“ରାତିରେ ମୁଁ ସୁଟିଂରେ ଥିଲେ ପ୍ରିୟଙ୍କା ଦିଲ୍ଲୀରେ ଶୁଅନ୍ତିନି ..ମୁଁ ଘରେ ପହଞ୍ଚିଲେ ସେ ଶୁଅନ୍ତି ଏମିତି କିଛି ଖୁଲାସା କରିଲେ ଅଭିନେତା ରାଘବ

ନମସ୍କାର ବନ୍ଧୁଗଣ । ସୋସିଆଲ ମିଡିଆ ହେଉ କି ଟିଭି ହେଉ ସମସ୍ତଙ୍କର କ୍ରଶ ପାଲଟିଛନ୍ତି ଏବଂ ଝିଅ ମାନେ ତାଙ୍କ ପାଇଁ ଏବେ ଦିୱାନା । ସୋସିଆଲ ମିଡିଆରେ ସେ ବହୁତ ଫ୍ୟାମସ । ଏମିତିକି ଟିଭି ପରଦା ରେ ମଧ୍ୟ ଦର୍ଶକ ମାନେ ତାଙ୍କୁ ଦେଖିବାକୁ ଆଗ୍ରହୀ ହେଉଛନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା “ସିନ୍ଦୁରର ଅଧିକାର” ସିରିଏଲ ରେ ଅଭିନୟ କରୁଥିବା ରାଘବ ଓରଫ ପ୍ରଦୋଷ  ।

ତେବେ ପ୍ରଦୋଷ ଏକ ସାକ୍ଷାତ୍କାର ରେ ନିଜର ପ୍ରେମିକା ଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ପ୍ରଦୋଷ କହିଛନ୍ତି ଯେ “ୟୂଟ୍ଯୂବ ଖୋଲିବାକୁ ମୋର ବହୁତ ଇଚ୍ଛା ଥିଲା । ଯେବେ ମୁଁ ସିରିଏଲ କୁ ଗଲି ସେତେବେଳେ ମୋ ସାଙ୍ଗ ମାନେ କହିଲେ ତୁ ୟୂଟ୍ଯୂବ ଖୋଲେ କିଛି ଅସୁବିଧା ନାହିଁ । ତା ଛଡା ମୋ ପ୍ରେମିକା ମଧ୍ୟ କୁହନ୍ତି ୟୂଟ୍ଯୂବ ଆରମ୍ଭ କରିବାକୁ ସେଥିପାଇଁ ମୁଁ ଆରମ୍ଭ କରିଥିଲି ।

3 ମାସ ଲାଗିଗଲା ମୋର ଚ୍ଯାନେଲ 100k ହେବାକୁ । ରାଘବ ପ୍ରକୃତରେ ଇତି ପଛରେ ପଡି ନାହିଁ । କିନ୍ତୁ ସେମିତି କିଛି ବି ନାହିଁ । ବାସ ସିରିଏଲର ମୋଡ ସେମିତି ଚାଲିଛି । ରିୟଲ ଲାଇଫରେ ଦେଖିବାକୁ ଗଲେ ମୋ ଗାର୍ଲଫ୍ରେଣ୍ଡ ନାଁ ହେଉଛି ପ୍ରିୟଙ୍କା ରାଉତ । ମୁଁ ତାଙ୍କୁ ପିକୁ ବୋଲି ଡାକେ ପ୍ୟାର ସେ । ମୁଁ ତାଙ୍କ ପଛରେ ହିଁ ପଡିଛି । ସେ ବି ମୋତେ ବହୁତ ଭଲ ପାଆନ୍ତି ।

ଗୋଟେ ଗୋଟେ ଦିନ ମୋର ରାତିରେ ଶୁଟିଙ୍ଗ ରହିଯାଏ । କିନ୍ତୁ ପ୍ରେମିକା ମୋତେ ଅପେକ୍ଷା କରିଛନ୍ତି । ସେ ରାତିରେ ଶୁଅନ୍ତି ନାହିଁ । ଆମର ସମ୍ପର୍କ ହେଉଛି ଲଙ୍ଗ । ସେ ଦିଲ୍ଲୀ ରେ ରହୁଛନ୍ତି ଆଉ ମୁଁ ଏଠି ରହୁଛି । ତେଣୁ ବାଲାନ୍ସ କରିକି ପିକୁ ଏତେ ଭଲରେ ନେଉଛନ୍ତି ସେଥିପାଇଁ ମୁଁ ତାଙ୍କୁ ବହଜୁତ ସମ୍ମାନ କରେ । ମୁଁ ଶୁଟିଙ୍ଗ ରୁ ଫେରିବା ଯାଏଁ ସେ ଜମା ବି ସୋଇ ନ ଥାନ୍ତି ।

ମୁଁ ଫେରିବା ପରେ ସେ ରେଷ୍ଟ ନିଅନ୍ତି । ସେ କୁହନ୍ତି ତୁମେ ସୁରକ୍ଷିତ ଭାବେ ଘରକୁ ଆସ ତା ପରେ ମୁଁ ରେଷ୍ଟ ନେବି । ତାଙ୍କୁ ପାଇ ମୁଁ ବହୁତ ଲକି ଫିଲ କରୁଛି । ଆମର ରିଲେସନ 1 ବର୍ଷ ହେଲାଣି” ।