ପନିର ଖାଇ ସୋଇଥିଲେ ପୁରା ପରିବାର । ଅଧା ରାତିରୁ ଆରମ୍ଭ ହେଲା ଝାଡା ବାନ୍ତି । ଦୁଇ ଛୁଆଙ୍କୁ ନେଇ ସ୍ଵାମୀ ମେଡିକାଲ ଗଲେ । ପରେ ସ୍ତ୍ରୀ ଓ ମା ଙ୍କୁ ନେଇ ଆସିଲେ । କିନ୍ତୁ ମେଡିକାଲ ରେ ଡାକ୍ତର ସ୍ତ୍ରୀ ଓ ଦୁଇ ପିଲାଙ୍କୁ ମୃତ ଘୋଷଣା କରିଲେ । ହଁ ଦର୍ଶକ ବନ୍ଧୁ ଫୁଡ ପଏଜନ କାରଣରୁ ମୃତ୍ୟୁ ହୋଇଥିବା ନେଇ ତାହାକୁ ନେଇ ତଦନ୍ତ ଚାଲିଛି । କିନ୍ତୁ ଏବେ ଶାଶୁ ଆଣିଛନ୍ତି ସଙ୍ଗିନ ଅଭିଯୋଗ ।

ଆଉ ଏହି ଘଟଣା ନେଇଛି ଭିନ୍ନ ରୂପ । ମେଡିକାଲ ରେ କାନ୍ଦୁ ଥିବା ସ୍ଵାମୀ ହିଁ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଖାଦ୍ୟ ରେ ବିଶ ଦେଇ ମାରି ଥିବାର ଅଭିଯୋଗ ଆଣିଛନ୍ତି ଶାଶୁ । ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ସେରଗଡ ସହରର ଶ୍ରୀରାମ ନଗର ର ଏକ ଆପାର୍ଟମେଣ୍ଟ ରେ ଦୁଇ ପୁଅ, ସ୍ଵାମୀ, ଶାଶୁ ଙ୍କ ସହା ଭଡା ରେ ରହୁଥିଲେ ସାବିତ୍ରୀ ବେହେରା । ସାବିତ୍ରୀ ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ଭୁବନେଶ୍ଵର ର ପ୍ରଶାନ୍ତ ଡାକୁଆ ଙ୍କୁ ବିବାହ କରିଥିଲେ ।
ଗତ କାଲି ରାତି ରେ ଅଚାନକ ଘରର ସବୁ ସଦସ୍ୟ ଅସୁସ୍ଥ ହୋଇ ପଡିଥିଲେ । ଆଉ ଦେଖୁ ଦେଖୁ ସ୍ତ୍ରୀ ଓ ଦୁଇ ପିଲାଙ୍କର ଜୀବନ ଚାଲିଗଲା । ପ୍ରଶାନ୍ତ ଙ୍କ ମା ମଧ୍ୟ ଅସୁସ୍ଥ ହୋଇ ଏବେ ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ପ୍ରଥମେ ଫୁଡ ପଏଜନ ହେତୁ ମୃତ୍ୟୁ ହୋଇଥିବା କୁହା ଯାଉଥିବା ବେଳେ ଏବେ ଘଟଣା ନେଇଛି ଭିନ୍ନ ରୂପ ।

ନିଜେ ସ୍ଵାମୀ ହିଁ ନିଜ ସ୍ତ୍ରୀ ସାବିତ୍ରୀ ଓ ଦୁଇ ପିଲା ଙ୍କୁ ଖାଦ୍ଯ ରେ ବିଷ ଦେଇ ହତ୍ୟା କରି ଥିବାର ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ବରଂ ଭଡା ଘରେ ମଧ୍ୟ ସ୍ଵାମୀ ସ୍ତ୍ରୀ ମଧ୍ୟ ରେ ଅନେକ ସମୟରେ କଳହ ହେଉ ଥିବାର ମୃତକଙ୍କ ପରିବାର ଅଭିଯୋଗ ଆଣିଥିବା ବେଳେ ଖାଦ୍ଯ ରେ ବିଷ ଦେଇ ଥିବାର ଅଭିଯୋଗ ହୋଇଛି ।
ଅନ୍ୟ ପଟେ 3 ଜଣ ମୃତକ ଙ୍କର ଶବ କୁ ଜବତ କରିବା ସହ ସ୍ଵାମୀ କୁ ଥାନାରେ ଅଟକ ରଖିକି ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ । ନିଜର ରୋଜଗାର ନ ଥିବା ବେଳେ ରୋଜଗାରିଆ ସ୍ତ୍ରୀ କୁ ସ୍ଵାମୀ କାହିଁକି ମାରିଲା, ପିଲା ଙ୍କ ସହ ବାପା ର କେଉଁ ଶତ୍ରୁତା ଥିଲା, ସମସ୍ତେ ଏକା ଖାଦ୍ୟ ଖାଇ ଶୋଇବା ପରେ ବି ସ୍ଵାମୀ ର କାହିଁକି କିଛି ହେଲାନି । ଏମିତି ନାନା ପ୍ରଶ୍ନ ଏବେ ଚାରି ଆଡେ ଚର୍ଚ୍ଚା ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।