ଘରେ ଲୁଚି ରହିଛି ଆତଙ୍କବାଦୀ ବୁଖାରି ର ଓଡିଶା ସ୍ତ୍ରୀ, ଗାଁ ଲୋକେ ଘେରି ରହିଛନ୍ତି ଗିରଫ ହୋଇପାରେ ପରୱିନ୍‌ ।

ଧରା ପଡିଲା କାଶ୍ମୀର ଆତଙ୍କବାଦୀ ର ଓଡିଶା ସ୍ତ୍ରୀ । ସ୍ତ୍ରୀ ଏବେ ଘରୁ ବାହାରୁ ନାହାନ୍ତି । ଘରେ ଲୁଚିକି ରହୁଛନ୍ତି । ଆତଙ୍କବାଦୀ ବୁଖାରି ର ସ୍ତ୍ରୀ ଙ୍କ ମଧ୍ୟରୁ ଏ ହେଉଛନ୍ତି ଓଡିଶାର ସ୍ତ୍ରୀ । ଯାହାଙ୍କୁ ବାହା ହୋଇଥିଲା ଆତଙ୍କବାଦୀ ବୁଖାରି । ସବୁଠାରୁ ବଡ କଥା ହେଉଛି ବୁଖାରି ର ସ୍ତ୍ରୀ ହେଉଛନ୍ତି ଜଣେ ଶିକ୍ଷୟତ୍ରୀ । ବର୍ଷ ବର୍ଷ ଧରି ଦୁହେଁ ସାଙ୍ଗ ହୋଇ ରହୁଥିଲେ । ଓଡିଶାର ଝିଅକୁ ବାହା ହୋଇ ଓଡିଶାରେ ରହୁଥିଲା ଆତଙ୍କବାଦୀ ବୁଖାରି ।

ଓଡିଶାରୁ ଆଇଏସଆଇ ଆତଙ୍କବାଦୀ ଙ୍କୁ ଦେଉଥିଲା ଲିଙ୍କ । ଆତଙ୍କବଦୀ ବୁଖାରି ର ସ୍ତ୍ରୀ ଙ୍କ ନାଁ ହେଉଛି ସାଇନା ପରୱିନ । ଯିଏ କି ଯାଜପୁର ଜିଲ୍ଲା ନେଉଳପୁର ଗାଁ ର କବରୁଦିନ ଙ୍କ ଝିଅ । ଏହି ଖବର ସାମନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଲା ସୃଷ୍ଟି ହୋଇଛି । ଓଡିଶାର ଝିଅକୁ ବାହା ହୋଇ ଖେଳ କରୁଥିଲା ବୁଖାରି । ରହୁଥିଲା କିଛି ବଡ ଷଡଯନ୍ତ୍ର । ବର୍ଷ ବର୍ଷ ଧରି ଓଡିଶାରେ ରହି ଆସୁଥିଲା ।

4 ମାସ ଓଡିଶାରେ ରହି ଆଉ ବାକି ଦିନ ବାହାରେ ରହୁଥିଲା । ସାଇନ ପରୱିନ ହେଉଛନ୍ତି ଘରୋଇ ସ୍କୁଲର ଶିକ୍ଷୟତ୍ରୀ । ଜଣେ ଶିକ୍ଷୟତ୍ରୀ ଙ୍କ ସ୍ଵାମୀ ଆତଙ୍କବାଦୀ ହେବେ ବୋଲି କେହି କେବେ ଭାବି ନ ଥିଲେ । ସବୁଠାରୁ ବଡ କଥା ହେଉଛି ଉଭୟଙ୍କର 6 ବର୍ଷ ର ଝିଅ ମଧ୍ୟ ଅଛି । ଖାଲି ସେତିକି ନୁହେଁ ଆତଙ୍କବାଦୀ ବୁଖାରି ର ବାପା ମଧ୍ୟ ଓଡିଶାରେ ରହୁଛନ୍ତି । ସମସ୍ତେ ଏକାଠି ଓଡିଶାରେ ଏକ ଭଡା ଘରେ ରହୁଥିଲେ ।

ବର୍ତ୍ତମାନ କ୍ରାଇମବ୍ରାଞ୍ଚ ସମସ୍ତଙ୍କୁ ଗିରଫ କରିପାରେ । ସ୍ତ୍ରୀ ସାଇନା ତାଙ୍କ ସ୍ଵାମୀ ଆତଙ୍କବାଦୀ ବୋଲି ଜାଣିଥିଲେ କି ନାହିଁ, ବୁଖାରି ର ପ୍ରକୃତ ଘର କେଉଁଠି, ସେ କେଉଁ କାମ କରେ ଏମିତି ନାନା ପ୍ରଶ୍ନ କ୍ରାଇମବ୍ରାଞ୍ଚ କରିପାରେ । ଅନ୍ୟ ପରେ ବୁଖାରି ର ବାପାକୁ ମଧ୍ୟ ନିଜ କବଜା କୁ ନେଇପାରେ କ୍ରାଇମବ୍ରାଞ୍ଚ । ଆତଙ୍କବାଦୀ ବୁଖାରି ର ଜାମିନ ଖାରଚ ହେବା ପରେ ଏବେ ରଗଡି ଉପ କାରାଗାର ମଧ୍ୟରେ କଡା ସୁରକ୍ଷା ବଳରେ ରହିଛି ବୁଖାରି ।

ଯାହାକୁ ନେଇ SDF ଘନ ଘନ ଜେରା କରୁଛି । ବୁଖାରି ର ଫୋନ ରୁ ଆତଙ୍କବାଦୀ ଆଇଏସଆଇ ସହ କଥାବାର୍ତ୍ତା ହେବାର ଚ୍ୟାଟିଙ୍ଗ ର ଲିଷ୍ଟ ମିଳିଛି । ତେବେ ଆତଙ୍କବାଦୀ ବୁଖାରି ଗିରଫ ହେବା ପରେ ଅନେକ ତଥ୍ୟ ଏବେ ସାମ୍ନା କୁ ଆସିବାରେ ଲାଗିଛି । ବୁଖାରି ର 6ରୁ 7 ଜଣ ସ୍ତ୍ରୀ ଥିବା ଖବର କୁ ନେଇ ଏବେ ଚାରି ଆଡେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ତେବେ ଆଗକୁ SDF ଆତଙ୍କବାଦୀ ବୁଖାରି କୁ ନେଇ ଅନେକ ତଥ୍ୟ ସଂଗ୍ରହ କରିବ ବୋଲି ଚର୍ଚ୍ଚା ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।