ଜେଲରୁ ଫେରିବା ପରେ ପ୍ରଥମ ଥର ପାଇଁ ମନର କଥା କହିଲେ ପ୍ରଡ୍ୟୁସର Tutu Nayak

ନମସ୍କାର ବନ୍ଧୁଗଣ । ଜେଲ ରୁ ଜାମିନ ରେ ଆସିବା ପରେ ପ୍ରଥମ ଥର ପାଇଁ ବରିଷ୍ଠ ପ୍ରଯୋଜକ ଟୁଟୁ ନାୟକ ଏଭଳି କିଛି କହିଛନ୍ତି । ଜେଲ ରୁ ବାହାରି ଏବେ ମୁହଁ ଖୋଲିଛନ୍ତି ଟୁଟୁ ନାୟକ । ଯେଉଁଥିରେ ସେ ଅନୁତାପ କରି ଏମିତି କିଛି ପୋଷ୍ଟ କରିଛନ୍ତି ଯେ “ବେଳେବେଳେ ଜୀବନରେ ଏଭଳି ସ୍ଥିତି ଭୋଗିବା ଦରକାର । କାରଣ ଏଥିପାଇଁ ନୁହେଁ ଯେ ତୁମେ କେଉଁ ଭଳି ଖରାପ ମଣିଷ । ଏଥିପାଇଁ ଯେ ତୁମେ ସମସ୍ତଙ୍କ ସହ ଭଲ ହେଲେ କଣ ଅସୁବିଧା ହୁଏ ।

ତାହା ତୁମକୁ ଏହି ଦିନ ଶିଖାଇ ଦିଏ । ସେଥିପାଇଁ ବନ୍ଦ କରି ଦେବା ଦରକାର ସମସ୍ତଙ୍କ ସହ କଥାବାର୍ତ୍ତା” । ସେ ନିଜର ସୋସିଆଲ ଷ୍ଟାଟସ ରେ ଏଭଳି କିଛି ପୋଷ୍ଟ କରିଛନ୍ତି । ଆଉ ମନର ବେଦନା କୁ ଷ୍ଟଟସ ମାଧ୍ୟମରେ ବଖାଣିଛନ୍ତି ଟୁଟୁ ନାୟକ । ସେଦିନର ଘଟଣା କିଛି ଏମିତି ଥିଲା କି ଯେବେ ଟୁଟୁ ନାୟକ ବାହାରିଥିଲେ ସେତେବେଳେ ସାମ୍ବାଦିକ ଜଣକ ଗେଟ ଆଗରେ ଛିଡା ହୋଇଥିଲେ ।

ଆଉ ତାଙ୍କୁ ହାତ ରେ ଥାପୁଡେଇ ଡ଼ାକିଥିଲେ । ଆଉ ଦେଖିଲା ବେଳକୁ ମୋବାଇଲ ତଳେ ପଡି ଯାଇଥିଲା ସାମ୍ବାଦିକାଙ୍କର । ଆଉ ଟୁଟୁ ନାୟକ ମୋବାଇଲ ନ ଉଠାଇ ସାମ୍ବାଦିକା ଙ୍କ ଗାଲ ଓ ପିଠି କୁ ଥାପୂଡେଇ ଚାଲି ଯାଇଥିଲେ । ଆଉ ଏପଟେ ସାମ୍ବାଦିକା ଜଣକ ଏହି ଘଟଣା ପରେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଆଉ ତା ପରେ ନୀରବ ହୋଇଥିଲେ ଟୁଟୁ ନାୟକ ।

ସାମ୍ବାଦିକା କହିଥିଲେ ଟୁଟୁ ନାୟକ ମୋତେ ମାରିଛନ୍ତି ଓ ଅସଦାଚରଣ ବ୍ୟବହାର କରିଛନ୍ତି । ଏହାର ଉତ୍ତର ରେ ଟୁଟୁ ନାୟକ କହିଥିଲେ ମୁଁ ଗେଲ କରିଥିଲି ଆଉ ପିଠି କୁ ଥାପୁଡେଇ ଦେଇ ଥିଲି । ଆଉ କହିଥିଲି ମୋବାଇଲ ଉଠାଇ ନିଅ । ଯେଉଁଠି ସାମ୍ବାଦିକ ଜଣକ କହିଥିଲେ ମୋ ଗାଲ କୁ ମାଡ ମାରିଥିଲେ । ସେଠାରେ ଟୁଟୁ ନାୟକ କହିଥିଲେ ମୁଁ ଗାଲ କୁ ଆଉଁସୀ ଦେଇଥିଲି ଥାପୁଡେଇ ଦେଇ ଦେଇଥିଲି ।

ଯାହାର ସିସିଟିଭି ଫୋଟେଜ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସାମ୍ବାଦିକା ଙ୍କ ଅଭିଯୋଗ ପରେ ଟୁଟୁ ନାୟକ ଜେଲ ଯାଇଥିଲେ । ଆଉ ଜାମିନ ରେ ଆସିବା ପରେ ଏଭଳି କିଛି ନିଜ ମନର କଥା କୁ ଷ୍ଟାଟସ ମାଧ୍ୟମରେ ଦର୍ଶାଇଛନ୍ତି ଟୁଟୁ ନାୟକ । ଟୁଟୁ ନାୟକ ପୋଷ୍ଟ କରିଛନ୍ତି ଯେ କର୍ମା ସିଂ ଜୀବନରେ ବେଳେବେଳେ ଏମିତି ସ୍ଥିତି ଦେଇ ଗତି କରିବା ପଡେ ।

କାରଣ ଏହା ପାଇଁ ନୁହେଁ ଯେ ତୁମେ ଜଣେ ଖରାପ ମଣିଷ । ଏଥିପାଇଁ ତୁମେ ନିଜେ କେବେ ଜାଣି ନ ଥିବ । ସମସ୍ତଙ୍କ ସହ ଭଲ ହୋଇଗଲେ କଣ ଅସୁବିଧା ହୁଏ । ଆଉ ସେଥିପାଇଁ ସମସ୍ତଙ୍କ ସହ ଭଲ ହେବା ବନ୍ଦ କରି ଦିଅ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।