କିଏ ଏହି ପକ୍ଷୀ ଯାହାର କୁମ୍ଭୀର ସହ ରହିଛି ନିବିଡ ସମ୍ପର୍କ ? କୁମ୍ଭୀର ପାଟି ଭିତରକୁ ପାଶେ ହେଲେ ତାକୁ ଖାଏନି କୁମ୍ଭୀର । ପାଟି ଭିତରେ ପଶି ଜୀବିତ ଅବସ୍ଥାରେ ବାହାରକୁ ଆସେ । ହଁ ଦର୍ଶକ ବନ୍ଧୁ ଏବେ ସାରା ରାଜ୍ୟରେ କୁମ୍ଭୀର ଆତଙ୍କ ଖେଳାଇଛି । କେନ୍ଦ୍ରାପଡା ଠାରୁ ଆରମ୍ଭ କରି ଯାଜପୁର, ଭଦ୍ରକର ମନ୍ଦେଇ ନଦୀ ରେ ଘୁରି ବୁଲୁଛି 20 ଫୁଟିଆ ମଣିଷଖିଆ କୁମ୍ଭୀର ।
କେନ୍ଦ୍ରାପଡାରେ ଦେଢ ମାସ ଭିତରେ 4 ଜଣଙ୍କୁ ମାରି ରକ୍ତ ମାଂସ ହାଡ ଖାଇସାରିଛି କୁମ୍ଭୀର । ଖାଲି ମଣିଷ ନୁହେଁ ଗାଈଗୋରୁ, ଛେଳି, ମେଣ୍ଢା ଙ୍କୁ ବି ଖାଉଛି କୁମ୍ଭୀର । ଯିଏ ହାବୁଡରେ ପଡୁଛି କେହି ବି କୁମ୍ଭୀର ଠାରୁ ଖସିପାରୁ ନାହାନ୍ତି । ଆଉ ମଣିଷ ଦେହର ବାସ୍ନା ପାଇଲା ମାତ୍ରେ ହିଂସ୍ର ହୋଇ ଉଠୁଛି । ଯେମିତି ସେଦିନ ବିରୂପା ନଦୀରେ ମହିଳାଙ୍କୁ ଓଲଟ ପାଲଟା କରି ଗିଳି ଦେଇଥିଲା କୁମ୍ଭୀର ।
କୁମ୍ଭୀର ମହିଳାଙ୍କୁ ଏମିତି ଖିନଭିନ କରି ଖାଇଥିଲା ଯେ ଶବ ଦାହ କରିବାକୁ ଦେହରେ ଟିକେ ମାଂସ ନ ଥିଲା । କୁମ୍ଭୀର କୁ ନେଇ ଆତଙ୍କ ଖେଳିଥିବା ବେଳେ ଏବେ ଏମିତି ଏକ ଖବର ସାମନାକୁ ଆସିଛି ଆହକୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । ଭୋକିଲା କୁମ୍ଭୀର ମାଂସ ଖାଇବାକୁ ବିକଳ ହେଉଥିବା ବେଳେ ଏମିତି ଏକ ପକ୍ଷୀ ରହିଛି ଯାହା ସହ କୁମ୍ଭୀର ର ନିବିଡ ସମ୍ପର୍କ ରହିଛି ।
ପକ୍ଷୀ ର ସାମାନ୍ଯ କ୍ଷତି ବି କରୁନି କୁମ୍ଭୀର । ସବୁଠୁ ଆଶ୍ଚର୍ଜ୍ୟାକର କଥା ହେଉଛି ପକ୍ଷୀ ଟି କୁମ୍ଭୀର ପାଟି ଭିତରେ ପଶି ବାହାରି ଆସିଲେ ବି କୁମ୍ଭୀର ସ୍ପର୍ଶ କରୁ ନାହିଁ । ପକ୍ଷୀ ଟି କୁମ୍ଭୀର ପାଟିରେ ପଶି ତାର ପାଟି ସଫା କରିଥାଏ । ଯାହା ଫଳରେ କୁମ୍ଭୀର ଦାନ୍ତରେ ଲାଗିଥିବା ମାଂସ ସଫା ହୋଇଯାଏ । ପୁଣି ଥରେ କୁମ୍ଭୀର ଶିକାର ପାଇଁ ବାହାରି ପଡେ ।
ତେବେ ସେହି ପକ୍ଷୀର ନାଁ ହେଉଛି ପ୍ଲୋବର ପକ୍ଷୀ । ଏହି ପକ୍ଷୀ ମାନେ କୁମ୍ଭୀର ମାନଙ୍କର ଦାନ୍ତ ସଫା କରିବାର କାମ କରିଥାନ୍ତି । ଏହା ସହ କୁମ୍ଭୀର ଦାନ୍ତରେ ଲାଗିଥିବା ମାଂସ ନିଜେ ଖାଇ ନିଜର ଭୋକ ମେଣ୍ଟାଇଥାନ୍ତି । ଏହି ପକ୍ଷୀ ନିର୍ଭୟରେ କୁମ୍ଭୀର ପାଟିରେ ପଶି ଜୀବିଷ ଅବସ୍ଥାରେ ବାହାରି ଆସିଥାନ୍ତି । ସେଥିପାଇଁ ଏହି ପକ୍ଷୀ ଙ୍କୁ କୁମ୍ଭୀରିର ଦାନ୍ତ ଚିକିତ୍ସକ ବୋଲି କୁହାଯାଏ ।
କୁମ୍ଭୀର ନିଜର ଦାନ୍ତ ସଫା କରିବା ପାଇଁ ଏହି ପକ୍ଷୀ ଉପରେ ନିର୍ଭର କରୁଥିବା ବେଳେ ଏହି ପକ୍ଷୀ ନିଜର ଜୀବନ ବଞ୍ଚାଇବା ପାଇଁ କୁମ୍ଭୀର ଉପରେ ନିର୍ଭର କରିଥାଏ । କୁହାଯାଏ କୁମ୍ଭୀର ପାଟିରେ ଅଧିକ ମଇଳା ହେଲେ ସେ ନଦୀ କୁଳକୁ ଆସି ଖରା ଖାଇବା ସହ ଏହି ପକ୍ଷୀର ଅପେକ୍ଷା କରିଥାଏ । ଆଉ ଏହି ପକ୍ଷୀ ଆସି ଦାନ୍ତ ସଫା କରିବା ପରେ କୁମ୍ଭୀରକୁ ଆରାମ ମିଳିଥାଏ । ପ୍ଲୋବର ପକ୍ଷୀ ଓ କୁମ୍ଭୀର ମଧ୍ୟରେ ନିବିଡ ସମ୍ପର୍କ ଗଢି ଉଠିଥାଏ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।