ଜାଣନ୍ତୁ IAS ତୁକାରାମ ମୁଣ୍ଡେ କିଏ ? ତାଙ୍କୁ କାହିଁକି ବଦଳିର ବାଦଶାହା ବୋଲି କୁହାଯାଉଛି ?

ବଦଳିର ବାଦଶାହା IAS ତୁକାରାମ ମୁଣ୍ଡେ । ସଚ୍ଚୋଟ ବୋଲି ବଦଳି ପରେ ବଦଳି ହେଉଛି ମୁଣ୍ଡେ ଙ୍କର । ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ UPSC ପରୀକ୍ଷାରେ ଉତ୍ତନିର୍ଣ୍ଣ ହେବା ସବୁଠାରୁ କଷ୍ଟକର । ଲକ୍ଷ ଲକ୍ଷ ଆସ୍ଥାୟି ଏଥିପାଇଁ ପ୍ରସ୍ତୁତ ହେଉଥିବା ବେଳେ କିଛି ମାତ୍ର ଏଥିରେ ସଫଳ ହୋଇପାରନ୍ତି । ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା IAS, IPS, IAFS ହେବାର ସ୍ଵପ୍ନ ଦେଖନ୍ତି ଆଉ ପରିଶ୍ରମ ବି କରନ୍ତି ।

ପ୍ରତି ସମୟରେ ବିଭିନ୍ନ ପରୀକ୍ଷା ସମସ୍ତଙ୍କ ପାଇଁ ସମସ୍ୟା ଆଣିଥାଏ । ଏ ସବୁକୁ ସମାଧାନ କରିବା ପାଇଁ ବଡ ମୂଲ୍ୟ ବି ଦେବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଜଣେ IAS ଙ୍କ ବିଷୟରେ କହିବୁ ଯିଏ ପିଲାଦିନରୁ ସଂଘର୍ଷ କରି ନିଜର ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ IAS ତ ହେଲେ ତାଙ୍କର ମଣିଷପଣିଆ ଓ ସଚ୍ଚୋଟ ପାଇଁ ତାଙ୍କୁ ବାରମ୍ବାର ଏମିତି ଶାସ୍ତି ମିଳିଛି ।

ଯାହା ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି । ଯାହାଙ୍କ ନାଁ ହେଉଛି ତୁକାରାମ ମୁଣ୍ଡେ । ସେ 2005 ବ୍ୟାଚର IAS । ମ୍ନିଝର ସଚ୍ଚୋଟ ପଣିଆ ଓ ନିର୍ଭୀକ ଗୁଣ କାରଣରୁ ତାଙ୍କୁ ସମସ୍ତେ ଆଣିଛନ୍ତି । ତାଙ୍କର ଯେଉଁଠି ପୋଷ୍ଟିଙ୍ଗ ହୁଏ ସେଠାରେ ଦୁର୍ନୀତି ଗ୍ରସ୍ତଙ୍କ ପାଇଁ ସମସ୍ଯା ଆଣିଥାଏ । ସେ ଯେଉଁଠିକି ପୋଷ୍ଟିଙ୍ଗ ହୋଇ ଯାଇଥାନ୍ତି ସେ ଘରେ ନ ଯାଇ ପହଞ୍ଚିବା ପୂର୍ବରୁ ତାଙ୍କର ଟ୍ରାନ୍ସଫର ଲେଟର ପହଞ୍ଚି ଯାଇଥାଏ ।

କିନ୍ତୁ ସେଥିପାଇଁ ତାଙ୍କର ଭୟ ନ ଥାଏ । ସେଥିପାଇଁ ଲୋକେ ତାଙ୍କୁ କୁହନ୍ତି ବଦଳିର ବାଦଶାହା । ତାଙ୍କର ଜନ୍ମ ମହାରାଷ୍ଟ୍ର ର ଭିଡ ଜିଲ୍ଲାର ଏକ ନିପଟ ଗାଁ ରେ ହୋଇଥିଲା । ତାଙ୍କ ବାପା ଜଣେ ଚାଷୀ । ଚାଷ ପାଇଁ ସାହୁକାର ଙ୍କ ଠାରୁ ରୁଣ ନେଇ ତାଙ୍କର ଅବସ୍ଥା ବହୁତ ଶୋଚନୀୟ ଥିଲା । କିନ୍ତୁ ମୁଣ୍ଡେଙ୍କର ବାପା ମାଙ୍କର ଚିନ୍ତାଧାରା ଅଲଗା ଥିଲା । ଦୁଇ ପୁଅଙ୍କୁ ସଚ୍ଚୋଟ  ନୀତିବାନ ହେବାର ପାଠ ପଢାଇ ଆସୁଥିଲେ ବାପା ମା ।

ତୁକାରାମ ବାପା ମା ଙ୍କ ସହ ବିଲକୁ କାମ କରିବାକୁ ଯାଆନ୍ତି ସ୍କୁଲରୁ ଫେରିବା ପରେ । ସେ ବାପା ମାଙ୍କର ପରିସ୍ଥିତି ବୁଝିବା ସହ ପଢାରେ ଧୁରନ୍ଧର ଥିଲେ । ଦଶମ ଶ୍ରେଣୀ ଗାଁ ସ୍କୁଲରେ ପଢିବା ପରେ କଲେଜରେ ପଢିବା ପରେ ଔରଙ୍ଗାବାଦ ରେ ମୁଣ୍ଡେ ଜଣେ ବନ୍ଧୁଙ୍କ ଘରେ ରହିଥିଲେ । ସେଠାରେ ସେ ଗ୍ରାଜ୍ୟୁସନ କରିଲେ ।

ଏହାପରେ ବଡ ଭାଇଙ୍କ କହିବା ଅନୁଯାୟୀ UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଲେ । ଏହାପରେ 1996 ରେ ପ୍ରଥମ ଥର ପାଇଁ UPSC ପରୀକ୍ଷା ଦେଇଥିଲେ କିନ୍ତୁ ଦୁଇ ଦୁଇ ଥର ବିଫଳ ହୋଇଥିଲେ । ସେ କିନ୍ତୁ ହାରି ମାନି ନ ଥିଲେ ଆଉ ତୃତୀୟ ଚେଷ୍ଟାରେ IAS ହୋଇଥିଲେ । ତାଙ୍କର ଦେଶର ବିଭିନ୍ନ ସ୍ଥାନରେ ପୋଷ୍ଟିଙ୍ଗ କରାଯାଇଥିଲେ ମଧ୍ୟ ତାଙ୍କର ସଚ୍ଚୋଟ ପଣିଆ କାରଣରୁ ବଦଳି କରା ଯାଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।