ନମସ୍କାର ବନ୍ଧୁଗଣ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ମାମଲାରେ ରାୟ ଆସିବା ପରେ ନୂଆ ମୋଡ ନେଇଛି ଦୁହିଙ୍କର ସମ୍ପର୍କ । କୋର୍ଟ ର ରାୟ ଆସିବା ପରେ ଅନୁଭବ ଓ ବର୍ଷା ଉଭୟ ପରସ୍ପରକୁ ନେଇ ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ କରୁଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।
ଆଉ ଏହାରି ମଧ୍ୟରେ ଅନୁଭବ ତାଙ୍କର ଓ ବର୍ଷାଙ୍କର ଶାରୀରିକ ସମ୍ପର୍କ କୁ ନେଇ କିଛି ଏମିତି ଖୁଲାସା କରିଥିଲେ ଯାହାକୁ ନେଇ ଜଣେ ସାଂସଦ ନିଜର ପ୍ରତିକ୍ରିୟା ଗଣମାଧ୍ୟମ ରେ ରଖିଛନ୍ତି । ଆସନ୍ତୁ ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ସାଂସଦ ଜଣକ କହିଛନ୍ତି ଯେ ” ସାଂସଦ ଜନ ପ୍ରତିନିଧି ହିସାବ ରେ ଜନତା ଙ୍କ ଚିନ୍ତା ଏତିକି କରୁ ନାହାନ୍ତି ଅନୁଭବ ନିଜ ବେଡ ରୁମ କଥା ଓ ନିଜ ସ୍ତ୍ରୀ କଥା ଅଧିକ ଭାବୁଛନ୍ତି ।
ଅନୁଭବ ସୋସିଆଲ ମିଡିଆରେ ଯେଉଁ ବିଭିନ୍ନ କଥା ଉଠାଉଛନ୍ତି ଯଦି ମୋ ସ୍ତ୍ରୀ କୁ ରଖିଥାନ୍ତେ ଯଦି ମୋ ସ୍ତ୍ରୀ ସବୁବେଳ ମୁଣ୍ଡରେ ସିନ୍ଦୁର ଲଗାଇଥାନ୍ତା । କୌଣସି ସ୍ତ୍ରୀ ର ମାପକାଠି ନୁହେଁ ତାର ସିନ୍ଦୁର । ବର୍ଷା ଜଣେ ମହିଳା ହିସାବ ରେ ଗର୍ବ ଅନୁଭବ କରିବା ଉଚିତ ଜେହତୁ ତାଙ୍କର ଜୟ ହୋଇଛି । ମୋର ଏମିତି କହିବାର ମାନେ ହେଉଛି ଅନୁଭବ ମହାନ୍ତି ବର୍ଷାଙ୍କ ବିରୁଦ୍ଧରେ ଯେଉଁ ପିଟିସନ ଦାଖଲ କରିଥିଲେ ତାହା ସବୁ ଖାରଚ ହୋଇଛି ।
ସେକ୍ସନ-9 କୁ ନେଇ ମଧ୍ୟ ପିଟିସନ ଖାରଚ ହୋଇଛି । ତେଣୁ ବର୍ଷା ମହିଳା ହିସାବ ରେ ଗର୍ବ ଅନୁଭବ କରିବା କଥା । ସିନ୍ଦୁର ବାହାଘର ପରେ ସ୍ତ୍ରୀ ମାନେ ଲଗାନ୍ତି । କିନ୍ତୁ ଏଟା ବାଧ୍ୟତାମୂଳକ ନୁହେଁ । ଯଦି ଏଟା ବାଧ୍ୟତାମୂଳକ ତେବେ ପୁରୁଷ କଣ ପିନ୍ଧେ ବାହାଘର ପରେ । ଅନୁଭବ କୁହନ୍ତି ସନସଦ କୁ ଯିବା ବେଳେ ବର୍ଷା ସିନ୍ଦୁର ପିନ୍ଧିବାକୁ କିନ୍ତୁ ବର୍ଷା ପିନ୍ଧନ୍ତି ନାହିଁ । ଅନୁଭବ ବହୁତ ସମୟରେ ନିଜର ବେଡ ରୁମ କଥା ଆଲୋଚନା କରୁଛନ୍ତି ଯାହା ହାସ୍ୟସ୍ପଦ କଥା ।
ଏହା ଏକ ଲଜ୍ଯାକର ଘଟଣା । ଏଟା କୁ ବାହାରେ ଆଲୋଚନା କରିବାର ମାନେ କଣ ? ମୋତେ ଲାଗେ ବର୍ଷା ଭଲ ଝିଅ ଆଉ ଭଲ ସ୍ତ୍ରୀ । ବର୍ଷା ଜାଣିଛନ୍ତି ତାଙ୍କର ଯେଉଁ ପ୍ରତିଷ୍ଠା ଅଛି ଫ୍ୟାନ୍ସ ମାନେ ସେଥିପାଇଁ ସେ ଚୁପ ଅଛନ୍ତି । ସତ୍ଯର ଜୟ ହୋଇଛି ବୋଲି ବର୍ଷା ଯେଉଁ କଥା କହିଛନ୍ତି ଏଟା ସତ କଥା । ସୋସିଆଲ ମିଡିଆରେ ବେଡ ରୁମ କଥା ଯେଉଁ ଆଲୋଚନା କରାଯାଉଛି ତାହା ଭୁଲ ।
2020 ରେ ବର୍ଷା ଆପ୍ଳାଏ କରିଥିଲେ ଅନୁଭବଙ୍କ ସହ ରହିବାକୁ କିନ୍ତୁ ଏବେ ତ ଚାହୁଁ ନାହାନ୍ତି । ଜନ ପ୍ରତିନିଧି ହିସାବରେ ଅନୁଭବ ନିଜ କଥା ଗୁପ୍ତ ରଖନ୍ତୁ । ସୋସିଆଲ ମିଡିଆରେ ଆଲୋଚନା କରିବା ଉଚିତ ନୁହେଁ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।