ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପୁଣି ଥରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଅନୁଭବ ଯେଉଁ ଛାଡପତ୍ର ମାମଲା ରୁଜୁ କରୁଥିଲେ ତାହାକୁ ମାନ୍ୟବର କୋର୍ଟ ଖାରଚ କରିଛନ୍ତି । ଶେଷ ଶୁଣାଣୀ ରେ କୋର୍ଟ ଏଭଳି କିଛି ରାୟ ଶୁଣାଇଛନ୍ତି । ଯାହା ଉଭୟ ବର୍ଷା ଓ ଅନୁଭବ ଙ୍କୁ ବଡ ଝଟକା ଦେଇଛି । ତେବେ କୋର୍ଟ ରୁ ବାହାରିବା ପରେ ଅନୁଭବ କିଛି ଏମିତି କହିଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଲାଗି ରହିଛି ।

ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର । ଅନୁଭବ କହିଛନ୍ତି ଯେ “ଭୁଲ କିଛି ନ ଥାଇ ମଧ୍ୟ କୋର୍ଟର ବାରମ୍ବାର ଦ୍ଵାରସ୍ଥ ହେବାକୁ ପଡୁଛି । କିନ୍ତୁ ନ୍ୟାୟର ଅପେକ୍ଷାରେ ରହି ରହି ଶେଷରେ ଏଭଳି ସ୍ଥିତି ଆସିବ ଏମିତି ରାୟ ଆସିବ ମୁଁ କେବେ ଭାବି ନ ଥିଲି । ଏବେ ସତ୍ୟ ନ୍ୟାୟର ଜୟ ହୋଇପାରିନି କିନ୍ତୁ ହବ ଅଲବତ । 3 ବର୍ଷ ଉପରେ ହେଲାଣି ଯେଉଁ ଘରୋଇ ହିଂସା କେସ ମୋ ନାଁ ରେ ଯିଏ ଦେଇଥିଲେ ସେ ଆଜି ପ୍ରଥମ ଥର ପାଇଁ କୋର୍ଟ ଆସିଛନ୍ତି ।
ତାଙ୍କୁ କୋର୍ଟ ତରଫରୁ ନୋଟିସ ହେଲା ବୋଲି ସେ ଆଜି ଆସିଲେ । ସେଥିପାଇଁ ମୁଁ ତାଙ୍କ ପାଖରେ କୃତାଙ୍ଗ । ମୁଁ ତାଙ୍କୁ କୃତଜ୍ଞତା କରୁଛନ୍ତି । ମୁଁ ପ୍ରତେକ ଟି ପ୍ରଶ୍ନର ଉତ୍ତର ଦେବାକୁ ରେଡି ଥାଏ । ଆଗକୁ କୋର୍ଟ ର ଯାହା ବି ପ୍ରୋସେସ ରହିବ ମୁଁ ସମର୍ଥନ କରିବି । ଯାହା ପାଖରେ ପ୍ରମାଣ ଥିବ ସେ 3 ବର୍ଷ ହେବେ ଏମିତି ଲୁଚି ନ ଥାନ୍ତେ । ଯାହା ଉପରେ ଘରୋଇ ହିଂସା ହୋଇଥିବ ସେ ତୁରନ୍ତ ଚାହିଁବେ ତାଙ୍କୁ ନ୍ୟାୟ ମିଳୁ ।

ବରଂ ଏଠାକୁ ମୁଁ ଆସୁଛି । ମୋ ବିରୁଦ୍ଧରେ ଅଭିଯୋଗ ହୋଇ ମଧ୍ୟ ମୁଁ କୋର୍ଟ କୁ ଆସୁଥିଲି । କୋର୍ଟ ର ସବୁ ଡେଟ ରେ ବର୍ଷା କେବେ ବିଅ ଆସି ନାହାନ୍ତି । ଯାହା ପାଇଁ ତାଙ୍କୁ 3000 ଟଙ୍କା ଫାଇନ ବି ଗଣିବାକୁ ପଡିଥିଲା । କୋର୍ଟ ନୋଟିସ ପଠାଇ ଥିବାରୁ ଆଜି ସେ କୋର୍ଟ କୁ ଆସିଛନ୍ତି । ମୋ ନାଁ ରେ ଯାହା ଅଭିଯୋଗ କରାଯାଇଛି ଯଦି ପ୍ରମାଣ ଅଛି ତେବେ ମୋତେ ଦଣ୍ଡ ଦିଆଯାଉ ।
ମୋତେ ଦୋଷୀ ସାବ୍ୟସ୍ତ କରାଯାଉ । ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ମୋର ଅପଜିଟ ପାର୍ଟି ମୋ ତାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଣିଛି ସେ ସ୍ଵୀକାର କରିଛନ୍ତି ସବୁ ସତ ବୋଲି । ଆଉ ଥରେ ନୁହେଁ ବାରମ୍ବାର ଅନେକ ପ୍ରଶ୍ନର ଉତ୍ତର ସେ ମାନିଛନ୍ତି । ତାହା ସତ୍ବେ ବି ଏମିତି ଐତିହାସିକ ଜଜମେଣ୍ଟ ଆସିଛି ଆମେ ତାକୁ ନିଶ୍ଚୟ ଚ୍ୟାଲେଞ୍ଜ କରିବୁ । ଯଦି ମୁଁ କିଛି ଭୁଲ କରିଥାନ୍ତି ତେବେ ହୁଏ ତ ମୋତେ ବାଧି ନ ଥାନ୍ତା” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।