କେଳୁଅ ନଦୀରେ କୁମ୍ଭୀର ଆତଙ୍କ…ମହିଳା ଯାଇଥିଲେ ନଦୀକୁ, ତୁଠରେ ମହିଳାଙ୍କୁ କୁମ୍ଭୀର…

ନମସ୍କାର ବନ୍ଧୁଗଣ । ଏବେ ଯେଉଁଠି ଦେଖ ଖାଲି କୁମ୍ଭୀର ର ଭୟ ଲାଗି ରହିଛି । ଗତ 3 ଦିନ ହେଲାଣି ଯାଜପୁର ଜିଲ୍ଲା ଧର୍ମଶାଳା କେଳୁଅ ନଦୀ ରେ ଆତଙ୍କ ଖେଳାଇ ରଖିଛି କୁମ୍ଭୀର । ଯିଏ ନଦୀ ଭିତରକୁ ଯାଇଛି ତାକୁ ଟାଣି ନେଇ ନିଜର ଶିକାର କରୁଛି ମଣିଷଖିଆ କୁମ୍ଭୀର । ଏହି ଭୟରେ ଲୋକ ମାନେ ଆଉ ନଦୀ କୁ ଯାଉ ନାହାନ୍ତି । ଗାଁ ଲୋକଙ୍କ ଘରେ ସୌଚାଳୟ ନ ଥିବାରୁ ସେମାନେ ନଦୀ କୁ ଗାଧୋଇବାକୁ ଯାଇଥାନ୍ତି ।

ହେଲେ ଏବେ କୁମ୍ଭୀର ଭୟ କାରଣରୁ ଲୋକେ ଆଉ ନଦୀ କୁ ଯାଇପାରୁ ନାହାନ୍ତି । ହେଲେ ସେମାନଙ୍କ ପାଖରେ ଆଉ କିଛି ବିକଳ୍ପ ବି ନାହିଁ । ସେଥିପାଇଁ ମହିଳା ମାନେ ବାଲଟି ଧରି ନଦୀ କୁ ଯାଇ ପାଣି ଆଣି ଗାଧୋଉଛନ୍ତି । ଯାଜପୁର ବିରୂପା ନଦୀ ରେ ଜଣେ ମହିଳା ଙ୍କୁ କୁମ୍ଭୀର ଝୁଣି ଝୁଣି ଖାଇବାର ଦ୍ରୁଶ୍ଯ କୁ ଦେଖି ସମସ୍ତେ ଭୟଭୀତ ହୋଇ ରହିଛନ୍ତି ।

ଯାଜପୁର ଜିଲ୍ଲା କେଳୁଅ ନଦୀ ରେ କୁମ୍ଭୀର କୁ ଦେଖି ଘରୁ ଲୋକେ ଭୟରେ ବାହାରୁ ନାହାନ୍ତି । ଗାଁ ରେ ଅଧିକାଂଶ ଲୋକ ଏହି ନଦୀ ଉପରେ ନିର୍ଭର କରନ୍ତି । ଗତ 3ରୁ 4 ଦିନ ହେଲାଣି କୁମ୍ଭୀର ଭୟରେ ଅପରାହ୍ନ ହେବା ମାତ୍ରେ ଘରର କବାଟ ଦେଇ ବସୁଛନ୍ତି । ଆଉ କେହି ବାହାରକୁ ବାହରୁ ନାହାନ୍ତି । ଆଉ ଗାଁ ଲୋକଙ୍କର କୌଣସି ସୁବିଧା ନ ଥିବାରୁ ଏହି ନଦୀ ଉପରେ ସମସ୍ତେ ନିର୍ଭର କରୁଛନ୍ତି ।

ଗାଁ ଲୋକେ କହୁଛନ୍ତି ନଦୀ କୁ ନ ଗଲେ ଆମେ କଣ କରିବୁ ? ଏହା ଆମର ନୀତି ଦିନିଆ କଥା । ନଦୀ ରେ ବାସନ ମଜା ଠାରୁ ଆରମ୍ଭ କରି ଗାଧୋଇବା ଯାଏଁ ସବୁ କରିଥାଉ । ପିଲା ମାନେ ମଧ୍ୟ ସ୍କୁଲ ଯିବାକୁ ଭୟ କରୁଛନ୍ତି କୁମ୍ଭୀର ଭୟ ରେ । 4 ଦିନ ପୂର୍ବରୁ ପିଲା ମାନେ ସ୍କୁଲ ଯାଇଥିଲେ ହେଲେ ଆଉ ଯାଇ ନାହାନ୍ତି । କାରଣ ନଦୀ ରେ କୁମ୍ଭୀର କୁ ଦେଖି ପିଲା ମାନେ ବି ଭୟଭୀତ ହୋଇ ପଡିଛନ୍ତି ।

ସ୍କୁଲ ଯିବା ବି ବନ୍ଦ କରି ଦେଲେଣି । ତେବେ କୁମ୍ଭୀର ର ଆତାଙ୍କ ଏମିତି ଆଉ କେତେ ଦିନ ଚାଲିବ ତାହା ତ କହି ହେଉ ନାହିଁ । ହେଲେ କୁମ୍ଭୀର କୁ ନେଇଏ ଏବେ ଚାରି ଆଡେ ଭୟ ର ବାତାବରଣ ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।