ଜିଲ୍ଲାପାଳ ଓ ଏସପିଙ୍କ T-ସାର୍ଟରେ ରହିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଫୋଟ ! ଯାହାକୁ ନେଇ ବଢୁଛି ବିବାଦ !

ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି ! ଗତ କାଲି ଆଦିବାସୀ ମାରାଥନ ଦୌଡ କାର୍ଯ୍ୟରେ ଆୟୋଜିତ କରାଯାଇଥିଲା । ଏଥିରେ ମନ୍ତ୍ରୀ ସୁଦାମ ମାରାଣ୍ଡି ଅନ୍ୟ ମାନେ ମଧ୍ୟ ସାମିଲ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଏସପି ମଧ୍ୟ ସାମିଲ ହୋଇଥିବାର ନଜର ଆସିଥିଲେ । ହେଲେ ଉଭୟ ସରକାରୀ ବାବୁଙ୍କ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଫୋଟ ଥିବାର ନଜର ଆସିଥିଲା । ଯାହାକୁ ନେଇ ବିବାଦ ଦେଖା ଦେଇଛି ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ବିଟ କରି କିଛି ଏପରି କହିଛନ୍ତି । ପ୍ରଥମେ ଏକ ବ୍ୟକ୍ତି ଏସପି ଓ ଜିଲ୍ଲାପାଳଙ୍କ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀ ଫୋଟ ଥିବା କଥା ଟ୍ବିଟ କରିଥିଲେ । ପରେ ଏହାକୁ ରିପୋଷ୍ଟ କରି ଅପରାଜିତା ଷଡଙ୍ଗୀ ଏହାକୁ ଦୁର୍ଭାଗ୍ୟବଶତଃ ବୋଲି ଲେଖିଛନ୍ତି ।  ତେବେ ଏହା ସହ ଅପରାଜିତା ଷଡଙ୍ଗୀ ଏପରି ମଧ୍ୟ କହିଛନ୍ତି । ଯେ ସରକାରୀ ଅଧିକାରୀ ହୋଇ ମଧ୍ୟ ସେମାନେ ନିୟମର ଉଲଂଘନ କରୁଛନ୍ତି । ମାନ୍ୟବର ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ସହ ବିଜେଡି ଦଳର ସୁପ୍ରିମୋ ମଧ୍ୟ ସେ ଅଟନ୍ତି ।

ହେଲେ ଏହି ଆଧାରରେ ସରକାରୀ ଅଧିକାରେ କେଉଁ ଆଧାରରେ ନବୀନଙ୍କ ଫୋଟ ଥିବା ଟି-ସାର୍ଟ ପିନ୍ଧିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ? ଜିଲ୍ଲା ପ୍ରଶାସନର ସର୍ବୋଚ ଅଧିକାରୀ ହେଉଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ଵାଜ । ତେବେ ମୟୂରଭଞ୍ଜ ଜିଲ୍ଲାର ବର୍ତ୍ତମାନ ଜିଲ୍ଲାପାଳ ଅଛନ୍ତି ବିନୀତ ଭରଦ୍ଵାଜ । ତେବେ ଉଭୟ 2 ସରକାରୀ ହୋଇଥିବା ସତ୍ବେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଫୋଟ ଥିବା ଟି-ସାର୍ଟ ପିନ୍ଧିଥିବା କଥାକୁ ନେଇ ବିବାଦ ଦେଖା ଦେଇଛି ।

ଯାହାକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ତ୍ଵିଟର ଆକାଉଣ୍ଟରେ ଟ୍ବିଟ କରିଛନ୍ତି । ତେବେ ଏହାକୁ ନେଇ ମଧ୍ୟ ଏଭଳି କିଛି ପ୍ରତିକ୍ରିୟା ଲେଖି ତାହା ଦୁର୍ଭାଗ୍ୟବଶତଃ ବୋଲି ମଧ୍ୟ ଟ୍ବିଟରେ ଜଣାଇଛନ୍ତି । ଯେଉଁ ଟ୍ବିଟକୁ ନେଇ ବର୍ତ୍ତମାନ ସବୁଆଡେ ଏହି ପ୍ରସଙ୍ଗକୁ ନେଇ ଚର୍ଚା ହେବା ଆରମ୍ଭ ହୋଇସାରିଛି । ତେବେ ଅନେକ ମାହୋଲରୁ ଏହି ବିଷୟରେ ଅନେକ ପ୍ରକାର ମତ ରଖବା ମଧ୍ୟ ଧୀରେ ଧୀରେ ଆରମ୍ଭ ହୋଇସାରିଛି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ