ଖରାବେଳେ ଶୋଇବା ଆମ ପାଇଁ ଭଲ ନା ଖରାପ ? ବନ୍ଧୁଗଣ ଶୋଇବା ମନୁଷ୍ୟ ଶରୀର ପାଇଁ ନିତାନ୍ତ ଆବଶ୍ୟକ ହୋଇଥାଏ । କାରଣ ଭଲ ନିଦ୍ରା ଦ୍ଵାରା ଶରୀର ମଧ୍ୟ ଭଲ ରହିଥାଏ । ତେଣୁ ରାତିରେ 6 ରୁ 7 ଘଣ୍ଟା ନିହାତି ଭାବେ ପ୍ରତ୍ଯେକ ବ୍ୟକ୍ତି ଶୋଇବା ଉଚିତ । ଏହା ତାଙ୍କ ଶରୀର ପାଇଁ ଭଲ ହୋଇଥାଏ । ହେଲେ ବନ୍ଧୁଗଣ ବହୁତ ଲୋକ ଦିନ ବେଳା ଅର୍ଥାତ ଦିପହର ସମୟରେ ଖାଇ ସାରି ଶୋଇପଡିଥାନ୍ତି। ତେବେ ଖରା ବେଳେ ଶୋଇବା ଦେହ ପାଇଁ ଭଲ ନା ଖରାପ ଆଜି ଏଠାରେ ଆଲୋଚନା କରିବା ।
ତେବେ ଶାସ୍ତ୍ର ଅନୁଯାଇ ଦିନ ବେଳା ଅର୍ଥାତ ଖରା ବେଳ ସମୟରେ ଖାଇ ସାରି ଶୋଇବା ଉଚିତ ହୋଇନଥାଏ । କାରଣ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସୂର୍ଯ୍ୟଙ୍କୁ ନେଇ ଏହି ସାରା ଜଗତ ଚାଲିଛି । ତେଣୁ ସୂର୍ଯ୍ୟ ଉଦୟ ଯେତେବେଳେ ହୋଇଥାନ୍ତି । ସେତେବେଳ ଠାରୁ ହିଁ ପ୍ରତ୍ଯେକ ବ୍ୟକ୍ତି ଉଠିଯାଇ ଥାନ୍ତି । ଅର୍ଥାତ ସୂର୍ଯ୍ୟ ଉଦୟ ଠାରୁ ନେଇ ବ୍ୟକ୍ତି ପୁରା ଦିନସାରା ଆକ୍ଟିଭ ହୋଇ କାର୍ଯ୍ୟ କରିବା ଉଚିତ । ଦିନ ମାନ ବ୍ୟକ୍ତିର ଯାହା ବି କାର୍ଯ୍ୟ ରହିଥାଉ ।
ସେ ନିଜକୁ ଆକ୍ଟିଭ ରଖି ଜାଗ୍ରତ ରହି ସବୁ କାମକୁ ଯଥା ସମୟରେ କରିନେବା ଉଚିତ । ତେଣୁ ଦିନ ସାରା କାର୍ଯ୍ୟ କରିବା ପରେ ସୂର୍ଯ୍ୟଅସ୍ତ ସମୟର 3 ଘଣ୍ଟା ପରେ ବ୍ୟକ୍ତି ଖାଇବା ଉଚିତ । ଖାଇବାର 2 ରୁ 3 ଘଣ୍ଟା ଭିତରେ ଶୋଇବା ଉଚିତ । ଯଦି ବ୍ୟକ୍ତି ଏହିସବୁ ନୀତିନିୟମ ଅନୁସାରେ ପ୍ରତ୍ଯେକ ଦିନ ଏହିଭଳି କାର୍ଯ୍ୟ କରିଚାଲିଥାଏ । ତେବେ ସେହି ବ୍ୟକ୍ତିର ଜୀବନ ସୁଖମୟ ହୋଇବା ସହ ସେହି ବ୍ୟକ୍ତି ଜୀବନରୁ ଗୋଟି ଗୋଟି କରି ସବୁ ସମସ୍ଯା ଯିବାକୁ ଆରମ୍ଭ କରିଥାଏ ।
ବିଶେଷ କରି ଘରର ମହିଳା ମାନେ ଦିନ ସମୟରେ ବିଲକୁଲ ମଧ୍ୟ ଶୋଇବା ଉଚିତ ନୁହେଁ । କାରଣ ଏଭଳି କାର୍ଯ୍ୟ କରୁଥିବା ଘର ଉପରେ ମାତା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ଘରର ବୃଦ୍ଧ, ଛୋଟ ପିଲା ଓ ରୋଗରେ ପୀଡିତ ବ୍ୟକ୍ତି ଦିନ ସମୟରେ ଆବଶ୍ୟକତା ରହିଥାଏ । ତେବେ ସେମାନେ ଶୋଇପାରିବେ ।
ହେଲେ ଘରର ମହିଳା ଏବଂ ଅନ୍ୟ ସଦସ୍ୟ ମାନେ ଖରା ବେଳ ସମୟରେ ଶୋଇ ରହିବା ଆଉଚିତ ନୁହେଁ । ଏହାଦ୍ବାରା ବ୍ୟକ୍ତିକୁ କୌଣସି କାର୍ଯ୍ୟରେ ଠିକ ଭାବେ ମନ ଲାଗିନଥାଏ । ଘରେ ସକାରାତ୍ମକ ଊର୍ଜା ସୃଷ୍ଟିରେ ବାଧା ସୃଷ୍ଟି ହୋଇଥାଏ । ଏଥିସହ ବହୁତ ଶୀଘ୍ର ବ୍ୟକ୍ତିକୁ ବିଭିନ୍ନ ପ୍ରକାର ରୋଗ ମାଡି ଆସିଥାଏ ।
ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରିଦିଅନ୍ତୁ । ଧନ୍ୟବାଦ