ଅଭିଯୋଗ କଲେ ଅଷ୍ଟ୍ରେଲିଆ ଖେଳାଳି ,ହେଲେ ଆଫଗାନିସ୍ତାନ ଡଗ ଆଉଟରେ ନାଚିଲେ ଜାଡେଜା…

କାନ୍ଦିଲା ଅଷ୍ଟ୍ରେଲିୟା ନାଚିଲେ ଜାଡେଜା । ଡ୍ରେସିଂ ରୁମରେ ଏମିତି ନାଚିଲେ ଯାହା ସମସ୍ତେ ଦେଖିଲେ । ନାଚିବା ପଛର କାରଣ ଜାଣିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ହଁ ଦର୍ଶକ ବନ୍ଧୁ ଅଷ୍ଟ୍ରେଲିୟା କୁ ଧୂଳିସାତ କରିଛି ଆଫଗାନିସ୍ତାନ ଦଳ । ଆଉ ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା । ଯେବେ ଅଷ୍ଟ୍ରେଲିୟା ଖେଳାଳି ଆଉଟ ହୋଇ ଯାଉଥିଲେ ଠିକ ସେତିକି ବେଳେ ଡ୍ରେସିଂ ରୁମରେ ନାଚିଥିଲେ ଜାଡେଜା ।

ତେବେ ଏଠାରେ ଆମେ ଟିମ ଇଣ୍ଡିଆ ର ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଙ୍କ ବିଷୟରେ କହୁ ନାହୁଁ । ଆମେ ଏଠାରେ କହୁଛି ଆଫଗାନିସ୍ତାନ ର ମେଣ୍ଟର କୋଚ ଥିବା ଭାରତ ର ପୂର୍ବତନ କ୍ରିକେଟର ଅଜୟ ଜାଡେଜା ଙ୍କ କଥା । ଆଉ ତାଙ୍କର ନାଚିବାର ଦୃଦ୍ୟ ମ୍ଯାଚ ଚାଲିଥିବା ସମୟରେ କ୍ୟାମେରା ରେ ରେକର୍ଡ ହୋଇଥିଲା । ଆଉ ଏହି ନାଚ ପଛରେ ରହିଛି ବଡ କାରଣ । ଆଫଗାନିସ୍ତାନ ଅଷ୍ଟ୍ରେଲିୟା କୁ 252 ରନ ର ବିଜୟ ଲକ୍ଷ୍ୟ ଦେଇଥିଲା ।

କିନ୍ତୁ ଏହି ଲକ୍ଷ୍ୟ କୁ ହାସଲ କରିବାକୁ ଯାଉଛି କଙ୍ଗାରୁ ଦଳ ହରାଇ ଚାଲିଥିଲା ଭଲ ୱିକେଟ । ଆଉ ଏହି ସମୟରେ ଅଷ୍ଟ୍ରେଲିୟା ଖେଳାଳି ଅଭିଯୋଗ ଆଣିଥିଲେ କି ଆଫଗାନିସ୍ତାନ ର ଡ୍ରେସିଙ୍ଗ ରୁମରେ ଅଧିକ ହଲଚଲ ହେଉଛି । ଆଉ ସେଥିପାଇଁ ସେମାନେ ଖେଳି ପାରୁ ନାହାନ୍ତି । ଆଉ ଏହି ଅଭିଯୋଗ ପରେ ଥାର୍ଡ ଅମ୍ପେୟାର ହସ୍ତକ୍ଷେପ କରିଥିଲେ ଯାହା ପରେ ଅଜୟ ଜାଡେଜା ନାଚି ନାଚି ଡ୍ରେସିଙ୍ଗ ରୁମରୁ ବାହାରି ଥିଲେ ।

ଅଜୟ ଜାଡେଜା ଙ୍କ ନାଚିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲୁଛି । ଆଉ ଏହି ଭିଡିଓ ଏବେ ଟ୍ରେଣ୍ଡିଙ୍ଗ ରେ ରହିଛି । ଚଳିତ ବିଶ୍ଵକପ ରେ ସେମି ଫାଇନାଲ କୁ ଯିବା ପାଇଁ ସବୁ ଦଳ ମଧ୍ୟରେ ଜୋରଦାର ଲଢେଇ ଜାରି ରହିଛି ।  ଆଫଗାନିସ୍ତାନ ଅଷ୍ଟ୍ରେଲିୟା ର ସବୁ ଭଲ ଭଲ ଖେଳାଳୀ ଙ୍କୁ ଅତି ସହଜରେ ଆଉଟ କରି ଦେଇଥିଲା ।

ଆଉ ବୋଲୋର ମାନେ ମଧ୍ୟ କମାଲ କରିଥିଲେ । କୌଣସି ବ୍ୟାଟର ଅଧିକ ସମୟ ଯାଏଁ ତିଷ୍ଠି ପାରି ନ ଥିଲେ । ତେବେ ଅଷ୍ଟ୍ରେଲିୟା ବିପକ୍ଷ ରେ ଅଜୟ ଜାଡେଜା ଙ୍କର ଏଭଳି ଆଚରଣ ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଭାଇରାଲ ହୋଇଥିବା ଭିଡିଓ ରେ ଅଜୟ ଜାଡେଜା ଜେଭଳି ଭାବେ ନାଚୁଛନ୍ତି ତାହା ଦେଖି ସମସ୍ତେ ନିଜ ନିଜ ମତ ମଧ୍ୟ ସୋସିଆଲ ମିଡିଆରେ ଦେଉଛନ୍ତି । ଆଉ ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।