ଚନ୍ଦ୍ର ରେ ମାଡି ଆସିଲା ଅନ୍ଧାର ଆଉ ଉଠିବନି ପ୍ରଜ୍ଞାନ । କଣ ଚନ୍ଦ୍ର ରେ ଭାରତର ଆମ୍ବାସାଡର ଭାବେ ସବୁ ଦିନ ପାଇଁ ରହିଯିବ ପ୍ରଜ୍ଞାନ ? କାହିଁକି ଚନ୍ଦ୍ର ପୃଷ୍ଠ ରେ ସୋଇ ପଡିଲା ପ୍ରଜ୍ଞାନ ? ହଁ ଦର୍ଶକ ବନ୍ଧୁ ଅଗଷ୍ଟ 23 ରେ ଚନ୍ଦ୍ରୟାନ-3 ର ଚନ୍ଦ୍ର ପୃଷ୍ଠ ରେ ସଫଳ ଅବତରଣ ହେବା ପରେ ସାରା ବିଶ୍ବରେ ଚର୍ଚ୍ଚା ଜୋର ଧରିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗବେଷକ ଓ ବୈଜ୍ଞାନିକ ମାନଙ୍କ ଯାଏଁ ଭାରତ ର ସଫଳତା କୁ ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।

ବିଶେଷ କରି ରୁଷ ର ଲୁନା-25 ର ବିଫଳତା ପରେ ଚନ୍ଦ୍ରୟାନ-3 ର ସଫଳତା ଅନେକ ଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଚନ୍ଦ୍ରୟାନ-3 ର ଚନ୍ଦ୍ର ପୃଷ୍ଠ ରେ ଅବତରଣ କରିବାର 2 ଦିନ ଆରେ ଅଧିକ ସକ୍ରିୟ ହେବ ସହ ରୋଭର ପ୍ରଜ୍ଞାନ ନିଜର ଅଭିଯାନ ବି ଆରମ୍ଭ କରି ଦେଇଥିଲା । ଲ୍ୟାଣ୍ଡର ରୁ ବାହାରିବା ପରେ ପ୍ରଜ୍ଞାନ ପ୍ରସିଦ୍ଧ ପପ ଡ୍ୟାନ୍ସର ମାଇକେଲ ଜ୍ୟାକସନ ଙ୍କ ଭଳି ଡ୍ୟାନ୍ସ ଢଙ୍ଗରେ ମୁନ ୱାର୍କ କରିଥିଲା ।
ଏହାରି ମଧ୍ୟରେ ଏକେ ବଡ ଖବର ସାମ୍ନା କୁ ଆସିଛି ପ୍ରଜ୍ଞାନ କୁ ନେଇ । ଚନ୍ଦ୍ର ରେ ଅବତରଣ କରି ରେକର୍ଡ କରିଥିବା ଚନ୍ଦ୍ରୟାନ-3 ର ରୋଭର ପ୍ରଜ୍ଞାନ ନିଜର ଅଭିଯାନ ଶେଷ କରିଛି । ଏହାକୁ ଚନ୍ଦ୍ର ପୃଷ୍ଠ ରେ ଏକ ସୁରକ୍ଷିତ ସ୍ଥାନରେ ରଖା ଯାଇଛି । ଚନ୍ଦ୍ର ର ଦକ୍ଷିଣ ମେରୁ ରୁ ରାତି ହେବ ସହ ରୋଭର ପ୍ରଜ୍ଞାନ ସୟନ ମୁଦ୍ରା କୁ ଚାଲି ଯାଇଛି । ଏଥିରେ ଲାଗିଥିବା ଉଭାର ପେଲାଡ ଏଲଫିଏକ୍ସ ଓ ଏଲଆଇଭିଏସ ବନ୍ଦ ହୋଇ ଯାଇଛି ।

ଏହି ପେଲାଡ ର ତଥ୍ୟ ଲ୍ୟାଣ୍ଡର ବିକ୍ରମ ମାଧ୍ୟମରେ ଇସ୍ରୋ କୁ ଆସୁଥିଲା । ପ୍ରଜ୍ଞାନ ର ବ୍ଯାଟେରୀ ରେ ଫୁଲ ଚାର୍ଜ ଅଛି । 22 ତାରିଖ ରେ ପୁଣି ଚନ୍ଦ୍ର ରେ ସୂର୍ଯ୍ୟ ଉଦୟ ହେବ । ଏହି ସମୟରେ ପ୍ରଜ୍ଞାନ ର ନିଦ ଭାଙ୍ଗିବ ବୋଲି ଅନୁମାନ କରା ଯାଉଛି । ସୂର୍ଯ୍ୟ ରଶ୍ମୀ ପଡିବ ଏଭଳି ସ୍ଥାନରେ ପ୍ରଜ୍ଞାନ କୁ ରଖା ଯାଇଛି । ସୌର ପ୍ୟାନେଲ ଉପରେ ସୂର୍ଯ୍ୟ ଙ୍କ କିରଣ ପଡିଲେ ଏହା ପୁଣି କାର୍ଯ୍ୟ ଆରମ୍ଭ କରିବ ।
ଏହାର ରିସିଭର କୁ ଚାଲୁ ରଖା ଯାଇଛି । ପ୍ରଜ୍ଞାନ ର ନିଦ ଭାଙ୍ଗିବ ନୂଆ ଅଭିଯାନ ଆରମ୍ଭ କରିବ ବୋଲି ଆଶା କରା ଯାଉଛି । ନଚେତ ଏହା ଚନ୍ଦ୍ର ରେ ଗୁରୁତର ଆମ୍ବାସାଡର ଭାବେ ସବୁ ଦିନ ପାଇଁ ରହିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।