ଶୟନ କକ୍ଷ କେଉଁ ଦିଗରେ କରିବେ ? କେଉଁ ଦିଗକୁ ମୁଣ୍ଡ ଦେଇ ଶୋଇବେ ? ଶୟନକୁ ନେଇ ଗୁରୁତ୍ଵପୂର୍ଣ୍ଣ ବାସ୍ତୁ ଟିପ୍ସ ଜାଣନ୍ତୁ – Vastu tips

ବନ୍ଧୁଗଣ ଶୋଇବାର ଏକ ବହୁତ ଭଲ ମହତ୍ଵ ଆମ ସମସ୍ତଙ୍କ ଜୀବନରେ ରହିଥାଏ । କାରଣ ଯଦି ଆମେ ରାତିରେ 7 ରୁ 8 ଘଣ୍ଟା ଭଲ ନିଦ୍ରାରେ ଶୋଇଥାଉ । ତେବେ ଆମର ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିଥାଏ । ସକାଳୁ ଉଠିବା ପରେ ଆମକୁ ସତେଜ ଅନୁଭବ ହୋଇଥାଏ । ଏଥିସହ ଦିନ ସାରା ଆମ ମନ ପ୍ରଫୁଲ୍ଲିତ ରହିବା ସହ ସବୁ କାମରେ ମନ ମଧ୍ୟ ଲାଗିଥାଏ । ତେବେ ବନ୍ଧୁଗଣ ଭଲ ନିଦ୍ରା ପାଇଁ ଏକ ଭଲ ଶୟନ କକ୍ଷ ହୋଇବା ଅମଧ୍ୟ ନିତାନ୍ତ ଜରୁରୀ ହୋଇଥାଏ ।

ବିଶେଷ କରି ଆମେ ରହୁଥିବା ଘରର କେଉଁ ଦିଗରେ ଶୟନ କକ୍ଷ ହେବା ଦରକାର ଏବଂ ଶୋଇବା ସମୟରେ କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ଏହି ସବୁ କଥା ଉପରେ ଆମକୁ ନିହାତି ଜାଣି ରଖିବା ଉଚିତ । ତେବେ ବନ୍ଧୁଗଣ ଚାଲନ୍ତୁ ଏହି ସପର୍କରେ ଭଲ ଭାବେ ଏଠାରେ ଆଲୋଚନା କରିବା ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ପଶ୍ଚିମ ଦିଗ ଅର୍ଥାତ ନୈରୁତ କୋଣରେ ଶୟନ କକ୍ଷ ହୋଇବା ଉଚିତ । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । ନୈରୁତ ଦିଗରେ ଶୋଇବା ଘର କରିବା ଦ୍ଵାରା ସବୁଠାରୁ ଭଲ ଦିଗ ବୋଲି ମାନାଯାଇଥାଏ । ତେବେ ବେଡ୍ ରୁମ୍ କୁ ଦକ୍ଷିଣ ପଶ୍ଚିମ ଦିଗରେ କରିବା ଦ୍ଵାରା ଦାମ୍ପତ୍ୟ ଜୀବନ ଭଲ ରହିଥାଏ । ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ମଧୁରତା ଆସିଥାଏ ।

ଉତ୍ତର ପଶ୍ଚିମ ଅର୍ଥାତ ବାୟବ୍ୟ ଦିଗରେ ପିଲା ମାନଙ୍କ ପାଇଁ ଶୋଇବା ଘର କରିବା ବହୁତ ଭଲ ଦିଗ ମାନା ଯାଇଥାଏ । ଅର୍ଥାତ ଏହି ଦିଗରେ ପିଲା ଯେପରି ସାନ ଭାଇ, ପୁଅ ଓ ଅବିବାହିତା ଝିଅଙ୍କ ପାଇଁ ଶୟନ କକ୍ଷ ତିଆରି କରିବାକୁ ବାସ୍ତୁଶାସ୍ତ୍ରରେ କୁହାଯାଇଛି ।

ଶୋଇବା ସମୟରେ ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବକୁ ହୋଇ ରହିବା ଉଚିତ । ଯାହାଫଳରେ ଭଲ ନିଦ୍ରା ହୋଇଥାଏ । ଏଥିସହ କୌଣସି ପ୍ରକାର ଦୁଃସ୍ଵପ୍ନ କି ଖରାପ ଚିନ୍ତା ଶୋଇବା ସମୟରେ ଆସିନଥାଏ ।

ଦକ୍ଷିଣ ପୂର୍ବ ଅର୍ଥାତ ଆଗ୍ନେୟ କୋଣକୁ ଖଟ ପକାଇ ସ୍ଵାମୀ ଓ ସ୍ତ୍ରୀ ଶୟନ କରିଲେ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଅଯଥା କଳହ ଲାଗିଥାଏ । ତେଣୁ ଦକ୍ଷିଣ ପଶ୍ଚିମ କୋଣ କିମ୍ବା ପଶ୍ଚିମ କଡରେ ଖଟ ପକାଇବା ଉଚିତ । ଖଟକୁ କେବେବି ଦ୍ଵାର ପାଖକୁ ଲଗାଇ ପକାଇବା ଉଚିତ ନୁହେଁ । ଖଟ କାନ୍ଥରୁ 6 ଇଞ୍ଚ ଛାଡି ପକାଇବା ଉଚିତ। ଶୟନ କକ୍ଷରେ କୌଣସି ଦେବାଦେବୀଙ୍କ ଫୋଟ ରଖିବେ ନାହିଁ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିଦିଅନ୍ତୁ । ଧନ୍ୟବାଦ