ଜେଜେ ମାଆକୁ ଫୋନ କରି ନାତୁଣୀ କିଛି ଏମିତି କହିଲା ଯାହାକୁ ଶୁଣି ଜେଜେ ମା ର ହୋସ ଉଡିଗଲା…

ମା ଆମେ ବାପା ଆଉ ମୁଁ ସବୁ ଦିନ ପାଇଁ ମା ପାଖକୁ ଚାଲି ଯାଉଛୁ । ହଁ ଦର୍ଶକ ବନ୍ଧୁ ଏମିତି କିଛି କହି କୁନି ଝିଅଟି ନିଜ ଜେଜେ ମା କୁ ବାପା ସହ ବ୍ରିଜ ତଳକୁ ଡେଇଁ ପଡିଲେ । ଆଉ ସବୁ ଦିନ ପାଇଁ ବାପା ଝିଅ ଆଖି ବୁଜି ଦେଲେ । ସୂଚନା ଅନୁଯାୟୀ ଚନ୍ଦନ ସାହୁ ନାମକ ଯୁବକ ଲକ୍ଷ୍ମୀ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ଆଉ ତାଙ୍କୁ ଧରି ସୁରଟ ଯାଇଥିଲେ । ଦୁହେଁ ବହୁତ ଖୁସିରେ ସମୟ କାଟୁଥିଲେ ।

କିନ୍ତୁ ସୁରଟ ରେ ସ୍ତ୍ରୀ ଜୀବନ ହାରି ଦେଲେ । ଆଉ ତା ପରେ କୁନି ଝିଅକୁ ଧରି ଗାଁ କୁ ଆସିଥିଲେ ଚନ୍ଦନ । ସବୁବେଳେ ମାନସିକ ଚାପରେ ରହୁଥିଲେ । ମନରେ ଅବସାଦ ଥିଲା । ନିଜ ସ୍ତ୍ରୀଙ୍କୁ ସବୁବେଳେ ଝୁରି ହେଉଥିଲେ ଚନ୍ଦନ । ଆଉ ଶେଷରେ ବାପ ଝିଅ ମିଶି ଭଣ୍ଡାରି ପୋଖରୀ ଥାନା ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ଡେଇଁ ପଡି ଜୀବନ ହାରି ଦେଲେ ।

ଆଉ ଏବେ ଜେଜେ ମା ପୁଅ ଓ ନାତୁଣୀ କୁ ଝୁରି କାନ୍ଦି କାନ୍ଦି ଗଡି ଯାଉଛି । ଗତ କାଲି ଯେବେ ପୁଅ ଚନ୍ଦନ କୁ ଫୋନ କରିଥିଲା ଚନ୍ଦନ କହିଥିଲେ ମା ଅଧ ଘଣ୍ଟା ଭିତରେ ଘରେ ପହଞ୍ଚିଜୀବୀ । ହେଲେ ନ ଆସିବାରୁ ପୁଣି ଥରେ ମା ଫୋନ କରି କହିଥିଲା ସାନ ଭାଇ କୁଆଡେ ଯିବ ଗାଡି ମାଗୁଛି ଜଲ୍ଦି ଘରକୁ ଆସେ । ଆଉ ତା ପରେ ପୁଅ କହିଥିଲା ନା ମା ଆମେ ବାପ ଝିଅ ଆଉ ଫେରିବୁ ନାହୁଁ ।

ଲକ୍ଷ୍ମୀ ଯେଉଁଠିକି ଯାଇଛି ଆମେ ସେଠିକି ପଳାଇବୁ । ଆଉ ଏଭଳି କହି 2 ବର୍ଷର କୁନି ଝିଅକୁ ଫୋନ ଦେଇଥିଲେ ବାପା ଚନ୍ଦନ । ଆଉ କୁନି ଝିଅଟି କହିଥିଲା ମା ବାପା ର ମୋର ମରି ଯାଉଛୁ । କାଲି ଠାରୁ ଆଜି ହେଲାଣି ବାପା ଝିଅକୁ ଖୋଜା ଚାଲିଛି । ହେଲେ କାହାର କିଛି ସନ୍ଧାନ ମିଳି ନାହିଁ । ସୂଚନା ଅନୁଯାୟୀ ଚନ୍ଦନ ବାଇକ ଯୋଗେ ଗାଁ କୁ ଫେରୁଥିଲେ ।

କିନ୍ତୁ ବ୍ରିଜ ପାଖରେ ଚପଲ, ଗାଡି ରଖିକି ମାରିବା ପୂର୍ବରୁ ମା କୁ ଫୋନ କରି କଥା ହୋଇଥିଲେ ଚନ୍ଦନ । ଆଉ ସେପଟେ ନଦୀ କୁ ଡେଇଁ ଜୀବନ ହାରିଲେ । ଏହି ଖବର ପାଇବା ପରେ ପୋଲିସ, ଦମକଳ ବାହିନୀ, ଓଡ୍ରାଫ ଟିମ ଖୋଜା ଖୋଜି ଆରମ୍ଭ କରି ଦେଇଛନ୍ତି । ହେଲେ ଏବେ ଯାଏଁ ବାପା ଝିଅଙ୍କର କିଛି ବି ପତ୍ତା ମିଳି ନାହିଁ । ତେବେ ଚନ୍ଦନଙ୍କର ସ୍ତ୍ରୀଙ୍କ ର ଏକ ମାସ ପୂର୍ବରୁ ମୃତ୍ୟୁ ହୋଇ ଯାଇଥିଲା ଯାହାକୁ ସହଜରେ ଗ୍ରହଣ କରିପାରୁ ନ ଥିଲେ ଚନ୍ଦନ । ଆଉ ବୋଧ ହୁଏ ଏମିତି ପଦକ୍ଷେପ ନେଇଗଲେ ଚନ୍ଦନ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।