ମୁହଁର କଳା ଦାଗ ପାଇଁ ଚିନ୍ତିତ ! ଆଜି ଠାରୁ ଏହାକୁ ଟ୍ରାଏ କରନ୍ତୁ, ଗୋଟେ ବି କଳା ଦାଗ କି ବ୍ରଣ ରହିବ ନାହିଁ – Skin care tips

ବନ୍ଧୁଗଣ ସମସ୍ତେ ମୁହଁକୁ ଅର୍ଥାତ ନିଜ ଚେହେରାକୁ ସୁନ୍ଦର କରି ରଖିବାକୁ ଚାହିଁଥାଉ । କାରଣ ସମସ୍ତଙ୍କୁ ସୁନ୍ଦର ଚେହେରା ବହୁତ ଭଲ ଲାଗିଥାଏ । ସେଥିପାଇଁ ତ ଆମେ ଦର୍ପଣରେ ଆମ ମୁହଁକୁ ବାରମ୍ବାର ଦେଖିଥାଉ । ଯେମିତି ଆମ ଚେହେରାରେ କୌଣସି ଦାଗ ରହିନଯାଇଥାଉ । ତେବେ ଅନେକ ସମୟରେ ବହୁ ପ୍ରକାର ସତର୍କତାର ରହିବା ସହ ମଧ୍ୟ ମୁହଁରେ କଳାଦାଗ ସୃଷ୍ଟି ହୋଇଥାଏ । ଯାହାକି ଚେହେରାର ସୁନ୍ଦରତାକୁ କମାଇଦେଇଥାଏ । ତେବେ ମୁହଁରେ କେଉଁ ସବୁ କାରଣ ପାଇଁ କଲାଦାଗ ସୃଷ୍ଟି ହୋଇଥାଏ ।

ପ୍ରଥମେ ସେହି ସବୁ କାରଣ ବିଷୟରେ ଏଠାରେ ଜାଣିବା । ପ୍ରଥମେତଃ ଯେତେ ସତର୍କତା ର ସହ ରହିଲେ ବି ବୟସ ବଢିଲେ ମୁହଁରେ ବିଭିନ୍ନ ପ୍ରକାର କଳା ଦାଗ ଦେଖାଯିବା ଆରମ୍ଭ ହୋଇଥାଏ । ଦିତୀୟରେ ଯେତେବେଳେ ମୁହଁରେ ବ୍ରଣ ହୋଇଥାଏ । ବ୍ରଣ ଭଲ ହୋଇଯିବା ପରେ ଚେହେରାରେ ଅନେକ ସମୟରେ କଳା ଦାଗ ଛାଡି ଯାଇଥାଏ । ତୃତୀୟରେ ବହୁତ ଲୋକଙ୍କ ମୁହଁରେ କଳା କଳା ଛଉ ହୋଇଯାଇଥାଏ । ଯାହାକି ମୁହଁର ସୁନ୍ଦରତାକୁ ହ୍ରାସ କରାଇଦେଇଥାଏ ।

ଚତୁର୍ଥରେ ବହୁତ ସମୟ ଯଦି ଖରାରେ କାମ କରୁଥାନ୍ତି । ବା ବହୁତ ସମୟ ପର୍ଯ୍ୟନ୍ତ ଖରା ଆପଣ ଚେହେରା ଉପରେ ପଡି ରହିଥାଏ । ତେବେ ତାହା ଦ୍ଵାରା ମଧ୍ୟ ମୁହଁ କଳା ଦେଖାଯାଇଥାଏ । ସେଥିପାଇଁ ଝିଅ ମାନେ ସାଧରଣତଃ ଘରୁ ବାହାରିବା ସମୟରେ ମୁହଁରେ କପଡା ବାନ୍ଧି ଘରୁ ବାହାରିଥାନ୍ତି । ତେବେ ମୁହଁରୁ କଳା ଦାଗ ହଟାଇବା ପାଇଁ ଓ ବାରମ୍ବାର ମୁହଁରେ କଳା ଦାଗ ନହେବା ପାଇଁ ଆମେ ଏହି ସବୁ ଉପାୟକୁ ନିହାତି ଭାବେ ଆପଣାଇବା ଉଚିତ ।

1- ଆପଣ ଘରେ ରହିଥାନ୍ତୁ । ବା ଖରାରୁ ଘରକୁ ଆସନ୍ତୁ । ମଝିରେ ମଝିରେ ନିଜ ମୁହଁକୁ ଥଣ୍ଡା ପାଣିରେ ଧୋଇ ପରିଷ୍କାର କରି ରଖନ୍ତୁ । ଏଥିସହ ବାହାରର ଇଆଡୁ ସିଆଡୁ କୌଣସି ଜିନିଷ ମୁହଁରେ ଲଗାଇବା ବଦଳରେ ମୁହଁରେ ଚନ୍ଦନ କିମ୍ବା ଗୋଲାପ ଜପ ଲଗାନ୍ତୁ । ଏହା ଆପଣଙ୍କ ମୁହଁକୁ ଥଣ୍ଡା ରଖିବା ସହ ପ୍ରାକୃତିକ ଭାବେ ମୁହଁକୁ ସଫା ହୋଇ ଚମକଦାର କରିଥାଏ ।

2- ହଳଦୀ ମଧ୍ୟ ମୁହଁ ତଥା ସଂପୂର୍ଣ୍ଣ ବଡି ସ୍କିନ ପାଇଁ ବହୁତ ଭଲ ହୋଇଥାଏ । ଦୋକାନର ପାଉଡର ହଳଦୀ ବ୍ୟବହାର କରିବା ପରିବର୍ତ୍ତେ ଖଣ୍ଡ ହଳଦୀକୁ ବାଟି ଲଗାନ୍ତୁ । ଏହା ସବୁ କଳାଦାଗକୁ ଧୀରେ ଧୀରେ ହଟାଇବା ସହ ମୁହଁକୁ ସୁନ୍ଦର କରିଥାଏ ।

3- ସୁନ୍ଦର ଚେହେରା ପାଇବା ପାଇଁ ଆଲୋଭେରା ବରଦାନ ସ୍ୱରୂପ ହୋଇଥାଏ । ତେଣୁ ଘର ବାଡିରେ ହୋଇଥିବା ଆଲୋଭେରାର ଜେଲ୍ କୁ ମୁହଁରେ ଲଗାଇବା ଦ୍ଵାରା ଶତ ପ୍ରତିଶତ ଚେହେରାର ସମସ୍ଯାକୁ ମୂଳରୁ ଦୂର କରିଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟିଏ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ । ଧନ୍ୟବାଦ