ଅନୁଭବ ମହାନ୍ତି ଙ୍କ ଜନ୍ମ ଦିନରେ ନିଜ ମନ କଥା ଖୋଲି କହିଥିଲେ ଜାଗୃତି ଶୁକ୍ଲା… କହିଲେ ତୁମେ ମୋର…

ନମସ୍କାର ବନ୍ଧୁଗଣ । ଗତ କାଲି ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମଦିନରେ କହୁ କହୁ ଏମିତି କିଛି କଥା କହି ଦେଇଛନ୍ତି ଜାଗୃତି ଶୁକ୍ଲା । କିଛି ଦିନର ନୀରବତା ପରେ ଜାଗୃତି କହିଛନ୍ତି ଅନୁଭବ ଙ୍କୁ “ତୁମର ସବୁ ଗୁଣ ପାଇଁ ମୁଁ ତୁମକୁ ପସନ୍ଦ କରେ” । ଅନୁଭବଙ୍କୁ ଯେବେ ମାନ୍ୟବର କୋର୍ଟ ରୁ ମିଳି ଯାଇଛି ଛାଡପତ୍ର ପାଇଁ ମଞ୍ଜୁରୀ । ସେତେବେଳେ ଅନୁଭବ ମଧ୍ୟ ଖୁସି ଅଛନ୍ତି । ଅନୁଭବଙ୍କୁ ତାଙ୍କର ଜନ୍ମ ଦିନର ଅବସରରେ ଅନେକ ଫ୍ୟାନ୍ସ ଏକତ୍ରିତ ହୋଇ ଶୁଭେଚ୍ଛା ଜଣାଇଥିଲେ ।

ଆଉ ଅନୁଭବ ଖୁସି ଥିବା ମଧ୍ୟ ଜଣା ପଡୁଥିଲା । ଆଉ ଏହି ସମୟରେ ଜାଗୃତି ଶୁକ୍ଲା ନିଜ ପୋଷ୍ଟ ମାଧ୍ୟମରେ ଅନୁଭବ ଙ୍କୁ କେତେ ପସନ୍ଦ କରନ୍ତି ଓ ତାଙ୍କ ସବୁ ଗୁଣ କେମିତି ଲାଗେ ତାହା ଦର୍ଶାଇଛନ୍ତି । ଆଉ ଏହି କଥାକୁ ନେଇ ଏବେ ଅନେକ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହେଲାଣି । ଗତ କିଛି ଦିନ ତଳେ ବର୍ଷା ଓ ଅନୁଭବଙ୍କ ପାରିବାରିକ ମମଳାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ ପଟେ ଜାଗୃତି ଓ ଅନୁଭବ ଙ୍କ ସମ୍ପର୍କ କୁ ନେଇ ଅନେକ କଥା ଉଠିଥିଲା ।

ଦୁହିଙ୍କ ସମ୍ପର୍କ ପ୍ରେମ ସମ୍ପର୍କ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଗତ କାଲି ଯେବେ ଜାଗୃତି ଅନୁଭବଙ୍କ ପାଇଁ କିଛି କହିଛନ୍ତି ସେତେବେଳେ ପୁଣି ଥରେ ଚର୍ଚ୍ଚା ହେଉଛି କି ଜାଗୃତି ସବୁବେଳେ ଅନୁଭବଙ୍କ ଭଲ ଚିନ୍ତା କରନ୍ତି । ତାଙ୍କର ଯତ୍ନ ନିଅନ୍ତି ଓ ଅନୁଭବ ଙ୍କୁ ଭଲ ପରାମର୍ଶ ଦିଅନ୍ତି । ନିଜ ଇଂଷ୍ଟାଗ୍ରାମ ପୋଷ୍ଟ ରେ ଜାଗୃତି ଶୁକ୍ଲା ଏଭଳି କିଛି ଲେଖି ଅନୁଭବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଆଗକୁ ଯାଇ ଅନୁଭବ ଜାଗୃତି ଙ୍କୁ କଣ ଜବାବ ଦେବେ ତାହାକୁ ନେଇ ନାନା ପ୍ରଶ୍ନ ଉଠୁଛି । ଜାଗୃତି ଲେଖିଛନ୍ତି କି “ମୁଁ ତୁମକୁ ପ୍ରଶଂସା କରେ କାରଣ ତୁମେ ଏତେ ଦୁଃଖ କଷ୍ଟ ପରେ ବି ତୁମେ ଜୀବନରେ ଆଗକୁ ବଢୁଛ । ତୁମକୁ ମୁଁ ଏଥିପାଇଁ ପସନ୍ଦ କରେ ତୁମର ସଚ୍ଚୋଟ ମନ ଓ କୋମଳ ହୃଦୟ ପାଇଁ । ତୁମର ଧର୍ଯ୍ୟ କୁ ନେଇ ମଧ୍ୟ ମୁଁ ପ୍ରଶଂସା କରୁଛି ।

ତୁମ ପରି ମଣିଷ ମୋ ଜୀବନରେ ତୁମ ପରିବାର ଓ ମୋ ସାଙ୍ଗ ସାଥି ଏମିତି ଆଣି ଦେଇଛ ମୁଁ କେବେ ଭୁଲି ପାରିବିନି । ଏହି ସବୁ କାରଣ ପାଇଁ ମୁଁ ତୁମକୁ ବହୁତ ପସନ୍ଦ କରେ । ଆଉ ପ୍ରାଶନସ ମଧ୍ୟ କରେ ଏଥିପାଇଁ । ଆଉ ଶେଷରେ ଜାଗୃତି ଲେଖିଛନ୍ତି ହାପି ବାର୍ଥ ଡେ ଫାଇଟର ଓ ସୁପର ଷ୍ଟାର “। ଯେତେବେଳେ ଅନୁଭବ ଓ ବର୍ଷା ଙ୍କ ମାମଲା ରେ କୋର୍ଟ ରୁ ରାୟ ଆସିଛି ସେତେବେଳେ ଜାଗୃତି ଏଭଳି କିଛି ଲେଖି ପୋଷ୍ଟ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।