ଭାରତ କୁ ନେଇ ପାକିସ୍ତାନ କ୍ଯାପଟେନ ବାବର ଆଜମ ଦେଲେ ବଡ ବୟାନ, କହିଲେ…

ଭାରତ ପାକିସ୍ତାନ ମ୍ଯାଚ ପୂର୍ବରୁ ବାବର ଙ୍କର ବଡ ବୟାନ । ଅମହଦାବାଦ ରେ ଚୁପ ରହିବେନି ପାକିସ୍ତାନ ଫ୍ୟାନ । ହଁ ଦର୍ଶକ ବନ୍ଧୁ ବିଶ୍ଵକପ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ଭାରତରେ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ ର ମହତ୍ଵ । ତେବେ ବିଶ୍ଵକପ ଭିତରେ ଏବେ ସମସ୍ତଙ୍କର ଅପେକ୍ଷା ଭାରତ ପାକିସ୍ତାନ ମ୍ଯାଚ କୁ । କେବେ ଅକ୍ଟୋବର 14 ଆସିବ ଯେଉଁ ଦିନ ଭାରତ ପାକିସ୍ତାନ ମଧ୍ୟରେ ମ୍ଯାଚ ହେବ ।

ଆଉ ଅହମଦାବାଦ ରେ ଭାରତ ପାକିସ୍ତାନ ମଧ୍ୟରେ ମ୍ଯାଚ ହେବ । ତାହାକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମନରେ ଉଶ୍ଚାହ ଦେଖା ଯାଇଛି ।  ଏହାରି ମଧ୍ୟରେ ଭାରତ ପାକିସ୍ତାନ ମ୍ଯାଚ କୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନ ଟିମ ର କ୍ଯାପଟେନ ବାବର ଆଜମ । ବାବର ଆଜମ କହିଛନ୍ତି ଅମହଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ପାକିସ୍ତାନ ମ୍ଯାଚ ଦେଖିବାକୁ 1 ଲକ୍ଷ ଲୋକ ଆସିବେ ।

ତେବେ ଭିଷା ନ ପାଇବା କାରଣରୁ ବହୁତ ପାକିସ୍ତାନ ଲୋକ ଏହି ମ୍ଯାଚ ଦେଖିବାର ସୁଯୋଗ ପାଇବେ ନାହିଁ । ହେଲେ ତା ପରେ ଆମ ଫ୍ୟାନ୍ସ ଷ୍ଟାଡିୟମରେ ଚୁପ ରହିବେନି ବୋଲି ବାବର ଆଜମ କହିଛନ୍ତି । ବାବର ଆଗକୁ କହିଛନ୍ତି ଯେ ଆମ ମ୍ଯାଚର ସବୁ ଟିକେଟ ବିକ୍ରି ହୋଇ ସାରିଛି । ଆମକୁ ସପୋର୍ଟ କରିବାକୁ ପାକିସ୍ତାନୀ ଫ୍ୟାନ୍ସ ମଧ୍ୟ ପ୍ରସ୍ତୁତ ଅଛନ୍ତି । ସୋସିଆଲ ମିଡିଆରେ ଆମ ଫ୍ୟାନ୍ସ ମାନେ ଆକ୍ଟିଭ ରହିବା ସହ ଫୁଲ ସପୋର୍ଟ କରିବେ ବୋଲି ପାକିସ୍ତାନ କ୍ଯାପଟେନ ବାବର ଗଣମାଧ୍ୟମ ରେ କହିଛନ୍ତି ।

ତେବେ ଭାରତ ପାକିସ୍ତାନ ମ୍ଯାଚରେ ସେ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିବେ । ଓ ଭାରତ ବିପକ୍ଷରେ ବଡ ସ୍କୋର କରିବେ ବୋଲି କହିଛନ୍ତି ବାବର । ଆସନ୍ତା ଅକ୍ଟୋବର 14 ରେ ଗୁଜୁରାଟ ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ଖେଳା ଯିବାକୁ ଯାଉଛି ଭାରତ ପାକିସ୍ତାନ ମ୍ଯାଚ । ବିଶ୍ଵକପ ର ସବୁ କ୍ରିକେଟ ପ୍ରେମୀ ଏହି ମ୍ଯାଚ କୁ ଚାତକ ଭଳି ଅପେକ୍ଷା କରି ରହିଛନ୍ତି ।

ତେବେ ଏହାରି ମଧ୍ୟରେ ପାକିସ୍ତାନ ଟିମ କୁ ଭିଷା ମିଳି ସାଇଛି । ଆଜି ପାକିସ୍ତାନ ଟିମ ଭାରତରେ ପହଞ୍ଚିବ । ଭାରତ କୁ ଆସିବା ପରେ ନଭେମ୍ବର 29 ତାରିଖରେ ନିୟୁଜଲ୍ୟାଣ୍ଡ ସହ ୱାର ବାକ ମ୍ଯାଚ ଖେଳିବ ପାକିସ୍ତାନ । ତେବେ ଏ ସବୁ ମଧ୍ୟରେ ସମସ୍ତଙ୍କର ନଜର ରହିଛି ଭାରତ ପାକିସ୍ତାନ ମ୍ଯାଚ ଉପରେ । ଯେଉଁଠି ମୁହାଁ ମୁହିଁ ହେଲେ ବିଶ୍ଵ ରେ ଦୁଇ ଦେଶ ।