ପାଠ ପଢିବା ଆଉ ଚାକିରୀ କରିବା ବୟସରେ ତମେ ଯଦି ଛୁଆ ଖେଳେଇବ । ଆଉ କିଛି ଦିନ ପରେ ତୁମ ଅବସ୍ଥା କ’ ଣ ହେବ ? କେନ୍ଦ୍ରପଡାର ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କ ଲଭ ଷ୍ଟୋରି ବର୍ତ୍ତମାନ ସବୁଆଡେ ହଇଚଇ ସୃଷ୍ଟି କରିଛି । ତେବେ କିଛି ଲୋକ ଉଭୟ ପ୍ରେମୀଯୁଗଳଙ୍କୁ ସପର୍ଟ କରୁଥିବା ବେଳେ ଅନ୍ୟ କିଛି ଝିଅଘର କରିଥିବା କାର୍ଯ୍ୟକୁ ସପର୍ଟ କରୁଛନ୍ତି । ତେବେ ଏପରି ତର୍କ ଓ ବିତରକ ମଧ୍ୟରେ ଜଣେ ସମାଜସେବୀ ଗଣ ମାଧ୍ୟମ ସାମ୍ନାରେ ଏଭଳି କିଛି ନିଜସ୍ୱ ପ୍ରତିକ୍ରିୟା ରଖିଛନ୍ତି ।
ତେବେ ତାଙ୍କ କହିବା ଆଧାରରେ ଝିଅ ଓ ପୁଅର ବର୍ତ୍ତମାନ ବହୁତ କମ୍ ବୟସ । ସେମାନେ ଏହି ସମୟରେ ପାଠ ପଢି ନିଜର ଭଲ କ୍ଯାରିଅର ଗଢିବା ଦରକାର ଥିଲା । ହେଲେ ଏତେ ଅଳ୍ପ ବର୍ଷ ବୟସରୁ ଘର ଲୋକଙ୍କ ବିରୁଦ୍ଧରେ ଯାଇ ବାହା ହେବା ଜମାରୁ ମଧ୍ୟ ଉଚିତ ନୁହେଁ । କାରଣ ବାପା, ମାଆ ନିଜ ପିଲାର କେବେ ମଧ୍ୟ ଖରାପ ଚାହାନ୍ତିନି । ହେଲେ ଏହି ବୟସର ବହୁତ ପୁଅ ଓ ଝିଅ ତାହା ବୁଝି ନପାରି ଏଭଳି କିଛି ଭୁଲ ପଦକ୍ଷେପ ନେଇଯାଇଥାନ୍ତି ।
ହେଲେ ବାହାଘରର କିଛି ମାସ ପରେ ସେମାନଙ୍କୁ ସବୁକିଛି ଧୀରେ ଧୀରେ ରିଅଲଲାଇଜ ହେବା ଆରମ୍ଭ ହୋଇଯାଇଥାଏ । ତାପରେ ଗୋଟିଏ ପରେ ଗୋଟିଏ ମାରେଜ ଲାଇଫରେ ପ୍ରୋବ୍ଲେମ ଆସିବା ଆରମ୍ଭ କରିଦିଏ । ହେଲେ ସେତେବେଳେ ପୁଅ ଠାରୁ ଅଧିକ କିନ୍ତୁ ଝିଅ ସଫର କରିବାକୁ ପଡେ । କାରଣ ଝିଅ ଏତେ ଅଳ୍ପ ବର୍ଷରୁ ମାରେଜ କରିଛି ମାନେ ତା’ ର ଫାଇନାଲସିଆଲ କଣ୍ଡିସନ ସେମିତିରେ ଠିକ ନଥିବ ।
ଯଦି ସେତେବେଳେ କିଛି ବି ତାଙ୍କ ମଧ୍ୟରେ ଅସୁବିଧା ହୁଏ । ପୁଅ ଯଦି ଝିଅକୁ ଛାଡିଦେବ । ସେତେବେଳେ ଝିଅ କରିବା ପାଇଁ ମଧ୍ୟ କିଛି ନଥିବ । ପରେ ସେ ଶାଶୁଘର ଛାଡି ନିଜ ବାପାଘରେ ହିଁ ଆଶ୍ରୟ ମାଗିପାରେ । ତେଣୁ ବାପା, ମାଆଙ୍କର ଅନିଚ୍ଛା ସତ୍ବେ ବାହାଘର ହୋଇଛି ।
ଯେହେତୁ ବାପା, ମାଆ ଝିଅର ଶୁଦ୍ଧିକ୍ରିୟା କରି ଆଜି ଠାରୁ ହିଁ ସବୁ ସମ୍ପର୍କ ଛିଡେଇଦେବା କଥା ଠିକ ହିଁ ଭାବିଛନ୍ତି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ