ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ୟୁଟ୍ଯୁବର ଲିପୁନ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ୟୁଟ୍ଯୂବ ରେ ଅନେକ ଭିଡିଓ ସେୟାର କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଲିପୁନ ବିବାହ କରିଛନ୍ତି ଆଉ ତାଙ୍କ ସ୍ତ୍ରୀ ଙ୍କ ହାଇଟ ତାଙ୍କ ଠାରୁ ଉଚ୍ଚ ରେ ରହିଛି । କହିବାକୁ ଗଲେ ଲିପୁନ ବୟସରେ ସିନା ବଡ କିନ୍ତୁ ହାଇଟ ରେ ଦେଖିବାକୁ ଛୋଟ । ଲିପୁନ ଓ ତାଙ୍କ ଧର୍ମ ପତ୍ନୀ ଅନୁ ଏକ ସାକ୍ଷାତକାର ରେ ନିଜର ପ୍ରେମ ସମ୍ପର୍କ କୁ ନେଇ ବଡ ଖୁଲାସା କରିଛନ୍ତି ।

ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଲିପୁନ କହିଛନ୍ତି ଯେ “ମୋତେ ତାଙ୍କ ଡ୍ୟାନ୍ସ ବହୁତ ଭଲ ଲାଗିଲା ପ୍ରତିଯୋଗୀତା ସମୟରେ । ମୋ ଡ୍ୟାନ୍ସ ତାଙ୍କୁ ଭଲ ଲାଗିଥିଲା ବୋଲି ମୁଁ ପରେ ଜାଣିଲି । ମୁଁ ମୋ ସାଙ୍ଗ ଜରିଆରେ ତାଙ୍କ ନମ୍ବର ପାଇଥିଲି । ମୁଁ ଅନୁଙ୍କ ସହ ମ୍ଯାସେଜ ରେ କଥା ହେଲି । ପ୍ରଥମେ ସେ ମୋତେ ଭାଇ ବୋଲି ଡାକିଲେ ।
ଭାଇ ଭଉଣୀର ସମ୍ପର୍କ ଚାଲିବା ପରେ ଧୀରେ ଧୀରେ ପ୍ରେମର ଗାଡି ଆରମ୍ଭ ହୋଇଥିଲା ଆମ ଦୁହିଙ୍କ ମଧ୍ୟରେ । ଭଉଣୀ ରୁ ସେ ମୋ ସ୍ତ୍ରୀ ହୋଇଯିବେ । ମୋତେ ତାଙ୍କ କଥା ଭଲ ଲାଗିଲା ଭଏସ ଭଲ ଲାଗିଲା । ପ୍ରଥମେ ମୁଁ ତାଙ୍କୁ ସାଙ୍ଗ ନଜରରେ ଦେଖୁଥିଲି । କିନ୍ତୁ ସେ ମୋତେ ଭାଇ ଡାକୁ ଥିବାରୁ ମୋତେ ଖରାପ ଲାଗୁଥିଲା । ସେଥିପାଇଁ ମୁଁ ତାଙ୍କୁ ଭାଇ ଡାକିବାକୁ ମନା କରିଥିଲି ।

ଅଖିଆ ଅପିଆ କଥା ହେଉଥିବୀ ରାତି ଦିନ 24 ଘଣ୍ଟା ତା କଥା କହିଲେ ବି ସରିବା ନାହିଁ” । ଲିପୁନ ଙ୍କ ସ୍ତ୍ରୀ ଅନୁ କହିଛନ୍ତି ଯେ “ସେ କାନ୍ଥ ଡେଇଁ କୁ ଚାଲି ଆସିଥିଲେ ମୋତେ ଦେଖା କରିବାକୁ । ସେ ଏମିତି କଥା କୁହନ୍ତୁ ଯାହା ମନକୁ ଛୁଇଁଯାଏ । ହାଇଟ ରେ ସିନା ସେ ଛୋଟ ହେଲେ ତାଙ୍କ ହୃଦୟ ବହୁତ ବଡ । ତାଙ୍କ କଥାବାର୍ତ୍ତା ମୋତେ ବହୁତ ଭଲ ଲାଗିଲା ।
ଡ୍ୟାନ୍ସ କରିବା ପରେ ଦୁହିଙ୍କର ଦୁହିଙ୍କ ପ୍ରତି ଫିଲିଙ୍ଗ୍ସ ଆସୁଥିଲା । ଡ୍ୟାନ୍ସ ସମୟରେ ତାଙ୍କ ଗୋଡ ରେ ବାଜି ଯାଉଥିଲେ ମୁଁ ମୁଣ୍ଡିଆ ମାରୁଥିଲି କାରଣ ଭାଇ ନା । ଏତେ ଗର୍ବ ତାଙ୍କର ଯେମିତି ମୁହଁ ଫୁଲାଇ ମୋତେ ଦେଖନ୍ତିନି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଲିପୁନ ଓ ଅନୁ ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।