ବନ୍ଧୁଗଣ ପ୍ରତ୍ଯେକ ଦିନର ସକାଳ ଓ ସନ୍ଧ୍ଯା ସମୟକୁ ବହୁତ ଅଧିକ ମହତ୍ଵ ଦିଆଯାଇଥାଏ । କାରଣ ଏହି ସମୟ ଆଧ୍ୟାତ୍ମିକ ତଥା ପୂଜାପାଠ, ପ୍ରାଥନା ପାଇଁ ବହୁତ ଭଲ ସମୟ ବୋଲି ମାନାଯାଇଥାଏ । ତେବେ ଯେଉଁ ଘରେ ସକାଳ ଓ ସନ୍ଧ୍ଯା ସମୟରେ ପୂଜାପାଠ ଓ ଭଗବାନଙ୍କର ଆରାଧନା କରାଯାଉଥିବ । ସେହି ଘର ଉପରେ ଦେବାଦେବୀଙ୍କର ଆଶ୍ରୀବାଦ ସବୁବେଳେ ରହିଥାଏ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ପୂଜାପାଠ ସମ୍ପର୍କିତ ଏକ ମହତ୍ଵପୂର୍ଣ୍ଣ କଥା କହିବାକୁ ଯାଉଅଛୁ ।
ତାହା ହେଉଛି ଯେ ସବୁ ଲୋକ ସକାଳ ସମୟରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ତାଙ୍କର ପୂଜା କରିଥାନ୍ତି । ହେଲେ ଆପଣ ମାନେ ଯଦି ସୂର୍ଯ୍ୟାସ୍ତ ସମୟରେ ଏହି ଗୋଟିଏ କାମକୁ ପ୍ରତିଦିନ ନିଷ୍ଠାର ସହ କରିବେ । ତେବେ ଆପଣଙ୍କ ଘରୁ ସବୁ ଦୁଃଖ, ଅଶାନ୍ତି ଦୂର ହୋଇବା ସହ ଘର ଉପରେ ଦେବାଦେବୀଙ୍କ କୃପା ସବୁବେଳେ ବଜାୟ ରହିବ ।
ଆପଣଙ୍କୁ ଜଣାଇ ଦେଉଛୁ କି ଯେଉଁ ଭାବେ ଆପଣ ସକାଳେ ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି ଠିକ ସେହିପରି ସନ୍ଧ୍ୟା ସମୟରେ ବି ଆପଣ ଜଳ ଚଢାନ୍ତୁ । ଯଦି ଆପଣ ସନ୍ଧ୍ୟାରେ ଜଳ ଚଢାଉଛନ୍ତି ତାହେଲେ ଜଳରେ ସୋରିଷର କିଛି ଦାନା ନିହାତି ମିଶାନ୍ତୁ ଯଦି ଆପଣ ଏହି ଉପାୟକୁ କରନ୍ତି ତାହେଲେ ଆପଣଙ୍କ ଘରର ସବୁ ନକରାତ୍ମକ ଶକ୍ତି ସନ୍ଧ୍ୟା ହେବା ପୂର୍ବରୁ ଶେଷ ହୋଇଯିବ ।
ଆପଣ ସନ୍ଧ୍ୟା ସମୟରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ପରେ ଆପଣ ସୂର୍ଯ୍ୟଦେବଙ୍କ ପାଇଁ ଅଗରବତୀ ଜଳାନ୍ତୁ ଏବଂ ଆପଣଙ୍କ ମନର ଇଚ୍ଛାକୁ ସୂର୍ଯ୍ୟଦେବଙ୍କୁ କୁହନ୍ତୁ ଓ ଅଗରବତୀକୁ ସୂର୍ଯ୍ୟଦେବଙ୍କ ଆଡକୁ ବୁଲାନ୍ତୁ ଏବଂ ଏହା ପରେ ଅଗରବତୀକୁ ନିଜ ଘରେ ଲାଗିଥିବା ତୁଲସୀ ଗଛ ପାଖରେ ରଖି ଦିଅନ୍ତୁ । ଯଦି ଆପଣ ଏହି ଉପାୟକୁ ଆପଣାନ୍ତି ତାହେଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ।
ସନ୍ଧ୍ୟା ହେବା ସମୟରେ ସୂର୍ଯ୍ୟଦେବଙ୍କୁ ବିଦାୟ କହିବା ପାଇଁ ବାଲକୋନୀରେ ଗୋଟିଏ ଦୀପ ନିହାତି ଲଗାନ୍ତୁ । ଏହି ଦୀପ ସୂର୍ଯ୍ୟଦେବଙ୍କୁ ସମ୍ମାନ ଏବଂ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଜଳା ଯାଇଥାଏ । ଏହା ଦ୍ଵାରା ସୂର୍ଯ୍ୟ ଦେବତା ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ ।
ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ