ନମସ୍କାର ବନ୍ଧୁଗଣ । ଲଗାଣ ବର୍ଷା କାରଣରୁ ଏବେ ଗେଟ ଖୋଲି ଦେଇଛି ଛତିଶଗଡ । ତେଣୁ ଓଡିଶାର ଚିନ୍ତା ଏବେ ବଢିବାକୁ ଲାଗିଲାଣି । ହୀରାକୁଦ ରେ ବଢୁଛି ଜଳ ସ୍ତର । କଲମା ବ୍ୟାରେଜ ର ସମସ୍ତ 66ଟି ଗେଟ ଖୋଲିଛି ଛତିଶଗଡ । ଏହା ପରେ କ୍ରମାଗତ ଭାବେ ମହାନଦୀ ରେ ଜଳ ସ୍ତର ବଢୁଛି । ଏବେ ହୀରାକୁଦ ର 12ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ ।
ଗତ କାଲି 2ଟି ପର୍ଯ୍ୟାୟ ରେ 10ଟି ଗେଟ ଖୋଲି ଥିଲା ହୀରାକୁଦ । ପ୍ରବଳ ମାତ୍ରା ରେ ପାଣି ମାଡି ଆସୁଛି । ଗତ କାଲି ପାଖା ପାଖି 5 ଲକ୍ଷ କ୍ୟୁସେକ ଜଳ ଆସିଛି । ବର୍ତ୍ତମାନ ଜଳ ଭଣ୍ଡାର ର ଜଳ ସ୍ତର ରହିଛି 620 ଫୁଟ । ପ୍ରତି ସେକେଣ୍ଡ ରେ ପ୍ରବେଶ କରୁଛି 4 ଲକ୍ଷ 97 ହଜାର 16 କ୍ୟୁସେକ ବନ୍ୟା ପାଣି । ଏହି ସମୟରେ 2 ଲକ୍ଷ 22 ହଜାର 503 କ୍ୟୁସେକ ପାଣି ନିଷ୍କାସିତ ହେଉଛି ।
ହୀରାକୁଦ ର 12ଟି ଗେଟ ଦେଇ 1 ଲକ୍ଷ 87 ହଜାର 72 କ୍ୟୁସେକ ବନ୍ୟା ପାଣି ମହାନଦୀ କୁ ଛଡା ଯାଉଛି । ଛତିଶଗଡ କଲମା ବ୍ୟାରେଜ ଖୋଲି ଥିବାରୁ କେତେବେଳେ ମହାନଦୀ ର ଜଳ ସ୍ତର ବଢିବ ତାହା କହି ହେବ ନାହିଁ । ବର୍ତ୍ତମାନ ସୁଧା ହୀରାକୁଦ ଜଳ ଭଣ୍ଡାର ରେ ପ୍ରାୟ 12 ଫୁଟ ଜାଗା ଖାଲି ରହିଛି । କିନ୍ତୁ ଉପର ମୁଣ୍ଡରୁ 1 ଲକ୍ଷ 5 କ୍ୟୁସେକ ପାଣି ଆସୁଥିବାରୁ ତାହା ମହାନଦୀ କୁ ଫୁଲାଉଛି ।
ସ୍ଥିତି ଦେଖିବା ପରେ ଆଗକୁ ହୀରାକୁଦ ରୁ ଅଧିକ ଗେଟ ଖୋଲା ଜୀବ କି ନାହିଁ ନିସ୍ପତି ନିଆ ଯାଇପାରେ । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୁଧୁରିବା ବେଳକୁ ଉପର ମୁଣ୍ଡରେ ବନ୍ୟା ଭୟ ଘାରିଲାଣି । ଲଗାତାର ବର୍ଷା ଜାରି ରହିଥିବା କାରଣରୁ ହୀରାକୁଦ ର ଜଳ ସ୍ତର ବଢିବାରେ ଲାଗିଛି । ଯାହା ପାଇଁ 12ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି ।
ତେବେ ଆଗକୁ ମହାନଦୀ ର ଜଳ ସ୍ତର ବଢିବା କାରନ୍ତୁ ସ୍ଥିତି କଣ ହୋଇପାରେ ତାହା ସ୍ପଷ୍ଟ ଭାବେ ଆକଳନ କରି ହେଉଛି । ତେବେ ବନ୍ୟା ପାଣି ମାଡି ଆସୁ ଥିବାରୁ ଲୋକ ମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆ ଯାଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।