ନମସ୍କାର ବନ୍ଧୁଗଣ । ଦିନେ ସ୍କୁଲରେ ଏକ ଦୁଇ ତିନି କହି ସମସ୍ତଙ୍କୁ ଏକ୍ସସାଇଜ କରାଉଥିଲେ । ହସି ହସି ସମସ୍ତଙ୍କୁ ଗଡାଇ ଦେଉଥିଲେ । PE ଶିକ୍ଷକ ଭାବେ ସେ ସମସ୍ତଙ୍କର ପ୍ରିୟ ଥିଲେ । ହେଲେ ଆଜି ସେ ସବୁ ଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି । ଆଉ ତାଙ୍କର ମୃତ୍ୟୁକୁ ନେଇ ସ୍କୁଲ ପରିସରରେ ଖେଳି ଯାଇଛି ଶୋକର ଛାୟା । ପ୍ରିୟ ସାର ଙ୍କୁ ଝୁରି ଝୁରି ପିଲାମାନେ କାନ୍ଦୁଛନ୍ତି । ସହକର୍ମୀ ମାନେ ଦୁଃଖ ପ୍ରକାଶ କରୁଛନ୍ତି ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଚନ୍ଦାଘାଟି ରେ ମୃତ PE ଶିକ୍ଷକ ଙ୍କୁ ଏମିତି ଭାବେ ଝୁରୁଛନ୍ତି ଅଭିଭାବକ, ଛାତ୍ର ଛାତ୍ର, ସହକର୍ମୀ ମାନେ । ସ୍କୁଲ ଛୁଟି ଥିଲେ ମଧ୍ୟ ଛାତ୍ର ଛାତ୍ରୀ, ଅଭିଭାବକ ଓ ସହକର୍ମୀ ମାନେ ପ୍ରାଣ ହରାଇଥିବା PE ଶିକ୍ଷକ କ ଲାଗି କ୍ୟାଣ୍ଡେଲ ରାଲି କରିଥିଲେ । ସହର ପରିକ୍ରମା କରି ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚି ଥିଲେ ।
ପରେ ମୃତ PE ଶିକ୍ଷକ ପ୍ରଭାସ ଜେନା ଙ୍କ ସ୍ମୃତି ଚରଣ କରିବା ସହ ଭାବ ବିହ୍ଵଳ ହୋଇ ଉଠି ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଆଉ ସେହି ସମୟରେ ଦ୍ରୁଶ୍ଯ ଥିଲା ହୃଦୟ ବିଦାରକ । ଉମରକୋଟ ସହରର ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ କ୍ରିଡା ଶିକ୍ଷକ ଭାବେ ପ୍ରଭାବ ଜେନା କାର୍ଯ୍ୟରତ ଥିଲେ । ତାଙ୍କର ସଡକ ଦୁର୍ଘଟଣା ରେ ମୃତ୍ୟୁ ହୋଇଛି । ଆଉ ପ୍ରଭାସ ଙ୍କ ମୃତ୍ୟୁ ଖବର ପାଇବା ପରେ ଏବେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ଅଭିଭାବକ, ଛାତ୍ର ଛାତ୍ରୀ ସହକର୍ମୀ ମାନେ ।
ତେବେ ପ୍ରଭାସ ବଞ୍ଚିଥିବା ବେଳେ ସହକର୍ମୀ ମାନଙ୍କୁ ଟ୍ରେନିଂ ଦେଉଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସେପଟେ ଦୁର୍ଘଟଣା ପରେ ଯେଉଁ ସତ ସାମ୍ନା କୁ ଆସିଛି ତାହା ବି ଆଶ୍ଚର୍ଯ୍ୟ ଜନକ । ଜିଲ୍ଲା ସ୍ତରୀୟ ମହୋଶ୍ଚବ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଘରୋଇ ବସ ରେ ଯାଉଥିଲେ ପ୍ରଭାସ ଜେନା ।
ହେଲେ ଏହି ସମୟରେ ଚନ୍ଦାଘାଟି ରେ ଭାରସାମ୍ୟ ହରାଇ ବସ ଓଲଟି ପଡିବାରୁ ପ୍ରଭାସ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ 40 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଗୁରୁତର ଆହତ ହୋଇଥିଲେ । କିନ୍ତୁ ବସ ରେ କେତେ ଜଣ ଯାତ୍ରୀ ଥିଲେ ତାହାକୁ ନେଇ ଏ ଯାଏଁ କିଛି ସ୍ପଷ୍ଟ ସୂଚନା ରହି ନାହିଁ । ତେବେ ପ୍ରଭାସ ଙ୍କ ଭଳି ଶିକ୍ଷକ ଙ୍କୁ ହରାଇ ଏବେ ସ୍କୁଲ ପରିବେଶ ରେ ଶୋକ ପ୍ରକାଶ କରିଛନ୍ତି ତାଙ୍କର ସହକର୍ମୀ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ । ସମସ୍ତଙ୍କ ମୁହଁ ରେ ହସ ଦେଉଥିବା ପ୍ରଭାସ ଆଜି ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି । ଯାହା ସମସ୍ତଙ୍କ ବହୁତ ବାଧିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।