ସାବଧାନ, 3 ବର୍ଷ ପରେ ପୁଣି ଫେରିଛି କୋରୋନା ମହାମାରୀ, ବର୍ତ୍ତମାନ କେରଳର ସ୍ଥିତି ଅଣାୟାତ୍ତ ।

ଦର୍ଶକ ବନ୍ଧୁ ଯେବେ କୋରୋନା ମହାମାରୀ ର ସମଗ୍ର ବିଶ୍ଵ ଛଟପଟ ହେଉଥିଲା ସେ ଦ୍ରୁଶ୍ଯ କୁ ଆଜି ବି କେହି ଭୁଲିପାରି ନାହାନ୍ତି । ଆଉ 3 ବର୍ଷ ପରେ ପୁଣି ଥରେ କୋରୋନା ଫେରୁଛି । ଏବେ ଠାରୁ ସତର୍କ ରହିବାକୁ ହେବ । କୋରୋନାର ନୂଆ ଭ୍ୟାରିଆଣ୍ଟ ଏବେ ସାମ୍ନା କୁ ଆସିଛି । ବର୍ତ୍ତମାନ କେରଳ ରେ ଅଣାୟତ୍ତ ସ୍ଥିତି ରେ ଏବେ କୋରୋନା ମହାମାରୀ । କୋରୋନା ମହାମାରୀ ଗତ 3 ବର୍ଷ ତଳେ ବିଶ୍ଵ ର ଜନଜୀବନ କୁ ଦୋହଲାଇ ଦେଇଥିଲା ।

3 ବର୍ଷ ତଳେ ସାରା ବିଶ୍ଵ କୁ କନ୍ଦାଊ ଥିବା ଏହି ମହାମାରି କୋରୋନା ଏବେ ପୁଣି ଫେରୁଛି । ଯାହା ପାଇଁ ଏବେ ଭାରତରେ ଚିନ୍ତାର କାରଣ ପାଲଟିଛି । କେରଳ ରେ ଚିହ୍ନଟ ହୋଇଛି କୋଭିଡ-19 ର ନୂଆ ସବ ଭ୍ୟାରିଆଣ୍ଟ ଯେଏନ-1 । ଯାହାକୁ ନେଇ କେନ୍ଦ୍ର ସରକାର ଓ କେରଳ ମଧ୍ୟରେ ଦେଖା ଦେଇଛି ତତ୍ପରତା । କେରଳ ରେ ଯେଉଁ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ତାହା କୁଆଡେ ବହତୁ ମାରାତ୍ମକ ।

ନଭେମ୍ବର 18 ରେ ଥିରୁଅନନ୍ତପୁରମ କାରାକୁଲମ ର ସମ୍ପୃକ୍ତ ବ୍ୟକ୍ତି ଙ୍କ ଠାରୁ ନମୁନା ସଂଗ୍ରହ କରି ଆର୍ଟିଫିସିଆଲ ଟେଷ୍ଟ କରା ଯାଇଥିଲା । ଆଉ ଡିସେମ୍ବର 8ରେ ତାଙ୍କର ରିପୋର୍ଟ ଆସିଥିଲା ସେ ଥିଲେ କୋରୋନା ପଜେଟିଭ । ତାଙ୍କ ଶରୀରରେ ଯେଉଁ ଭ୍ୟାରିଆଣ୍ଟ ଥିଲା ତାହା ହେଉଛି ଜେଏନ-1 । ସେହି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟବସ୍ଥା ଏବେ ଭଲ ଅଛି କିନ୍ତୁ ଗତ ସପ୍ତାହେ ହେଲା କେରଳରେ କୋଭିଡ-19 କେସ ବଢିବାରେ ଲାଗିଛି ।

କେରଳରେ କୋରୋନାରେ ଏବେ ଶତାଧିକ ଲୋକେ ଆକ୍ରାନ୍ତ ହେଉଛନ୍ତି । ଚିନ୍ତା ବଢାଉଛି କୋରୋନା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 312 ଜଣ ରୋଗୀ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । କେରଳରୁ 280 ଜଣ ଚିହ୍ନଟ ହୋଇଛନ୍ତି କୋରୋନା ପଜେଟିଭ । ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ପରେ ଏବେ ରାଜ୍ୟ ବ୍ୟାପୀ କୋଭିଡ-19 ଚିନ୍ତା ବଢାଇଚି ।

ଏହାକୁ ଦ୍ରୁଷ୍ଟି ରେ ରଖିକି କେରଳ ରେ ଟେଷ୍ଟିଙ୍ଗ ଓ ସର୍ଭୟାଣ୍ଟ କୁ ବଢାଇ ଦିଆ ଯାଇଛି  ଉଭୟ କେନ୍ଦ୍ର ଓ କେରଳ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ସହ ମେଡିକାଲ ଗୁଡିକୁ ପ୍ରସ୍ତୁତ ରଖିବା ପାଇଁ କୁହା ଯାଇଛି । କେରଳରେ ଯେଉଁ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ତାହା ପ୍ରଥମେ ବ୍ରିଟେନ, ଫ୍ରାନ୍ସ, ଆମେରିକାରେ ଚିହ୍ନଟ ହୋଇଥିଲା ।

ଆଉ ଏହି ଖବର ପ୍ରସାର ହେବା ପରେ ଏବେ ସାଧାରଣରେ ଚର୍ଚ୍ଚା ହେଉଛି କି ବେଳ ଥାଉ ଥାଉ ସତର୍କ ରୁହ । ସେହି ସାମାଜିକ ସ୍ବଚ୍ଛତା କୁ ଗୁରୁତ୍ଵ ଦିଅ । ସାମାଜିକ ଦୂରତା କୁ ପ୍ରାଧାନ୍ୟ ଦିଅ ଓ କୋରୋନା କୁ କିଭଳି ଭାବେ ମାତ ଦିଆଯିବ ସେ ନେଇ ଦ୍ରୁଷ୍ଟି ଦିଅ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।