ନମସ୍କାର ବନ୍ଧୁଗଣ । ବିଶ୍ଵକପ ରେ ଘାତକ ବୋଲିଙ୍ଗ ବଳରେ ପ୍ରତିଟି ଭାରତୀୟଙ୍କ ନଜରରେ ହିରୋ ସାଜିଛନ୍ତି ମହମଦ ସାମୀ । ନିୟୁଜଲ୍ୟାଣ୍ଡ ବିପକ୍ଷରେ 7ଟି ୱିକେଟ ହାସଲ କରି ଭାରତକୁ ଫାଇନାଲ ରେ ପ୍ରବେଶ କରାଇଛନ୍ତି ସାମୀ । ଏହା ସହ ଅନେକ ରେକର୍ଡ ଓ ଇତିହାସ ନିଜ ନାଁ ରେ କରିଛନ୍ତି ସାମୀ । ବିଶ୍ଵକପରେ ନୂଆ ଇତିହାସ ରଚିବା ପୂର୍ବରୁ ସାମୀ ଙ୍କୁ ଅନେକ ସଙ୍ଘର୍ଷର ସାମ୍ନା କରିବାକୁ ପଡିଥିଲା ।
ଆଉ ଏହି ଯାତ୍ରାରେ ପରିବାରର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେମି ଫାଇନାଲରେ ସାନଦାର ବୋଲିଙ୍ଗ କରିଥିବା ସାମୀ କେବେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ । ଥରେ ନୁହେଁ ବରଂ 3 ଥର ଚେଷ୍ଟା କରିଥିଲେ । ଆଉ ସେହି ସମୟରେ ତାଙ୍କ ପାଇଁ କଷ୍ଟଦାୟକ ସ୍ଥିତି ଥିଲା । ହେଲେ ସେଥିରୁ ବାହାରି ଶ୍ରେଷ୍ଠ ପ୍ରଦର୍ଶନ ହେବା ପଛରେ କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ।
ଗତ କିଛି ବର୍ଷ ହେବ ସାମୀ ପାରିବାରିକ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି । କୋରୋନା ସମୟରେ ରୋହିତଙ୍କ ସହ ଆଲୋଚନା ସମୟରେ ସାମୀ କହିଥିଲେ କି “2015 ବିଶ୍ଵକପରେ ଆହତ ହେବା ପରେ ପୁଣି ଫେରିବାକୁ 18 ମାସ ସମୟ ଲାଗିଥିଲା ଯାହା ମୋ ଜୀବନରେ ସବୁଠୁ କଷ୍ଟଦାୟକ ସମୟ ଥିଲା । ଏହି ସମୟରେ ଆଇପିଏଲ ଖେଳିବାକୁ 10 ଦିନ ବାକି ଥିବା ବେଳେ ମୋର ଗାଡି ଦୁର୍ଘଟଣା ହୋଇଥିଲା ।
ସେତେବେଳେ ଗଣମାଧ୍ୟମରେ ମୋତେ ନେଇ ନାନାଦି ଆଲୋଚନା ହେଲା । ସେହି ସମୟରେ ମୋତେ ପରିବାରର ସହଯୋଗ ନ ମିଳିଥିଲେ ମୁଁ କ୍ରିକେଟ ଛାଡି ଦେଇଥାନ୍ତି । ଏମିତିକି ସେହି ସମୟରେ ମୁଁ 3 ଥର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି କିନ୍ତୁ ପରିବାର ଲୋକ ମୋ ଉପରେ ନଜର ରଖିଥିଲେ । କାରଣ ମୋ ଘର 24 ମହଲା ଉପରେ ଥିଲା ।
ସେଥିପାଇଁ ମୁଁ ଯେମିତି ଆତ୍ମହତ୍ୟା ନ କରେ ମୋ ପରିବାର ସଦସ୍ୟ ମୋ ପାଖରେ ରହୁଥିଲେ । ସମସ୍ତେ ଖେଳରେ ଧ୍ୟାନ ଦେବାକୁ କହୁଥିଲେ । ଚପରେ ଥିବାରୁ କଣ କାର୍ତୁଥିଲି ଜାଣିପାରୁ ନ ଥିଲି । ହେଲେ ପରିବାର ଲୋକ କେହି ହାତ ଛାଡି ନ ଥିଲି । ଏଭଳି କଠିନ ସ୍ଥିତିରୁ ବାହାରି ବିଶ୍ଵକପରେ ପ୍ରଦର୍ଶନ କରିବା ଛୋଟ ସଫଳତା ନୁହେଁ” ।
ନିୟୁଜଲ୍ୟାଣ୍ଡ ବିପକ୍ଷରେ 7 ୱିକେଟ ହାସଲ କରି ନନେକ ନୂଆ ରେକର୍ଡ ର ଅଧିକାରୀ ହୋଇଛନ୍ତି ସାମୀ । ବିଶ୍ଵକପ ରେ ସର୍ବାଧିକ ଥର 5 ୱିକେଟ ହାସଲ କରିଛନ୍ତି ସାମୀ । ସେହିପରି ଗୋଟେ ବିଶ୍ଵକପରେ ଭାରତୀୟ ବୋଲୋର ଭାବେ ସର୍ବାଧିକ ୱିକେଟ ହାସଲ କରି ଜାହିର ଖାନ ଙ୍କ ରେକର୍ଡ ଭାଙ୍ଗିଛନ୍ତି ସାମୀ । ଏହା ପୂର୍ବରୁ ଜାହିର ଖାନ 2011 ବିଶ୍ଵକପ ରେ 21ଟି ୱିକେଟ ହାସଲ କରିଥିଲେ । ସାମୀ ଏବେ ସୁଧା ବିଶ୍ଵକପରେ 23ଟି ୱିକେଟ ହାସଲ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।