ସ୍ବାମୀ ସହିଦ ହେବା କଥା ଶୁଣି ଚେତା ଶୁନ୍ୟ ହୋଇପଡିଲେ ସ୍ତ୍ରୀ, ବାହାଘରକୁ ୩ ମାସ ପୁରିନି, ଲିଭିଗଲା ମଥାର ସିନ୍ଦୂର ।

ନମସ୍କାର ବନ୍ଧୁଗଣ । ଯବାନ ସ୍ଵାମୀ ସହିଦ ହେବା ପରେ ସ୍ତ୍ରୀ ର ଚେତା ଫେରୁନି । ଯେମିତି ଶୁଣିଲେ ସ୍ଵାମୀ ସୁଶାନ୍ତ ଆଉ ଏ ଦୁନିଆରେ ନାହାନ୍ତି ସବୁ ଦିନ ପାଇଁ ସହିଦ ହୋଇଗଲେ । ସ୍ତ୍ରୀ ଏବେ ଚେତା ଶୂନ୍ୟ ହୋଇ ପଡିଛନ୍ତି । ତାଙ୍କର ଆଉ ଚେତା ଫେରୁନି । ପାଖରେ ସମସ୍ତେ ବସି ତାଙ୍କୁ ଚେତା ଫେରାଇବାକୁ ଚେଷ୍ଟା କରୁଛନ୍ତି । ଏ କଷ୍ଟ ଏମିତି କି ନା କଷ୍ଟ ସାହି ହେଉଛି ନା ଆଖି ଖୋଲୁଚି ।

ଏମିତି ଦୁଃଖ ସତରେ ଭଗବାନ କାହାକୁ ନ ଦିଅନ୍ତୁ । ଶରୀର ରୁ ପ୍ରାଣ ଛାଡିଗଲା ପରି ପଡି ରହିଛନ୍ତି ସ୍ତ୍ରୀ । ଗତ 3 ମାସ ତଳେ ଯାହା ହାତ ଧରି ବାହା ହୋଇଥିଲେ ଆଜି ସେହି ଯବାନ ସ୍ଵାମୀ ସବୁ ଦିନ ପାଇଁ ହାତ ଛାଡି ଚାଲି ଯାଇଛନ୍ତି । ଦେହରୁ ଯେମିତି ଜୀବନ ଚାଲିଗଲା ବୋଲି ମନେ ହେଉଛି । ଆଉ ସେତେବ ବେଳକୁ ଏମିତି ପଡି ରହିଛନ୍ତି ସହିଦ ଙ୍କ ସ୍ତ୍ରୀ ।

ସୂଚନା ଅନୁଯାୟୀ ଝାଡଖଣ୍ଡ ମାଓବାଦୀ ଙ୍କ ଆକ୍ରମଣରେ ଜୀବନ ଚାଲି ଯାଇଛି CRF ଯବାନ ସୁଶାନ୍ତ ଖୁଣ୍ଟିଆ ଙ୍କର । ସ୍ତ୍ରୀ ଏହି ଖବର ସୁନିଆରେ ପରେ ନିଜକୁ ସମ୍ଭାଳି ପାରୁ ନାହିଁ । ପୂର୍ଣ୍ଣିମା ପୃଷ୍ଠି ଗତ 3 ମାସ ତଳେ ସୁଶାନ୍ତ ଙ୍କୁ ବାହା ହୋଇଥିଲେ । ଏଇ ତ କିଛି ଦିନ ହେବ ସଂସାର ଆରମ୍ଭ ହେବାରୁ ଆଜି ଶେଷ ହୋଇ ଯାଇଛି । ପୂର୍ଣ୍ଣିମା ନର୍ସ ଭାବେ ତେଲଖାଇ ଅଞ୍ଚଳରେ କାମ କରୁଥିଲେ ।

ଆଉ ସେପଟେ ସ୍ଵାମୀ CRF ଯବାନ ଭାବେ କାର୍ଯ୍ୟରତ ଥିଲେ । ହସ ଖୁସି ରେ ପରିବାର ଚାଲିଥିଲା । କିଛି ଦିନ ତଳେ ବାପା, ଦୁଇ ଭାଇ ଆରପାରି କୁ ଚାଲି ଯାଇଥିଲେ । ଆଉ ଘରେ ପୁରୁଷ ବୋଲି କେବଳ ସୁଶାନ୍ତ ଥିଲେ । ଆଉ ସୁଶାନ୍ତ CRF ଯବାନ ଭାବେ କାର୍ଯ୍ୟ କରୁଥିଲେ । 3 ମାସ ତଳେ ସୁଶାନ୍ତ ପୂର୍ଣ୍ଣିମା ଙ୍କ ହାତ ଧରି ବାହା ହୋଇଥିଲେ ଆଉ କଥା ଦେଇଥିଲେ କେବେ ବି ତୁମ ହାତ ଛାଡିବି ନାହିଁ ।

ସବୁବେଳେ ତୁମ ପଛରେ ରହିବି । ଆଉ ସେପଟେ ଯବାନ ଭାବେ ଡିୟୁଟି କରୁଥିଲେ ମଧ୍ୟ ମଧ୍ୟ ପ୍ରତେକ ଦିନ ଘରକୁ ଫୋନ କରି ସ୍ତ୍ରୀ କୁ ଭଲ ମନ୍ଦ ପଚାରୁଥିଲେ । ଗତ କାଲି କଥା ହେଉଥିବା ମଣିଷ ଟି ଆଜି କୁଆଡେ ଉଭେଇ ଯାଇଛି । ଆଉ ଏହି କଷ୍ଟ କୁ ସହି ପାରୁନି ସ୍ତ୍ରୀ । ଆଉ ଏଭଳି ସ୍ତ୍ରୀ ଚଟାଣ ରେ ପଡି ଛଟପଟ ହୋଇ କାନ୍ଦୁଛି ।

କିଏ ବୁଝାଇବ ତାକୁ ଆଉ ସ୍ଵାମୀ ଫେରିବେ ନାହିଁ । ଅସରନ୍ତି ଆଶା ସ୍ଵପ୍ନ ଆଜି ଧୂଳିସାତ ହୋଇ ଯାଇଛି । 3 ମାସ ତଳେ ଯେଉଁ ସ୍ଵପ୍ନ ଆଶା ଦେଖିଥିଲେ ତାହା ଆଜି ମାଟି ରେ ମିଶି ଯାଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।