ଲାଲ ବାହିନୀ ର ଗୁପ୍ତ ଆଡ୍ଡା ର ପର୍ଦ୍ଦାଫାସ ହୋଇଛି । ନକ୍ସଲ ସଙ୍ଘଠନର ସାମ୍ରାଜ୍ୟ ଉପରେ ବଡ ଆକ୍ରମଣ । ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ସୁରକ୍ଷା କର୍ମୀ ଙ୍କ ହାତରେ ଲାଗିଛି ମାଓ ସାମଗ୍ରୀ । ନା କଳି ହେଉଛି ନା ପାରି ହେଉଛି । ଝାଡଖଣ୍ଡ ଯାଇବାସାଟୁଡ ଅଞ୍ଚଳର ଜଙ୍ଗଲରେ ସତେ ଯେମିତି ଘର କରି ରହିଥିଲେ ମାଓବାଦୀ ମାନେ ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଘର କରି ନିଜର ଆସ୍ଥାନ ଜମାଇ ଥିଲେ । ଅର୍ଥାତ ଆତଙ୍କବାଦୀ ଷ୍ଟାଇଲ ରେ ବଙ୍କର ନିର୍ମାଣ କରି ଏଠାରେ ଚଳାଇ ଆସୁଥିଲେ ଗଣତନ୍ତ୍ର ବିରୋଧୀ କାଣ୍ଡ । ଗୋଟେ କି ଦୁଇଟି ନୁହେଁ ଏଭଳି 11ଟି ବଙ୍କର ତିଆରି କରି ଜାରି ରଖିଥିଲେ ମିସନ ଆତଙ୍କବାଦୀ ମାନେ । ଯାହାର ମାଷ୍ଟର ମାଇଣ୍ଡ ଥିଲେ ମିଶିର ବେଶ୍ରା । ଏଭଳି ବଙ୍କର ତିଆରି କରି ରହି ଆସୁଥିଲା ମିଶିର ।
ବଙ୍କର ରେ ଆଲୋକି କାରଣ ପାଇଁ ଲାଗିଥିଲା ଜେଲିଲିଟର ସହ ସୋଲାର ସିଷ୍ଟମ । ମହଜୁଦ ଥିଲା ଖାଦ୍ଯପେୟ ସହ ଔଷଧ, ଅସ୍ତ୍ର ଶସ୍ତ୍ର ଓ ଗୁଳି ବାରୁଦ । ମିଶିର ରହୁଥିବା ବଙ୍କର କୁ ଯିବାକୁ କାହାକୁ ନ ଥିଲା ଅନୁମତି । ବଙ୍କର ଭିତରେ 24 ଘଣ୍ଟିଆ ଶସ୍ତ୍ର ପହରା ଦେଉଥିଲେ ସହଯୋଗୀ ନକ୍ସଲ ମାନେ । ଆଉ ମିଶିର ବଙ୍କର ଭିତରେ ରହି ଚାଲୁଥିଲା ମାଓବାଦୀ ର ଗୋଟି ଚାଳନା ।
ଏହି ସୂଚନା ପାଇବା ପରେ ଅଗଷ୍ଟ 8 ତାରିଖ ରୁ 11 ତାରିଖ ଯାଏଁ CRF, ସେନା ବାହିନୀ, ଝାଡଖଣ୍ଡ ପୋଲିସ ଏବଂ ଝାଡଖଣ୍ଡ ଜାଗୁଆର ୱେଷ୍ଟ ସିଂ ଘୃମ ରେ ଚଳାଇଥିଲେ ମିଳିତ ଅପରେସନ । ଆଉ ସେହି ସର୍ଚ୍ଚ ଅପରେସନ ସମୟରେ ବଙ୍କର କୁ ଧ୍ଵଂସ କରି ପାଇଥିଲେ ବଡ ସଫଳତା । କିନ୍ତୁ ଅଧ ଘଣ୍ଟା ର ଏହି ଗୁଳି ବିନିମୟରେ ସହିଦ ହୋଇ ଯାଇଥିଲେ ଓଡିଆ CRF ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ।
ମିଶିର ବେଶ୍ରା ହେଉଛି ସିବିଆଇ ମାଓବାଦୀ ସଂଘଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ପୂର୍ବାଞ୍ଚଳ ଜୋନ ପ୍ରମୁଖ । ଝାଡଖଣ୍ଡ ସମେତ ଓଡିଶା, ବିହାର, ପଶ୍ଚିମବଙ୍ଗ ଓ 7ଟି ରାଜ୍ୟ ପାଇଁ ସେ ମୋଷ୍ଟ ୱାନ୍ଟେଡ । ମିଶିର ପାଇଁ ରହିଛି 1 କୋଟି ର ଇନାମ । 2018ରେ ଓଡିଶାର ବି ଥିଲା ତାର ଦବଦବା । ସମ୍ବଲପୁର, ଦେବଗଡ, ସୁନ୍ଦରଗଡ ଡିଭିଜନ ତିଆରି କରି ଭିଆଇଥିଲା ଲାଲ ହିଂସା ।
ଓଡିଶା ପୋଲିସ ବି ତା ପାଇଁ ରଖିଛି 20 ଲକ୍ଷ ଟଙ୍କା । ତେବେ ଡିଭିଜନ ଭାଙ୍ଗିବା ପରେ ଓଡିଶା ଝାଡଖଣ୍ଡ ସମେତ ସୀମାନ୍ତ ସାର ସରଣ୍ଡା ଅଞ୍ଚଳରେ ସାମ୍ରାଜ୍ୟ ବିସ୍ତାର କରିଛି ମିଶିର । ଏହି ହିଂସ୍ରା ପରେ ସର୍ଚ୍ଚ ପରେସନ ଜୋରଦାର ହେଉଥିବାରୁ କାଳେ ମିଶିର ବେଶ୍ରା ଓଡିଶା କୁ ଚାଲି ଆସିବ ଏଥିପାଇଁ ସୁରକ୍ଷା କର୍ମୀ ଙ୍କୁ ସତର୍କ କରିଛି ରାଜ୍ୟ ଗୋଇନ୍ଦା ବିଭାଗ ।
ବଙ୍କର ଓ ଏଠାରୁ ଜବତ ହୋଇଥିବା ମୋର୍ଟାର, ରକେଟ କଞ୍ଚାର ଭଳି ଅସ୍ତ୍ରଶସ୍ତ୍ର କେଉଁଠୁ ଆସିଥିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।