ଆପଣଙ୍କ ଏହି ଭୁଲ ଜୀବନରେ ଗରିବୀକୁ ଡାକି ଆଣେ… ଯେତେ ରୋଜଗାର କରିଲେ ବି ଅଭାବ ଲାଗି ରହିଥାଏ… Sadhu Vani

ବନ୍ଧୁଗଣ ଧନସମ୍ପତ୍ତି, ସୁଖଶାନ୍ତି ପାଇବାକୁ କିଏ ଅବା ଇଛା କରିନଥାଏ । ସେଥିପାଇଁ ତ ଲୋକମାନେ ଦିନ ରାତି ପରିଶ୍ରମ କରିଥାନ୍ତି । ଯାହାଦ୍ୱାରା ସେମାନେ ନିଜ ଜୀବନକୁ ଭଲ ଭାବେ ଖୁସିରେ ଖୁସିରେ ଉପୋଭୋଗ କରିପାରିବେ । ଏଥିସହ ତାଙ୍କୁ ଯେମିତି କୌଣସି ପ୍ରକାର ଦରିଦ୍ରତା, ଅଭାବର ସାମ୍ନା କରିବାକୁ ପଡିବ ନାହିଁ । ହେଲେ କିଛି ଲୋକ ଦିନ ରାତି ଏକ କରିକି କଠିନ ପରିଶ୍ରମ କରି ସୁଦ୍ଧା ତାଙ୍କୁ ତାଙ୍କର ପରିଶ୍ରମର ଫଳ ସେମିତି ମିଳିପାରିନଥାଏ । ତେବେ ବହୁତ ଲୋକଙ୍କ ଜୀବନରେ ଦୁଃଖ, ଅଭାବ ରହିବା ପଛରେ ତାଙ୍କ ଜୀବନର ଏହି କିଛି ଛୋଟ ଛୋଟ ଭୁଲ୍ ହିଁ ଦାୟୀ ହୋଇଥାଏ । ଯେଉଁ କାରଣରୁ ଗରିବୀ ତାଙ୍କର ପିଛା ଛାଡିନଥାଏ ।

୧. ସର୍ବଦା ମନେ ରଖନ୍ତୁ କି ଗଛ ତଳେ ପରିସ୍ରା କରିବା ଦ୍ଵାରା ଘରର ଅବନତି ହେବାର ସଂକେତ ମିଳିଥାଏ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ନିଜର ଅଭ୍ୟାସକୁ ବଦଳାଇ ଦିଅନ୍ତୁ ।

୨. ଯଦି ଆପଣ ଭଙ୍ଗା ପାନିଆର ବ୍ୟବହାର କରୁଛନ୍ତି ତେବେ ଏହା ଭଲ ହୋଇନଥାଏ । ଏହା ଦ୍ଵାରା ଘରର ଉନ୍ନତି ହୋଇପାରିନଥାଏ ।

୩. ଘରେ ବହୁତ ସମୟ ଧରି ଅଳିଆ, ଆବର୍ଜନା ପକାଇ ରଖିବା ବି ଭୁଲ ଅଟେ । ଘରକୁ ସର୍ବଦା ପରିଷ୍କାର ରଖନ୍ତୁ ।

୪. ବାମ ଗୋଡ କିମ୍ବା ହାତ ଦ୍ଵାରା ପ୍ରଥମେ କପଡା ପିନ୍ଧିବା ବି ଭୁଲ ଅଟେ । ସର୍ବଦା ମନେ ରଖନ୍ତୁ କି କପଡା ଡାହାଣ ହାତ କିମ୍ବା ଗୋଡରୁ ପ୍ରଥମେ ପିନ୍ଧନ୍ତୁ ।

୫. ଦାନ୍ତ ଦ୍ଵାରା ରୁଟିକୁ ଟାଣି ଟାଣି ଖାଇବା ଦ୍ଵାରା ବି ଘରର ଉନ୍ନତି ଉପରେ ପ୍ରଭାବ ପଡିଥାଏ । ରୁଟିକୁ ସର୍ବଦା ଛୋଟ ଛୋଟ ଖଣ୍ଡ କରି ଖାଇବା ଉଚିତ ଓ ଖାଇବାକୁ ସର୍ବଦା ସଠିକ ଉପାୟରେ ଖାଆନ୍ତୁ ।

୬. ଯଦି ଆପଣ ଦାନ୍ତ ଦ୍ଵାରା ନଖ କାମୁଡୁଛନ୍ତି ତେବେ ଆଜି ହିଁ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ । କାରଣ ଏହା ବି ଏକ ଅଶୁଭ ସଂକେତ ଅଟେ ।

୭. କେତେକ ଲୋକ ଅଛନ୍ତି ଯେଉଁମାନେ ଅପରିଷ୍କାର କପଡା ପିନ୍ଧିଥାନ୍ତି । ଏହା ବି ଦରିଦ୍ରତାର ଏକ ସଂକେତ ଅଟେ । ସେଥିପାଇଁ ସର୍ବଦା ପରିଷ୍କାର କପଡା ପିନ୍ଧନ୍ତୁ ।

୮. ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ଯଦି ଆପଣ ଶୋଇଛନ୍ତି ତେବେ ଏହା ବି ଏକ ଦରିଦ୍ରତାର ସଂକେତ ଅଟେ । ସେଥିପାଇଁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଯାଆନ୍ତୁ ।

୯. ଯଦି ଆପଣ କାହାର ବି ଜୋତା ଚପଲକୁ ଓଲଟା ଦେଖୁଛନ୍ତି ଓ ତାକୁ ସିଧା କରୁ ନାହାନ୍ତି ତେବେ ଏହା ବି ଏକ ଅଶୁଭ ସଂକେତ ଅଟେ । ସେଥିପାଇଁ ଯଦି କାହାର ଜୋତା ଚପଲ ଓଲଟା ନଜର ଆସେ ତେବେ ତାକୁ ସିଧା କରି ଦିଅନ୍ତୁ ।

୧୦. ଯଦି ଆପଣ ଘରକୁ ଆସିଥିବା ଅତିଥିର ଅପମାନ କରୁଛନ୍ତି ତେବେ ଏହା ବି ଏକ ଦରିଦ୍ରତାର ସଂକେତ ଅଟେ । ସେଥିପାଇଁ ସର୍ବଦା ନିଜ ଜୀବନରେ ନିଜର ପିତା, ମାତା, ଅତିଥି ଓ ସମସ୍ତକୁ ସମ୍ମାନ କରନ୍ତୁ ।

ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।