ବନ୍ଧୁଗଣ ବ୍ୟକ୍ତି ଶରୀରରେ ଯେତେ ଅଧିକ ଇମମୁନିଟି ପାୱାର ବା ରୋଗପ୍ରତିରୋଧକ ଶକ୍ତି ରହିଥିବ । ସେତେ ଅଧିକ ହିଁ ଶରୀର ସୁସ୍ଥ ଓ ସତେଜ ରହିବ । ତେଣୁ ଆଜି ଆମେ ବ୍ୟକ୍ତିର ଶରୀରରେ ଇମମୁନିଟି ପାୱାର କେତେ ଅଛି ତାହାକୁ ଏକ ରୁଟିନ ପ୍ରସ୍ତୁତ କରି ଜାଣିବା । ଏହା ସହିତ ଶରୀରରେ ଇମମୁନିଟି ପାୱାର ବଢାଇବା ପାଇଁ ୩ ଟି ବେଷ୍ଟ ନିୟମ ବିଷୟରେ ଜାଣିବା ।
ତେବେ ଚାଲନ୍ତୁ ଆପଣଙ୍କର ଶରୀରରେ ଇମମୁନିଟି ପାୱାର କେତେ ଅଛି ୮ ଟି ଲକ୍ଷଣ ମାଧ୍ୟମରେ ଜାଣିବା । ଆପଣଙ୍କର ଯଦି ପ୍ରତିଦିନ ପେଟ ସଫା ବା ମଳତ୍ୟାଗ କରିବା ପାଇଁ କୌଣସି ପ୍ରକାର ମେଡ଼ିସିନ ନଖାଇ ମଧ୍ୟ ଠିକ ସମୟରେ ପେଟ ପରିଷ୍କାର ହୋଇଯାଉଛି । ତେବେ ଆପଣଙ୍କର ଇମମୁନିଟି ପାୱାର ଭଲ ରହିଛି । କାରଣ ପେଟ ସଫା ତେବେ ସବୁ ରୋଗ ଶରୀରରୁ ଦୂରରେ ରହିବ ।
ଦିତୀୟରେ ବ୍ୟକ୍ତିର ଶରୀରରେ ଯଦି ଉଚତା ସାଙ୍ଗକୁ ଓଜନ ଠିକ ଭାବରେ ରହିଛି । ଅଧିକ କମ୍ ବା ଅଧିକ ନାହିଁ ।
ତୃତୀୟରେ ବ୍ୟକ୍ତିର ଚେହେରା ଦାଗବ୍ରଣ ମୁକ୍ତ ଓ ଚମକଦାର ଯଦି ରହୁଥିବ । ତେବେ ବ୍ୟକ୍ତିର ଇମମୁନିଟି ପାୱାର ଭଲ ଅଛି । କାରଣ ଶରୀରର ଭିତର ଯଦି ପରିଷ୍କାର ରହିବ, ତେବେ ଚେହେରାରେ କୌଣସି ପ୍ରକାର ଦାଗ ବ୍ରଣ ଆସିବ ନାହିଁ ।
ଚତୁର୍ଥରେ ବ୍ୟକ୍ତି ଦିନମାନ ସତେଜ ଅନୁଭବ କରିବା ସହିତ କାର୍ଯ୍ୟ କରିବାକୁ ଅଳସୁଆ ଲାଗୁନଥିବ ।
ପଞ୍ଚମରେ ଖାଇବା ସମୟରେ ଭଲ ଭାବରେ ପେଟ ସଫା ହେବା ଦ୍ଵାରା ଭୋକ ଯଦି ବହୁତ ଜୋରସେ ଲାଗୁଥିବ ।
ଷଷ୍ଠରେ ଯଦି ଠିକ ଭାବରେ ନିଦ ଲାଗିବା ସହିତ ଆପଣଙ୍କର ନିଦ୍ରା ସମୟ ମୁତାବକ ଠିକ ଭାବରେ ସଂପୂର୍ଣ୍ଣ ହେଉଥିବ ।
ସପ୍ତମରେ ଶରୀରର କୌଣସି ଭାଗ ଦରଜ ଯନ୍ତ୍ରଣା ସବୁବେଳେ ଯଦି କରୁନଥିବ ।
ଅଷ୍ଟମରେ ଆପଣଙ୍କର ଦିନ ସାରା ମନ ଖୁସି ଓ ଚଞ୍ଚଳ ରହୁଥିବ ।
ତେବେ ବନ୍ଧୁଗଣ ଉପୋରୋକ୍ତ ଏହି ସବୁ ଲକ୍ଷଣକୁ ଦେଖି ଆପଣଙ୍କର ଇମ୍ମ୍ଯୁନିଟି ପାୱାର ଭଲ ଅଛି ବୋଲି ଜାଣିପାରିବେ । ତେବେ ଚାଲନ୍ତୁ ଇମମୁନିଟି ପାୱାରକୁ ଆହୁରି ଅଧିକ ବଢାଇବା ପାଇଁ କ’ଣ କ’ଣ କରିବା । ପ୍ରଥମେ ଯଦି ଆପଣ କିଛି ଦିନ ପାଇଁ ଦିନରେ କିଛି ସମୟ ପାଇଁ ଉପବାସ ପାଳନ କରିବେ, ତେବେ ଏହି ଉପବାସ ପାଳନ କରିବା ପାଇଁ ଆପଣଙ୍କୁ ଭୋକିଲା ରହିବାକୁ ପଡିବ ନାହିଁ ।
ଆପଣ ସନ୍ଧ୍ଯା ସମୟ ୭ କିମ୍ବା ୮ ରୁ ଖାଇଦେବେ । ରାତି ସମୟରେ ଅନ୍ୟ କିଛି ଭାରୀ ଖାଦ୍ୟ ନଖାଇ ସକାଳ ପର୍ଯ୍ୟନ୍ତ ଉପବାସ ରହିବେ । ଯଦି ଭୋକ ଲାଗେ ତେବେ ଆପଣ ହେଲଦି ଜୁଷ ବା ପାଣି ସେବନ କରିପାରିବେ । ଦିତୀୟରେ ବ୍ରେକଫାଷ୍ଟ ସମୟରେ ତାଜା ଫଳ ଲଞ୍ଚରେ ଭାତ କିମ୍ବା ରୁଟି ଖାଇବେ । ଏହା ସହିତ ଯେତିକି ଶଶ୍ଯ ଜାତୀୟ ଖାଦ୍ୟ ଖାଇବେ ତାହା ଠାରୁ ଅଧିକ ମାତ୍ରାରେ ବିଭିନ୍ନ ପ୍ରକାର ପନିପରିବାରୁ ପ୍ରସ୍ତୁତ ଭଜା ଓ ତରକାରୀ ଖାଇବେ ।
ରାତିରେ ହାଲୁକା କୌଣସି ଖାଦ୍ୟ ସେବନ କରନ୍ତୁ । ଦେଖିବେ ବହୁତ ଶୀଘ୍ର ହିଁ ଆପଣଙ୍କର ଇମମୁନିଟି ପାୱାର ଅଧିକ ବଢିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ