ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟାର ସମ୍ଭାବନା ! ତେବେ ସୂଚନା ମୁତାବକ ଓଡିଶାକୁ ପୁଣି ଥରେ ବାତ୍ୟାର ଭୟ ଘାରିଲାଣି । ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ସେପ୍ଟେମ୍ବର ଶେଷ ଆଡକୁ ବଙ୍ଗୋପାସାଗରରେ ଲଘୁଚାପ ହେବାକୁ ଯାଉଛି । ଯେଉଁ କାରଣରୁ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷା ହେବାର ଆଶଙ୍କାକୁ ଅନୁମାନ କରାଯାଇଛି । ଏହାର 3 ରୁ 4 ଦିନ ମଧ୍ୟରେ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ ।

ପାଣିପାଗ ବିଭାଗର ବାତ୍ୟା ଆକଳନ ସଂସ୍ଥା ଅକ୍ଟୋବର ମାସର ପାଣିପାଗକୁ ଲକ୍ଷ କରି ଓଡିଶାରେ ବାତ୍ୟାର ଆଶଙ୍କା ସୃଷ୍ଟି ହେଉଛି ବୋଲି ସୂଚନା ଜାରୀ କରିଛି । ସେପ୍ଟେମ୍ବର ଏସଏଚଏସଏଚ ତଥା ଅକ୍ଟୋବର ପ୍ରଥମ ସପ୍ତାହ ମଧ୍ୟରେ ହିନ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ଫଳରେ ଓଡିଶାର ଅନେକ ସ୍ଥାନରେ ବହୁ ମାତ୍ରାରେ ବର୍ଷ ମଧ୍ୟ ହୋଇପାରେ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଣ୍ଡାମାନ ସାଗରରେ ଏଲ ଲଘୁଚାପ କ୍ଷେତ୍ର ବନିବା ପାଇଁ ଯାଉଛି ।
ଏହା ପାଖାପାଖି ସେପ୍ଟେମ୍ବର 28 ତାରିଖ ଆଡକୁ ଅବପାତର ରୂପ ନେବ ବୋଲି ଆକଳନ କରାଯାଇଛି । ନଚେତ ଏହା ବାତ୍ୟାର ରୂପ ମଧ୍ୟ ନେଇପାରେ ବୋଲି ବୈଜ୍ଞାନିକ ମାନେ ମାନେ ଆକଳନ କରିଛନ୍ତି। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶା ମୁହାଁ ବାତ୍ୟା ହେବାର ସମ୍ଭାବନା ରହୁଛି । କେନ୍ଦ୍ରୀୟ ବଙ୍ଗୋପସାଗର ପ୍ରଥମେ ସେପେଟେମ୍ବର 29 ବେଳକୁ ଅବପାତ ସୃଷ୍ଟି ହୋଇ ପଶିମ ଓ ଉପପଶ୍ଚିମ ଦିଗରେ ଗତି କରି ପରେ ଏହା ବାତ୍ୟାର ରୂପ ନେଇପାରିବ ବୋଲି ସୂଚନା ରହିଛି ।

ତେବେ ଓଡିଶାରେ ଅକ୍ଟୋବର ମାସକୁ ବାତ୍ୟାର ଋତୁ ବୋଲି ମନାଯାଇଥାଏ । ଯେଉଁ କାରଣରୁ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ହିଁ ଓଡିଶାରେ ବାତ୍ୟା ହେବାର ପାଣିପାଗ ବିଭାଗ ଆକଳନ କରିସାରିଛନ୍ତି । କାରଣ ବହୁତ ବଡ ବଡ ବାତ୍ୟା ଓଡିଶାରେ ଏହି ଅକ୍ଟୋବର ମାସରେ ଆଗରୁ ହୋଇ ସାରିଛି । ତେଣୁ ଆଗାମୀ ଦିନ ମାନଙ୍କରେ ଆସୁଥିବା ଏହି ସମ୍ଭାବ୍ୟ ବାତ୍ୟା ମଧ୍ୟ ଅକ୍ଟୋବର ପହିଲାରେ ଓଡିଶାରେ ହେବାର ସମ୍ଭାବନା ରହିଛି ।
ପାଣିପାଗ ସମ୍ବଦ୍ଧୀୟ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବରେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ