ନୀଳ ରକ୍ତ କଙ୍କଡା ଭାରତରେ ବିଲୁପ୍ତ ହେବାକୁ ଲାଗିଛି, କିନ୍ତୁ ଆମେରିକାରେ ଏହାର ଚାହିଦା ଅଧିକ ରହିଛି ।

ନମସ୍କାର ବନ୍ଧୁଗଣ । ବିଲୁପ୍ତ ହେବାକୁ ବସିଲାଣି ନୀଳ ରଙ୍ଗର କଙ୍କଡା । ବୈଦେଶିକ ବଜାରରେ ଏହା ର ମୂଲ୍ୟ ଅଧିକ ଠିକା ବେଳେ ଭାରତର ଏହା ମୂଲ୍ୟହୀନ ହୋଇ ପଡିଛି । 90 ଦଶକ ରୁ ନଷ୍ଟ ହେବାରେ ଲାଗିଛି ଏହି ପ୍ରଜାତିର କଙ୍କଡା । 450 ମିଲିୟନ ବର୍ଷ ପୂର୍ବେ ପୃଥିବୀ ରେ ସୃଷ୍ଟି ହୋଇଥିଲା ନୀଳ ରକ୍ତ କଙ୍କଡା । ଯାହା ଆଜି ବି ଜୀବିତ ରହିଛି । ମୁଖ୍ୟତଃ 4 ପ୍ରକାରର ନୀଳ ରକ୍ତ କଙ୍କଡା ଦେଖା ଯାଆନ୍ତି ।

ସେଥିରୁ ବାଲେଶ୍ଵର ଉପକୂଳରୁ କେନ୍ଦ୍ରାପଡା ଉପକୂଳ ମଧ୍ୟରେ 2 ପ୍ରଜାତିର ଏହି କଙ୍କଡା ଦେଖିବାକୁ ମିଳେ । ଗୋଟେ ପ୍ରଜାତି ବାଲି ଉପରେ ଓ ଅନ୍ୟ ଏକ ପ୍ରଜାତି ଲୁଣା ଜଙ୍ଗଲରେ ଦେଖିବାକୁ ମିଳେ । କିନ୍ତୁ ଏହା ଏବେ ଖୁବ କମ ଦେଖିବାକୁ ମିଳୁଛି । ମାଛ ଧରିବାକୁ ଯାଉଥିବା ମଶ୍ଚ୍ୟଜୀବି ମଧ୍ୟ ପୂର୍ବ ଭଳି ଏହାକୁ ଦେଖିବାକୁ ପାଉ ନ ଥିବା କହିଛନ୍ତି । ଭାରତ ବାହାରେ ଓ ଆମେରିକାରେ ଏହି ପ୍ରଜାତି ର ଅଧିକ ଗବେଷଣା ହେଉଥିବା ବେଳେ ଏହାର ଚାହିଦା ମଧ୍ୟ ଅଧିକ ଅଛି ।

ଏହାର ରକ୍ତ ରେ ଔଷଧୀୟ ଗୁଣ ଥିବା ବେଳେ ଏହା ବହୁତ ମୂଲ୍ୟବାନ ବିବେଚିତ ଅଟେ । ଏହାର ସରକ୍ଷଣ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ ହେଉଥିବା ବେଳେ ସମୁଦ୍ର ଜଳ ଦୂଷିତ ହେଉ ଥିବାରୁ ଏହାର ବଂଶ ବିଲପୁପ୍ତ ହେଉଛି । ସରକାରଙ୍କର ତରଫରୁ ଏହାର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନିଆଗଲେ ଆଗାମୀ ଦିନରେ ଏହାର ବଂଶ ବୃଦ୍ଧି ପାଇ ପାରନ୍ତା ବୋଲି ରକ୍ତ କଙ୍କଡାର ବିଶେଷଜ୍ଞ କହିଛନ୍ତି ।

ବିଶେଷଜ୍ଞ କହିଛନ୍ତି ଯେ ରକ୍ତ କଙ୍କଡା ମୂଲ୍ୟବାନ ସାମୁଦ୍ରିକ ପ୍ରାଣୀ ଟିଏ । ଯାହାର ରକ୍ଷଣାବେକ୍ଷଣା ର ବହୁତ ଆବଶ୍ୟକତା ଅଛି । ଲୋକ ମାନଙ୍କ ମଧ୍ୟରେ ସଚେତନତା ଦରକାର । ଏହାର ବ୍ଲଡ଼ ରୁ ଏତେ ଉପାଦେୟତା ଅଛି ଯେ ବହୁତ ବଡ ବଡ ରୋଗ କୁ ଚିହ୍ନି ପାରେ ଓ ଭଲ ମଧ୍ୟ କରିପାରେ । ରକ୍ତ କଙ୍କଡା ର ଗବେଷଣା କରି ଆମେରିକା ବିଶେଷଜ୍ଞ ମାନେ ଆରମ୍ଭ କରିଲାଣି ।

ଚୀନ ମଧ୍ୟ ଏହା ଉପରେ ଗବେଷଣା ଜାରି ରଖିଛି । କିନ୍ତୁ ଭାରତ ପକ୍ଷରୁ କିଛି ବି ପଦକ୍ଷେପ ନିଆଯାଇ ନାହିଁ ।  ମଶ୍ଚ୍ୟ ଜୀବି ମାନେ ଏହି ପ୍ରଜାତି ର କଙ୍କଡା କୁ ଜାଲ ରେ ଧରି ମଧ୍ୟ ଫୋପାଡି ଦେଇଥାନ୍ତି । କିଛି ନିର୍ଦ୍ଦିଷ୍ଟ ମୁହାଣ କୁ ଯଦି ସରଂକ୍ଷିତ ରଖାଯାଇ ପାରନ୍ତା କିଛି ଅପବ୍ଯବହାର ନ କରା ହୁଅନ୍ତା ତେବେ ଏହି ପ୍ରଜାତି ର  କଙ୍କଡା ଗୁଡିକର ସରକ୍ଷଣ ହୋଇ ପାରନ୍ତା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।