ପୁଣି ବିଶ୍ଵକପ ପାଇଁ ରୋହିତ ଙ୍କୁ ମନାଉଛି ବିସିସିଆଇ । ଟି-20 ବିଶ୍ଵକପ କୁ ନେଇ କିଏ ହେବ କ୍ଯାପଟେନ ? ଗତ ବର୍ଷ ଅଧିନାୟକ ପଦ ଛାଡି ଦେଇଥିଲେ ରୋହିତ । ଏବେ ପୁଣି ରୋହିତଙ୍କୁ ମନେଇବାକୁ ବାହାରିଛି ବିସିସିଆଇ । ହଁ ଦର୍ଶକ ବନ୍ଧୁ ସୂଚନା ଅନୁଯାୟୀ ଭାରତୀୟ ଦଳ ଡିସେମ୍ବର ଆରମ୍ଭରୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତ ରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ଯାଚ ବିଶିଷ୍ଟ ଟି-20 ଶୃଙ୍ଖଳା ଖେଳିବ ।
ଦକ୍ଷିଣ ଆଫ୍ରିକା ଅଗଷ୍ଟ ପାଇଁ ଆଜି ତିନି ଫର୍ମାଟ ର ଦଳ ଘୋଷଣା ପୂର୍ବରୁ ବିସିସିଆଇ ରୋହିତ ଶର୍ମାଙ୍କୁ ଟି-20 ର ନେତୃତ୍ଵ ନେବାକୁ ମନେଇବାକୁ ଚେଷ୍ଟା କରିବ ବୋଲି ଏବେ ସବୁ ଆଡେ ଚର୍ଚ୍ଚା ହେଉଛି । ତେବେ ଗତ ବର୍ଷ ବିଶ୍ଵକପ ଫାଇନାଲ ରେ ଭାରତ ହାରିବା ପରେ ଟି-20 ଦଳରୁ ଅଧିନାୟକ ପଦ ଛାଡି ଦେଇଥିଲେ ରୋହିତ ଶର୍ମା ।
ବିସିସିଆଇ ସଚିବ ତଥା ଚୟନ କମିଟିର ସମନ୍ବୟକ ଜୟସା କମିଟିର ଅଧ୍ୟକ୍ଷ ଅଜିତ ଅଗ୍ରକର ଙ୍କ ସହ ନୂଆଦିଲ୍ଲୀ ରେ ଆଲୋଚନା କରିବେ । ଏଥିରେ ତିନି ଫର୍ମାଟ ର ଟି-20 ବିଶ୍ଵକପ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ । ତେବେ ଟି-20 ର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡିଆ ଆହତ ହେବା କାରଣରୁ ଗୋଟେ ମାସ ଯାଏଁ ଖେଳି ପାରିବେ ନାହିଁ ।
ଏହି ସ୍ଥିତିରେ ବିସିସିଆଇ ସୂର୍ଯ୍ୟ କୁମାର ଯାଦବ ଙ୍କୁ ଅଧିନାୟକ କରିବା ବା ରୋହିତ ଙ୍କୁ ଦାୟିତ୍ଵ ଦେବା ଛଡା ଆଉ କିଛି ରାସ୍ତା ନାହିଁ । କିନ୍ତୁ ରୋହିତ ଉର୍ବରୁ କହି ସାରିଛନ୍ତି ସେ ଟି-20 ଅନ୍ତର୍ଜାତୀୟ ଖେଳିବାକୁ ଚାହାନ୍ତି ନାହିଁ । କିନ୍ତୁ ସେ ଯେଉଁ ଭଳି ଭାବେ ଦିନିକିଆ ବିଶ୍ଵକପର ନେତୃତ୍ଵ ନେଇଥିଲେ ବିଶିସିଆଇ ମଧ୍ୟ ଭାବୁଛି କି ଟି-20 ର ନେତୃତ୍ଵ ରୋହିତ ନେଲେ ଭଲ ହେବ ।
ତେବେ ରୋହିତ ଟି-20 ଦଳର ମଙ୍ଗ ସମ୍ଭାଳିବାକୁ ସହମତ ହେଲେ ଆଗାମୀ ବିଶ୍ଵକପ ଯାଏଁ ସେ ଦଳର ନେତୃତ୍ଵ ନେଇ ପାରନ୍ତି । ଯଦି ରୋହିତ ରାଜି ନ ହୁଅନ୍ତି ତେବେ ସୂର୍ଯ୍ୟ କୁମାର ଯାଦବ ଆଗାମୀ ଟି-20 ର ନେତୃତ୍ଵ ନେବେ । ତେବେ ଦେଖିବାକୁ ବାକି ରହିଲା ଆଗକୁ ଯାଇ ଦଳର ନେତୃତ୍ଵ କିଏ ନେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।