ଖଲିସ୍ତାନୀ ଆତଙ୍କବାଦୀର ଧମକ, ବିଶ୍ୱକପ୍ ଫାଇନାଲ ଦିନ ଭାରତରେ ହେବ ବଡ ଧମାକା ।

ବିଶ୍ଵକପ ଫାଇନାଲ ରେ ବଡ ଧମାକା ହେବ । ଭାରତ ଉପରେ ବଡ ଆକ୍ରମଣ ହେବ । ଏୟାର ଇଣ୍ଡିଆ ବିମାନକୁ ଉଡାଇ ଦେବ । ହଁ ଦର୍ଶକ ବନ୍ଧୁ ଏବେ ଭାରତରେ ICC ଦିନିକିଆ ବିଶ୍ଵକପ ଖେଳା ଯାଇଥିବା ବେଳେ ନଭେମ୍ବର 19 ରେ ଫାଇନାଲ ମ୍ଯାଚ ଖେଳାଯିବ । ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ନଜର ଭାରତ ଉପରେ ରହିଛି । ହେଲେ ଏହାରି ମଧ୍ୟରୁ ଖାଲିସ୍ତାନି ଆତଙ୍କବାଦୀ ଙ୍କ ତରଫରୁ ଆସିଛି ବଡ ଧମକ ।

ଭାରତରେ ବ୍ୟାନ ହୋଇଥିବା ଆତଙ୍କି ସଂଘଠନ ଶିଖ ଫର ଜଷ୍ଟିସ ର ପ୍ରତିଷ୍ଠାତା ପରର୍ନୋ ସିଂ ଏକ ଭିଡିଓ ଜାରି କରି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ନଭେମ୍ବର 19 ରେ ଭାରତରେ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯିବ । ଆଉ ସେହି ଦିନ ସେ ଏୟାର ଇଣ୍ଡିଆ ବିମାନକୁ ଉଡାଇ ଦେବ । ଆଗକୁ ଭିଡିଓ ରେ ଖଲିସ୍ତାନି ଆତଙ୍କବଦୀ କହିଛନ୍ତି ନଭେମ୍ବର 19 ରେ ଏୟାର ଇଣ୍ଡିଆ କୁ କାର୍ଯ୍ୟକାରୀ କରିବା ପାଇଁ ଅନୁମତି ଦିଆଯିବ ନାହିଁ ।

କୌଣସି ଶିଖ ନଭେମ୍ବର 19 ରେ ଏୟାର ଇଣ୍ଡିଆ ରେ ବିମାନରେ ଉଡାଣ କରନ୍ତୁ ନାହିଁ । ଜୀବନ ପ୍ରତି ବିପଦ ରହିଛି । ପର୍ନ୍ନୁ ଧମକ ଦେଇଛି ଯେ ନଭେମ୍ବର 19 ରୁ ବିଶ୍ଵ ସ୍ତର ରେ ଅବରୋଧ କରାଯିବ । ଏୟାର ଇଣ୍ଡିଆ ଚଳାଇବାକୁ ଅନୁମତି ଦିଆଯିବ ନାହିଁ । ଶିଖ ଲୋକ ମାନେ ନଭେମ୍ବର 19 ଓ ଏହା ପରେ ଏୟାର ଇଣ୍ଡିଆ ରେ ଯାତ୍ରା କରନ୍ତୁ ନାହିଁ ।

ଆଗକୁ ସେ କହିଛି ଯେଉଁ ବିଶ୍ଵକାପ ଫାଇନାଲ ମ୍ଯାଚ ଖେଳାଯିବ ସେହି ଦିନ ଦିଲ୍ଲୀ ର ଆନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ରହିବ । ଓ ଏହାର ନାମ ପରିବର୍ତ୍ତନ କରାଯିବ । ପଞ୍ଜାବ ମୁକ୍ତ ହେବା ପରେ ଏହି ବିମାନ ବନ୍ଦର ର ନାମ ସହିଦ ବିୟନ ସିଂ, ସହିଦ ସତୁଆନ ସିଂ ଖଲିସ୍ତାନ ବିମାନ ବନ୍ଦର ହେବ । ଏହି ଖାଲିସ୍ତାନି ଆତଙ୍କବାଦୀ ଏବେ କାନାଡା ରେ ରହୁଛି  ଗତ କିଛି ଦିନ ତଳେ ଆଉ ଜଣେ ଖାଲିସ୍ତାନି ଆତଙ୍କବାଦୀ ହରଦୀପ ସିଂ ନିର୍ଜର ହତ୍ୟା କୁ ନେଇ ଭାରତ ଓ କାନାଡା ମଧ୍ୟରେ ଯେଉଁ ବିବାଦ ଝୋଇଥିଲା ।

ସେତେବେଳେ ମଧ୍ୟ ଏହି ଆତଙ୍କବାଦୀ ପର୍ନ୍ନୁ ଏକ ଭିଡିଓ ଜାରି କରିଥିଲା । ଯେଉଁଠି ରେ ସେ କାନାଡା ରେ ରହୁଥିବା ଭାରତୀୟ ମାନଙ୍କୁ ଧମକ ଦେଇଥିଲା । ଆଉ କାନାଡା ଛାଡି ଭାରତ ଜଲ୍ଦି ପଳାଅ ବୋଲି କହିଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।