କାନ୍ଦି କାନ୍ଦି ଲେଉଟି ପଡୁଛି ସ୍ତ୍ରୀ.. କେବେ ଭାବି ନ ଥିଲା ଦେଢଶୁର ଏମିତି କିଛି କରି ଦେବେ ।

ଗାଁ ଦାଣ୍ଡ ରେ ସ୍ତ୍ରୀ ଛାତି ଫଟାଇ କାନ୍ଦୁଛି । କାନ୍ଦି କାନ୍ଦି ତଳେ ଲୋଟି ଯାଇଛି । ଆଉ ଅମାନିଆ ଲୁହ ଗୁଡାକ ଆଖି ରୁ ଝରି ଯାଉଛି । କେମିତି ବା ଧର୍ଯ୍ୟ ଧରିବ । ସେ ଯାହା କେବେ ଭାବି ନ ଥିଲେ ଆଜି ତାହା ଘଟି ଯାଇଛି । ସାତ ଜନ୍ମ ପାଇଁ ଯାହାର ହାତ ଧରିଥିଲେ ଆଜି ସେ ହାତ ଛାଡି ଚାଲି ଯାଇଛି । ପାଗେଳି ଙ୍କ ଭଳି ସ୍ତ୍ରୀ ହେଉଛି । ଆଉ ଗାଁ ଲୋକେ ଏହା ଦେଖି ଘେରି ଯାଇଛନ୍ତି । ଆଖି ଆଗରେ ସ୍ଵାମୀ ର ଶବ ପଡିଥିବା ଦେଖି ସହିପାରୁ ନାହିଁ ସ୍ତ୍ରୀ ।

ହଁ ଦର୍ଶକ ବନ୍ଧୁ ଏହି ଘଟଣା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଜଣେ ବଡ ଭାଇ ସାନ ଭାଇ ର ଜୀବନ ନେଇ ଯାଇଛି । ମୃତକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡା ର ଜଗନ୍ନାଥପୁର ଶାସନ ର ଯୁବକ ନିଲୁ ବିଷେଇ । ନିଲୁ ଙ୍କୁ ମାଡ ମାରି ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ନିଲୁ ଙ୍କ ବଡ ଭାଇ ତାଙ୍କୁ ହତ୍ୟା କରିଥିବା ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ତାଙ୍କ ନିଜ ଶଳା ଦୀପକ ନାୟକ ।

ସୂଚନା ଅନୁ ଯାୟୀ ନିଲୁ ଙ୍କ ଦେହ ଓ ବେକ ରେ କିଛି ଦାଗ ରହିଛି । ତାଙ୍କର ହତ୍ୟା କରିବା ପରେ ନିକଟରେ ଥିବା ଏକ ନାଳ ରେ ଫିଙ୍ଗି ଦିଆ ଯାଇଥିଲା । ଆଉ ଖବର ପାଇବା ପରେ ନିଲୁ ଙ୍କ ସ୍ତ୍ରୀ ଓ ପରିବାର ରେ ପହଞ୍ଚିଛନ୍ତି । ନିଲୁ ଙ୍କ ଗାଁ ଜଗନ୍ନାଥପୁର ଶାସନ ହୋଇଥିବା ବେଳେ ତାଙ୍କୁ ପ୍ରତାପପୁର କୁ ଆଣି ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ।

ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଘଟଣାର ସତ୍ୟା ସତ୍ୟ ସାମ୍ନା କୁ ଆସିବ । ତେବେ ସ୍ଵାମୀ ଙ୍କୁ ହରାଇ ସ୍ତ୍ରୀ ଗାଁ ଦାଣ୍ଡରେ କାନ୍ଦି କାନ୍ଦି ଗାଡି ଯାଉଛି । ତେବେ ବଡ ଭାଇ ନିଲୁ ଙ୍କୁ କାହିଁକି ହତ୍ୟା କରିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଜଣେ ସ୍ତ୍ରୀ ନିଜ ସ୍ଵାମୀ କୁ ହରାଇ ପୁରା ପୁରୀ ଭାବେ ଭାଙ୍ଗି ପଡିଛି ।

ସ୍ବାମୀର ଶବ କୁ ଦେଖି ସ୍ତ୍ରୀ ନା ସହି ପାରୁଛି ନା ନିଜର ଦୁଃଖ ର ବେଦନା କୁ କାହାକୁ ଜଣାଇ ପାରୁଛି । ତେବେ ନିଲୁ ଙ୍କୁ ହତ୍ୟା କରା ଯାଇଛି ନା ଏହା ପଛରେ ଆଉ କିଛି କାରଣ ଅଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ  । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।