ହାଇକୋର୍ଟରୁ ନ୍ୟାୟ ମିଳିବା ପରେ ଆଖିରୁ ଲୁହ ପୋଛିଲେ Super Star Anubhav Mohanty ।

ଅନୁଭବ କହିଥିଲେ ଜୀବନ ସାରା ଛାଇ ମାଡିବିନି । ଆଜି ଆଖି ର ଲୁହ ପୋଛି ଖୁସି ହେଲେ ଅନୁଭବ । ହୋଇପାରୁ ନ ଥିଲା ଛାଡପତ୍ର ଆଜି ମିଳିଲା ନ୍ୟାୟ । ହଁ ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଗତ କିଛି ଦିନ ତଳେ ଅନୁଭବ କାନ୍ଦି କାନ୍ଦି କହୁଥିଲେ ମୁଁ କେବେ ବି ବର୍ଷାଙ୍କ ଛାଇ ମାଡିବି ନାହିଁ । ଏବେ ମୁଁ ଅଲଗା ହେବାକୁ ଚାହୁଁଛି । ଆଉ ଏଭଳି 2020 ରୁ କୋର୍ଟ ରେ ମାମଲା ଚାଲି ଥିଲା । ଏମିତିକି ପରିବାର ଅଦାଲତ ଠାରୁ ଆରମ୍ଭ କରି ହାଇ କୋର୍ଟ ଆଉ ତା ପରେ ସୁପ୍ରିମ କୋର୍ଟ କୁ ଯାଇଥିଲେ ଅନୁଭବ ।

ଆଉ ଚାଲିଥିବା ଛାଡପତ୍ର ପାଇଁ ଆବେଦନ । କିନ୍ତୁ ହୋଇପାରୁ ନ ଥିଲା ଛାଡପତ୍ର । କିନ୍ତୁ ଆଜି ଅନୁଭବଙ୍କ ପାଇଁ ଆସିଛି ବଡ ଖୁସି ଖବର ଯାହାକୁ ସେ ଅନେକ ଦିନରୁ ଅପେକ୍ଷା କରି ରହିଥିଲେ । ବିବାହ ବିଛେଦ ପାଇଁ ଏବେ ଅନୁଭବ ମହାନ୍ତିଙ୍କୁ ମିଳିଛି ଅନୁମତି । ଅଲଗା ହେବେ ବର୍ଷା ଓ ଅନୁଭବ । ମାନ୍ୟବର ହାଇ କୋର୍ଟ ଖାଲି ଅନୁମତି ଦେଇ ନାହାନ୍ତି ବରଂ ପରିବାର ଅଦାଲତ ବିବାହ ବିଛେଦ ରାୟକୁ ଖାରଚ କରିଛନ୍ତି ।

ପୂର୍ବରୁ ହାଇ କୋର୍ଟ ବିବାହ ବିଛେଦକୁ ଖାରଚ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଅନୁଭବ ମହାନ୍ତି ସୁପ୍ରିମ କୋର୍ଟ ଯାଇଥିଲେ । ବର୍ତ୍ତମାନ କୋର୍ଟରେ ଆବେଦନ ଗ୍ରହଣ କରି ବିଛେଦ ପାଇଁ ଅନୁମତି ଦେଇଛନ୍ତି । ଯାହା ପରେ ଅନୁଭବ ଏବେ ବେଶ ଖୁସି ଅଛନ୍ତି ଆଉ ଆଖି ରୁ ଲୁହ ପୋଛିଛନ୍ତି । ପୂର୍ବରୁ ବର୍ଷାଙ୍କୁ ଅନେକ ତିହାର ଛାଡପତ୍ର ସ୍ଵୀକାର କରିବାକୁ ଅନୁଭବ ଅନୁରୋଧ କରିଥିଲେ ଭିଡିଓ ଜରିଆରେ । କିନ୍ତୁ ବର୍ଷା ରାଜି ହୋଇ ନ ଥିଲେ ।

ଓଲିଉଡ ଷ୍ଟାରଙ୍କ କଳି ଦାଣ୍ଡରେ ପଡି ହାତରେ ପଡିବା ପରେ ଦୁହେଁ ଥାନାର ଦ୍ଵାରସ୍ଥ ହୋଇଥିଲେ । 2014 ଫେବ୍ରୁଆରି 8 ରେ ଅନୁଭବ ଓ ବର୍ଷାଙ୍କର ବିବାହ ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମନାନ୍ତର ହେବା ପରେ ଅନୁଭବ ଦିଲ୍ଲୀ ର ପଟିଆଲା ହାଉସ ଅଦାଲତରେ ଛାଡପତ୍ର ପାଇଁ 2020ରେ ପିଟିସନ ଦାଖଲ କରିଥିଲେ ।

ଛାଡପତ୍ର ଆବେଦନକୁ କଟକ ପରିବାର ଅଦଳତାକୁ ସ୍ଥାନ୍ତର କରିବାକୁ ବର୍ଷା ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । 2021 ମାର୍ଚ୍ଚ 5ରେ ସୁପ୍ରିମ କୋର୍ଟ ଅନୁଭବଙ୍କ ଆବେଦନକୁ ନେଇ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ । ଏହା ପରେ ବର୍ଷା ଦୁହେଁ ଏକାଠି ରହିବାକୁ ପିଟିସନ ଦାୟର କରିଥିଲେ । ବିବାଦର ସମାଧାନ ପାଇଁ ଶୁଣାଣୀ ପରେ ଶୁଣାଣୀ ହୋଇଥିଲା ।

ଆଉ ଏବେ ଶେଷରେ ହାଇ କୋର୍ଟ ଅନୁଭବଙ୍କ ଆବେଦନ କୁ ସ୍ଵୀକାର କରି ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି । ଯାହା ପରେ ଅନୁଭବଙ୍କ ଦୁଃଖ ଶେଷ ହୋଇଛି ବୋଲି କୁହା ଯାଉଛି । କାରଣ ଅନୁଭବ ଯାହା ଅନେକ ଦିନରୁ ଚାହୁଁଥିଲେ ଆଜି ତାହା ସମ୍ଭବ ହୋଇ ପାରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।