ ୯ ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୩ ଟା ପର୍ଯ୍ୟନ୍ତ ରହିଥାଏ । ତେବେ ସେହି ଘରେ ସବୁବେଳେ ଅସୁବିଧା ଆସିଥାଏ । ଏହା ସହିତ ଘରର କେବେ ମଧ୍ୟ ଉନ୍ନତି ହୋଇପାରିନଥାଏ ।

4- ଘରର ପାଚେରୀରେ କୌଣସି ପ୍ରକାର ଲଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ । ଯଦି ପାଚେରୀରେ ଲଟା ଜାତୀୟ ଗଛ ଲଗାଇଥାନ୍ତି । ତେବେ ସେହି ଘର ପରିବାର ସଦସ୍ୟଙ୍କର କାହାର ନା କାହାର ସବୁବେଳେ ସ୍ଵାସ୍ଥ ଅବସ୍ତା ଖରାପ ରହିଥାଏ ।

5- ଘରେ ଯଦି ବାଡି ବଗିଚା ରହିଥାଏ । ତେବେ ବଗିଚାର ପୂର୍ବ ପାର୍ଶ୍ଵରେ ରକ୍ତ ପୁଷ୍ପ ଅର୍ଥାତ ମନ୍ଦାର ଗଛ ଲଗାଇବା ଉଚିତ । ବଗିଚାର ଉତ୍ତର ଓ ପଶ୍ଚିମ ବା ବାୟବୀୟ କୋଣରେ ଦିଗରେ ଧଳା ରଙ୍ଗର ଫୁଲ ଗଛ ଲଗାଇବା ଦ୍ଵାରା ଶୁଭ ହୋଇଥାଏ । ଦକ୍ଷିଣ ଦିଗରେ ଗାଢ ନାଲି ରଙ୍ଗର ଫୁଲ ଗଛ ଲଗାଇ ପାରିବେ ।

ବାଡିର ଉତ୍ତର ପାଖରେ ସବୁଜ ରଙ୍ଗର କୌଣସି ଫୁଲ ଗଛ ଲଗାଇପାରିବେ । ଘର ବଗିଚାର ଉତ୍ତର ଓ ପୂର୍ବ ବା ଐଶାନ୍ୟ କୋଣରେ ହଳଦିଆ ରଙ୍ଗର ଫୁଲ ଲଗାଇବା ଉଚିତ । ବଗିଚାର ଦକ୍ଷିଣ ପୂର୍ବ କୋଣରେ ଧଳା ରଙ୍ଗର ଫୁଲ ଗଛ ଲଗାଇ ପାରିବେ । ବଗିଚାର ପଶ୍ଚିମ ପଟେ ନୀଳ ରଙ୍ଗର ଫୁଲ ଗଛ ଲଗାଇବା ଉଚିତ । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଏହିଭଳି ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।