ପାଣ୍ଡିଆନ ଙ୍କ ସଭା ରୁ ଲୋକ ମାନଙ୍କୁ ଖାଇବାକୁ ପିଇବାକୁ ଦେବା ସହ ଟଙ୍କା ବଣ୍ଟା ହେବାର ଭିଡିଓ ଭାଇରାଲ ।

ନମସ୍କାର ବନ୍ଧୁଗଣ । ପାଣ୍ଡିଆନ ଙ୍କ କାର୍ଯ୍ୟକ୍ରମ ପାଇଁ ବଣ୍ଟା ଯାଉଛି ଟଙ୍କା । ଖାଇବା ପିଇବା ପରେ ଦେଲେ 4 ହଜାର ଟଙ୍କା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ନେତା ମାନେ ଛାନିଆ ହେଲେଣି । ସରକାରୀ କାର୍ଯ୍ୟ କ୍ରମରେ ହେଉଛି କି ଦଳୀୟ ପ୍ରଚାର ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ସୂଚନା ଅନୁଯାୟୀ ଏ ହେଉଛି ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆର ଦ୍ରୁଶ୍ଯ ।

ଯେଉଁଠି କି ଗତ କାଲି କୋରାପୁଟ ଗସ୍ତ ରେ ଆସିଥିଲେ 5T ସଚିବ ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏଥିରେ ଯୋଗ ଦେଇଥିଲେ 10ଟି ନିର୍ବଚନ ମଣ୍ଡଳୀ ର ଲୋକେ । କିନ୍ତୁ କାର୍ଯ୍ୟ କ୍ରମ ଶେଷ ହେବା ପରେ ଏକ ଭିନ୍ନ ଚିତ୍ର ଏବେ ସାମ୍ନା କୁ ଆସିଛି । ଯାହାର ଏକ ଭିଡିଓ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି । ସଭା ସ୍ଥଳ ଠାରୁ ଆରମ୍ଭ କରି ପାର୍କିଂ ପ୍ଲେସ ସବୁ ଆଡେ ଲୋକ ମାନଙ୍କୁ ବଣ୍ଟା ଯାଇଛି ଟଙ୍କା ।

ଲୋକ ମାନେ ହାତ ରେ ଟଙ୍କା ଧରିଛନ୍ତି ଆଉ କହୁଛନ୍ତି ଖାଇବା ପିଇବା ଦେଇ 400 ଟଙ୍କା ଦେଇଛନ୍ତି ପାଣ୍ଡିଆନ । ଏମିତି କି ସେମାନେ ଆଉ କିଛି ଲୋକଙ୍କୁ ସାଙ୍ଗରେ ଧରି ଆସିଛନ୍ତି । ସେମାନଙ୍କୁ ଆଣିବା ପାଇଁ ମଧ୍ୟ ଟଙ୍କା ଦିଆ ଯାଇଛି ବୋଲି ଲୋକେ କହିଛନ୍ତି । ଅନ୍ୟ ପଟେ ସଭା ସ୍ଥଳରେ ଗାଡି ପାର୍କିଂ ପ୍ଲେସ ର ଦ୍ରୁଶ୍ଯ ମଧ୍ୟ କିଛି ଭିନ୍ନ ଧରଣର ଥିଲା । ପଟାଙ୍ଗି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଅନନ୍ତରାୟ ମାଟମ କାର ଭିତରେ ବସି ଖାତା ପେନ ଧରି କାହାକୁ କେତେ ଟଙ୍କା ଦିଆଯିବ ତାହାର ହିସାବ ରଖୁଛନ୍ତି ।

ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେଉଛି । କାର ପାଖରେ ଧଳା ସାର୍ଟ ପିନ୍ଧି ଛିଡା ହୋଇଥିବା ବ୍ୟକ୍ତି ହେଉଛନ୍ତି ବିଜେଡି ନେତା ତଥା ପତତଡି ନିର୍ବାଚନ ମଣ୍ଡଳୀ ର ପର୍ଜ୍ୟବେକ୍ଷପ ଶ୍ରୀ ନିବାସ ବାଲରାୟ । ଗଣମାଧ୍ୟମ ର ପ୍ରତିନିଧି ମାନେ ଏହି ଦ୍ରୁଶ୍ଯ କୁ ରେକର୍ଡ କରିବା ସମୟରେ ସେମାନଙ୍କୁ ଧମକ ଦେଉଥିବା ଦ୍ରୁଶ୍ଯ ମଧ୍ୟ ସାମ୍ନା କୁ ଆସିଛି ।

ଏପରି ଘଟଣାକୁ ନେଇ କଡା ସମାଲୋଚନା କରିଛନ୍ତି ଜୟପୁର ବିଧାୟକ ତାର ପ୍ରସାଦ ବାହିନୀପତି । ତେବେ ଗତ କାଲି କୋରାପୁଟ ଗସ୍ତ ରେ ଯାଇଥିଲେ 5T ଅଧକ୍ଷ୍ୟ ଭିକେ ପାଣ୍ଡିଆନ । ତାଙ୍କର ଗସ୍ତ ର ଚର୍ଚ୍ଚା ଯେତିକି ହେଉ ନାହିଁ ତ ଠାରୁ ଅଧିକ ଟଙ୍କା ବଣ୍ଟା ଯିବାକୁ ନେଇ ହେଉଛି । ତେବେ ଏହି ଘଟଣା ସାମ୍ନା କୁ ଆସିବା ପରେ ଜୟପୁର ବିଧାୟକ ନିଜର ପ୍ରତିକ୍ରିୟା ମଧ୍ୟ ଗଣମାଧ୍ୟମ ରେ ରଖିଛନ୍ତି ଆଉ କହିଛନ୍ତି ଏଭଳି ଘଟଣା ନିନ୍ଦନୀୟ ଅଟେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।