ଏଥିପାଇଁ ହୋଇଛି ବର୍ଷା ଅନୁଭବଙ୍କ ଛାଡପତ୍ର ଖାରଚ । ଉଭୟଙ୍କ ମଧ୍ୟରେ ଥିଲା ଏହି ସାଂଘାତିକ କାରଣ । ଏହି କାରଣ ପାଇଁ ଜଜ କରିଲେ ଉଭୟଙ୍କର ଛାଡପତ୍ର ଖାରଚ । ହଁ ଦର୍ଶକ ବନ୍ଧୁ ସାଂସଦ ଅନୁ ଭାବ ମହାନ୍ତି ଦାଖଲ କରିଥିବା ଛାଡପତ୍ର ମାମଲା ଖାରଚ ହେବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ବର୍ଷାଙ୍କୁ ମଧ୍ୟ ଅନୁଭବଙ୍କ ସହ ଏକାଠି ରହିବାକୁ ଅନୁମତି ଦେଇ ନାହାନ୍ତି ମାନ୍ୟବର କୋର୍ଟ ।

ଆଉ ଏହାରି ମଧ୍ୟରେ ସମସ୍ତେ ଜାଣିବାକୁ ଚାହୁଁ ଛନ୍ତି କି କେଉଁ କାରଣ ପାଇଁ ପରିବାର ଅଦାଲତ ଅନୁଭବ ବର୍ଷା ଙ୍କର ଛାଡପତ୍ର ମାମଳାକୁ ଖାରଚ କରି ଦେଲେ ? ଅନେକ ଭାବୁଛନ୍ତି ଯଦି ଏମାନେ ଏକା ସହ ରହିବେନି ତେବେ ଅଦାଲତ ଛାଡପତ୍ର ପାଇଁ ମଞ୍ଜୁରୀ ଦେଇ ଦେବା କଥା । ହେଲେ କଣ ପାଇଁ ଅନୁଭବଙ୍କୁ ଛାଡପତ୍ର ମିଳିଲା ନାହିଁ ? କଣ ପାଇଁ ଏମିତି ଘଟିଲା ?
ଏମିତି କିଛି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଆମେ ଆଜି ଜଣାଇବୁ ଏହାର କାରଣ । ହିନ୍ଦୁ ବିବାହ ଆଇନ ଧାରା 23 ଅନୁଯାୟୀ ଦୁଇ ପକ୍ଷ ନିଜ ନିଜ ସପକ୍ଷରେ ଅଦାଲତ ର କୌଣସି ନିର୍ଦ୍ଦେଶ ପାଇବା ପାଇଁ ଯୋଗ୍ୟ ନୁହନ୍ତି । ଏଭଳି ସ୍ଥିତିରେ ଛାଡପତ୍ର ଓ ଦାମ୍ପତ୍ୟ ଜୀବନ ପୁନଃ ସ୍ଥାପନ ପାଇଁ ଦାୟ ଆବେଦନ ଖାରଚ କରା ଯାଉଛି ବୋଲି ପରିବାର ଅଦାଲତ ରାୟ ଉଲେଖ କରାଇଛି ।

ଅଦାଲତ ତାଙ୍କ ରାୟ ରେ କହିଛନ୍ତି ଯେ ଅନୁଭବ ଯେଉଁ ଅଭିଯୋଗ ବାଢିଛନ୍ତି ତାହାକୁ ସେ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି । ସେହିପରି ବର୍ଷା ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଅନୁଭବ ଯେଉଁ ଅଭିଯୋଗ ଇଛନ୍ତି ତାହାକୁ ମଧ୍ୟ ପ୍ରମାଣ କରିପାରି ନାହାନ୍ତି । ଏହି କାରଣରୁ ଛାଡପତ୍ର ଖାରଚ ହୋଇଛି । ଅନ୍ୟ ପରେ ବର୍ଷା ଅନୁଭବ ଙ୍କ ସହ ରହିବା ଲାଗି ଯେଉଁ ଯୁକ୍ତି ବାଢିଛନ୍ତି ତାହା ମଧ୍ୟ ଗ୍ରହଣୀୟ ନୁହେଁ ।
କାରଣ ଆବେଦନକାରିଣୀ ବର୍ଷା ଙ୍କ ଅଭିଯୋଗ ଆଧାରରେ ପୋଲିସ ସୁରକ୍ଷା ତାଙ୍କୁ ଯୋଗାଇ ଦିଆ ଯାଇଛି । ଆବେଦନକାରିଣୀ ଅନୁଭବ ଙ୍କ ନାଁ ରେ କେତେ କଣ ମାମଲା ରୁଜୁ କରିଛନ୍ତି । ସେହି ସବୁ ମାମଲା ଏବେ ବି ବିଚାରଧିନ ଅଛି । ଯେଉଁଠି ବର୍ଷା ନିଜେ ଅନୁଭବଙ୍କ ଘରେ ସୁରକ୍ଷିତ ମନେ କରୁ ନାହାନ୍ତି ସେଠାରେ ତାଙ୍କୁ ପୁନଃବାର ଅନୁଭବଙ୍କ ଘରେ ରହିବାକୁ ଅନୁମତି ଦେବା ତ ହିକ ହେବ ନାହିଁ ବୋଲି ଅଦାଲତ ରାୟ ଦେଇଛନ୍ତି ।
ଅଦାଲତ ରାୟରେ କହିଛନ୍ତି ଦୁଇ ଜଣଙ୍କ ମଧ୍ୟରେ ବିବାହ ବନ୍ଧନ ସେମାନଙ୍କ ପରିବାର ବା ସମ୍ପର୍କୀୟ ଙ୍କ ମଧ୍ୟରେ ସିମିତି ରହିଥାଏ । ଉଭୟଙ୍କ ମଧ୍ୟରେ ବିବାହ ବିଛେଦ କିନ୍ତୁ ପୁରା ସମାଜ ରେ ହୋଇଥାଏ । ବିବାହ ବିଛେଦ ଏକେ ଆଇନଗତ ବାଧ୍ୟ ବାଧ୍ୟତା କିନ୍ତୁ ମନ୍ଦ ଉଦ୍ଦେଶ୍ୟ ରଖିକି ଏହାର ଫାଇଦା ନେବାକୁ ଚେଷ୍ଟା କରିଲେ ଆଇନ ଅନୁମତି ଦେବ ନାହିଁ । ତେଣୁ ଉଭୟଙ୍କୁ ଏହି ଅଦାଲତରୁ କିଛି ଫାଇଦା ମିଳିପାରିବନି ବୋଲି ଜଜ ରାୟ ଦେଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।