ମା’ ଠାରୁ ତାର ଦୁଇ ପିଲାଙ୍କୁ ଅଲଗା କରି ଦେଇଛନ୍ତି ଶାଶୁ ଶ୍ଵଶୁର । ପିଲାଙ୍କୁ ମା କୋଳକୁ ଫେରାଉ ନାହାନ୍ତି ଶାଶୁ ଶ୍ଵଶୁର ।

ନମସ୍କାର ବନ୍ଧୁଗଣ । ଆଜି ଆମେ କହିବାକୁ ଯାଉଛି ଏମିତି ଏକ ଦୁଖୀନୀ ମା ର କାହାଣୀ । ଯାହା ପାଖରୁ ତା ଦୁଇ ଛୁଆକୁ ଅଲଗା କରି ଦେଇଛନ୍ତି ଶାଶୁ ଶ୍ଵଶୁର । ମା ଟି ଶାଶୁ ଶ୍ବଶୁରଙ୍କ ଆଗରେ ନେହେରୁ ହେଲା ଗୋଡ ବି ଧରିଲା କିନ୍ତୁ ସେମାନେ ଶୁଣିଲେ ନାହିଁ । ମା ଯେତେ କହୁଛି ତା ଛୁଆକୁ ଫେରାଇ ଦେବା ପାଇଁ କିଛି ଶାଶୁ ଶ୍ଵଶୁର ଦେଉ ନାହାନ୍ତି । ସୂଚନା ଅନୁଯାୟୀ ମହିଳାଙ୍କର ଦୁଇଟି ପିଲା ଅଛନ୍ତି ଯାହାଙ୍କୁ ଶାଶୁ ଶ୍ଵଶୁର ରଖି ଦେଇଛନ୍ତି ।

ମହିଳା ଅନେକ ନେହୁରା ହୋଇଥିଲେ ତାଙ୍କର ଦୁଇ ଛୁଆଙ୍କୁ ଫେରାଇ ଦେବା ପାଇଁ । କିନ୍ତୁ ଶାଶୁ ଶ୍ଵଶୁର ଛୁଆ ଦୁଇଟି ଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚାଇ ଦେଇଛନ୍ତି । ସୂଚନା ଅନୁଯାୟୀ ଉକ୍ତ ମହିଳା ହେଉଛନ୍ତି ଅର୍ଚ୍ଚନା ମୁଖୀ ଓ ତାଙ୍କ ସ୍ଵାମୀ ଙ୍କ ନାଁ ହେଉଛି ପ୍ରଶାନ୍ତ ମହାରଣା । ଦୀର୍ଘ 6 ବର୍ଷ ପୂର୍ବେ କଲେଜରେ ଉଭୟ ପାଠ ପଢୁଥିଲେ ଓ ଭଲ ପାଇ ବାହା ହୋଇଥିଲେ ।

ଯେତେବେଳେ ଅର୍ଚ୍ଚନା ବାହା ହୋଇ ପ୍ରଶାନ୍ତଙ୍କ ସହ ଘରକୁ ଆସିଲେ ସେତେବେଳେ ଶାଶୁ ଶ୍ଵଶୁର କହିଥିଲେ ଯେ ଅର୍ଚ୍ଚନା ଆଉ ତାଙ୍କ ବାପଘରକୁ ଆଉ କେବେ ବି ଇବେ ନାହିଁ । କାରଣ ଅର୍ଚ୍ଚନା ଙ୍କ ବାପଘର ଲୋକେ ଭିନ୍ନ ଜାତିର ହୋଇଥିବାରୁ ତାଙ୍କ ଶାଶୁଘର ଲୋକେ ପସନ୍ଦ କରୁ ନ ଥିଲେ । ତା ପରେ ପ୍ରଶାନ୍ତ ରକଟା ରୋଗରେ ପୀଡିତ ହୋଇ ସବୁଦିନ ପାଇଁ ଆଖି ବୁଜି ଦେଲେ ।

ପରେ ଅର୍ଚ୍ଚନା ଙ୍କ ମାଙ୍କର ଦେହାନ୍ତ ହୋଇ ଯାଇଥିଲା । ଅର୍ଚ୍ଚନା ତାଙ୍କ ମା ଙ୍କର ଶେଷ ଦର୍ଶନ କରିବାକୁ ଯାଇଥିଲେ । କିନ୍ତୁ ଯେତେବେଳେ ଅର୍ଚ୍ଚନା ଶାଶୁଘରକୁ ଫେରିଥିଲେ ସେତେବେଳେ ଶାଶୁଘର ଲୋକେ ଆଉ ତାଙ୍କ ଘରେ ପୁରାଇ ନ ଥିଲେ । ଏବେ ଘରୁ ବାହାର କରି ଦେଇଛନ୍ତି ଅର୍ଚ୍ଚନା ଙ୍କୁ ଓ ଦୁଇ ପିଲାଙ୍କୁ ରଖି ନେଇଛନ୍ତି ଶାଶୁ ଶ୍ଵଶୁର । ଅର୍ଚ୍ଚନା ଯେତେ କାକୁତି ମିନତୀ ହୋଇ ନିଜ ପିଲାଙ୍କୁ ମାଗୁଛନ୍ତି ଦେଉ ନାହାନ୍ତି ଶାଶୁ ଶ୍ଵଶୁର ।

ଅର୍ଚ୍ଚନାଙ୍କ ଶାଶୁ ଶ୍ଵଶୁର କହୁଛନ୍ତି ଟଙ୍କା ନେଇ ଯା ଆଉ ତୋ ଛୁଆକୁ ଭୁଲି ଯା । ଏଭଳି କିଛି କହିଛନ୍ତି ଅର୍ଚ୍ଚନା ଙ୍କ ଶାଶୁ ଶ୍ଵଶୁର ଯାହାର ଅଭିଯୋଗ କରିଛନ୍ତି ଅର୍ଚ୍ଚନା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କଳିଙ୍ଗ ଥାନା ଅନ୍ତର୍ଗତ ଗୋଲା ଗାଁ ରେ । ତେବେ ଏ ନେଇ ଚାଇଲ୍ଡ ଲାଇନ ବିଭାଗକୁ ମଧ୍ୟ ଖବର ଦିଆ ଯାଇଛି ।

ଜଣେ ମା ଙ୍କ ଠାରୁ ତାର ଦୁଇ ଛୁଆଙ୍କୁ ଅଲଗା କରି ଦେଇଛନ୍ତି ଶାଶୁ ଶ୍ଵଶୁର । ଆଉ ସେହି ଦୁଇ ପିଲାଙ୍କୁ କୌଣସି ନିର୍ଦିଷ୍ଟ ସ୍ଥାନରେ ଲୁଚାଇ ଦେଇଛନ୍ତି ଶାଶୁ ଶ୍ଵଶୁର । ଏଭଳି କିଛି ଅଭିଯୋଗ କରିଛନ୍ତି ଅର୍ଚ୍ଚନା ମୁଖୀ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।