ପାକିସ୍ତାନ ବିଶ୍ଵକପ ମ୍ଯାଚ ବାରମ୍ବାର ହାରିବା ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ସାଇଦି ଆଫ୍ରିଦି ଅଧିନାୟକ ବାବର ଆଜମ ଙ୍କୁ ଦେଲେ ଗୁରୁ ମନ୍ତ୍ର ।

ବାବର ଙ୍କ ଉପରେ ବର୍ଷିଲେ ଆଫ୍ରିଦି । ଆଉ କହିଲେ କୋହଲି ଓ ରାହୁଲ ଙ୍କ ଠାରୁ କିଛି ଶିଖ । ହଁ ଦର୍ଶକ ବନ୍ଧୁ ଚଳିତ ବିଶ୍ଵକପରେ ପାକିସ୍ତାନର ପ୍ରଦାରଣ ନୈରାସଜନକ ରହିଛି । ପାକିସ୍ତାନ ଏ ଯାଏଁ 7ଟି ମ୍ଯାଚ ଖେଳି ସାରିଥିବା ବେଳେ ସେଇ ଫାଇନାଲ ଟିକେଟ ନିଷ୍କିନ୍ତ କରିପାରି ନାହିଁ । ବରଂ ସେମି ଫାଇନାଲ ଖେଳିବା ପାଇଁ ଏବେ ବି ସସପେନ୍ସ ଲାଗି ରହିଛି । ପରବର୍ତ୍ତୀ 2ଟି ମ୍ଯାଚରେ ପାକିସ୍ତାନ ବିଜୟ ହାସଲ ନ କରିଲେ ବିଶ୍ଵକପ ଅଭିଯାନ ଶେଷ କରିବ ।

ବାଙ୍ଗାଲଦେଶ ବିପକ୍ଷରେ ବିଜୟ ହେବା ପରେ ପାକିସ୍ତାନର ସେମି ଫାଇନାଲର ଖେଳିବା ଆସା କିଛି ମାତ୍ରାରେ ଅଛି । କିନ୍ତୁ ଆଗାମୀ 2ଟି ମ୍ଯାଚ ବାବରଙ୍କ ପାଇଁ ବେଶ ଜରୁରୀ ରହିଛି । ତେବେ ପାକିସ୍ତାନର ପ୍ରଦର୍ଶନ କୁ ନେଇ ବର୍ଷିଛନ୍ତି ଦଳର ପୂର୍ବତନ ଖେଳାଳି ସାଇଦି ଆଫ୍ରିଦି । ବାବରଙ୍କ ଖେଳିବାର ଶୈଳୀ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଫ୍ରିଦି । ଆଫ୍ରିଦି କହିଛନ୍ତି ବାବର ଙ୍କ ବ୍ୟାଟ ରୁ ରନ ଆସିବା ଓ ବାରମ୍ବାର ଦଳକୁ ବିଜୟୀ କରିବା 2ଟି ଭିନ୍ନ ଭିନ୍ନ କଥା ।

ଭାରତୀୟ ଖେଳାଳିଙ୍କୁ ଉଦାହରଣ ରଖିକି ଆଫ୍ରିଦି କହିଛନ୍ତି ବିରାଟ କୋହଲି ଓ କେ ଏଲ ରାହୁଲଙ୍କୁ ଦେଖନ୍ତୁ । ସେମାନେ ନିଜ ଟିମ ପାଇଁ କଣ କରୁଛନ୍ତି । ସେମାନେ ମଇଦାନରେ ରହୁଛନ୍ତି, ରନ କରୁଛନ୍ତି ଓ ଦଳକୁ ମ୍ଯାଚ ଜିତାଇ ଫେରୁଛନ୍ତି । କିନ୍ତୁ ବାବର ଆଜମଙ୍କ କ୍ଷେତ୍ରରେ ସେଭଳି କିଛି ଦେଖିବାକୁ ମିଳୁ ନାହିଁ । ବାବର ଆଜମ ପଡିଆକୁ ଆସିଲେ ମଧ୍ୟ ଲାଗୁ ନାହିଁ ଯେ ସେ ମ୍ଯାଚ ଜିତାଇ ଯାଇପାରିବେ ।

ଏମିତି ଲାଗୁଛି ବାବର 50 ରନ କରି ପ୍ୟାଭିଲନକୁ ଫେରିବେ । ଆମକୁ ଏଭଳି ଏକ ଖେଳାଳିର ଆବଶ୍ୟକତା ରହିଛି ଯିଏ ଶେଷ ଯାଏଁ ପଡିଆରେ ରହି ଯାଚ ଜିତାଇ ପାରିବ । ଦଳକୁ ଜଣେ ୱିନର ଖେଳାଳିଙ୍କ ଆବଶ୍ୟକତା ରହିଛି । ମୁଁ ବାବରଙ୍କର ବଡ ପ୍ରଶଂସକ ସତ କିନ୍ତୁ ବାବର ନିଜର ପ୍ରଦର୍ଶନ ରେ ବାରମ୍ବାର ନିରାଶ କରୁଛନ୍ତି । ଯଦି ଶ୍ରେଷ୍ଠ ଖେଳାଳି ରେ ସାମିଲ ହେବାରେ ଅଛି ତେବେ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ମଧ୍ୟ ଆବଶ୍ୟକତା ରହିଛି ।

ବାବର ବିଶ୍ଵ ର ଏକ ନମ୍ବର ବ୍ୟାଟର ହୋଇଥିଲେ ମଧ୍ୟ ଚଳିତ ବିଶ୍ଵକପ ରେ ତାଙ୍କ ବ୍ୟାଟ ରୁ ବଡ ରନ ଦେଖିବାକୁ ମିଳୁ ନାହିଁ । ଏବେ ଯାଏଁ ବାବର 7ଟି ମ୍ଯାଚରେ 216 ରନ କରିଛନ୍ତି କିନ୍ତୁ ବାବର ଙ୍କ ବ୍ୟାଟ ରୁ ଏ ଯାଏଁ ମ୍ଯାଚ ଇଜୟ ଇନିଙ୍ଗ୍ସ ଦେଖିବାକୁ ମିଳି ନାହିଁ । ଯାହାକୁ ନେଇ ୟୁଜର୍ସ ମାନେ ବାବର ଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି । ସତରେ କଣ ବାବର ବିଶ୍ଵ ର ଏକ ନମ୍ବର ବ୍ୟାଟର ବୋଲି ପ୍ରଶ୍ନ କରିଛନ୍ତି ୟୁଜର୍ସ ।

ଅନ୍ୟ ପଟେ ପାକିସ୍ତାନ ନିଜର ପରବର୍ତ୍ତୀ 2ଟି ମ୍ଯାଚ ଶକ୍ତିଶାଳୀ ନିୟୁଜଲ୍ୟାଣ୍ଡ ଇଙ୍ଗଲଣ୍ଡ ବିପକ୍ଷରେ ଖେଳିବ । ଏହି 2ଟି ମ୍ଯାଚରେ ପାକିସ୍ତାନ ବିଜୟ ନ ହେଲେ ସେଇ ଫାଇନାଲକୁ ଯିବାର ଆସା ନିରାଶାରେ ପରିଣତ ହେବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।