ଟ୍ରକ୍ ମାରିଦେଲା 10 ଜଣିଆ ପରିବାରର ମୁଖିଆଙ୍କୁ, ସମ୍ପୁର୍ଣ ଘଟଣା ଜାଣି ଆଖିରେ ଲୁହ ରହିବନି….

ହୁତୁ ହୁତୁ ହୋଇ ଜଳୁଛି ଟ୍ରକ । ଦେଖୁ ଦେଖୁ ନିଆଁ ସବୁ କିଛି ଛାରଖାର କରି ଦେଲା । ଏ ନିଆଁ ହେଉଛି ସାଧାରଣ ଲୋକଙ୍କର ରାଗ ର ନିଆଁ । କାହିଁକି ନା ଟ୍ରକ ଗୋଟେ ପରିବାର କୁ ଅନାଥ କରି ଦେଇଛି । 10 ଜଣିଆ ପରିବାରକୁ ପୋଷଣ କରୁଥିବା ଘରର ମୁରବି ଙ୍କୁ ମାରି ଦେଇଛି । ତେଣୁ ରାଗ ରେ ଟ୍ରକ କୁ ଜାଲି ଦେଇଛନ୍ତି ଉତ୍ୟକ୍ତ ଲୋକେ । ହଁ ଦର୍ଶକ ବନ୍ଧୁ ବୁଧବାର ଅପରାହ୍ନ ପ୍ରାୟ 5ଟା ହେବ ।

ବଲାଙ୍ଗୀର ଉପକଣ୍ଠ ଖମାନମୁଣ୍ଡା ଗାଁ ର 56 ବର୍ଷୀୟ ରବି ନାରାୟଣ ନନ୍ଦ ନିଜ କାମ ସାରି ବଲାଙ୍ଗୀର ସହର ରୁ ଗାଁ କୁ ଫେରୁଥିଲେ । କିନ୍ତୁ ରବି ଜାଣି  ଥିଲେ ରାସ୍ତା ରେ ଜଗି ଆସିଥିଲା ଯମ । ମାଧିଆପଲି ଛକ ନିକଟରେ ହଠାତ ରବି ଙ୍କୁ ଏକ ଦଶ ଚକିଆ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିବା ହେଲେ ଘଟଣା ସ୍ଥଳରେ ତାଙ୍କର ଜୀବନ ଚାଲିଗଲା ।

ମୃତ ରବି ଙ୍କ ଘରେ ବୁଢା ବାପା, ବିଧବା ଭାଇ ବୋହୁ, ସ୍ତ୍ରୀ, ପୁଅ, ଝିଅ ଅବୁ ଅଛନ୍ତି । ଆଉ ସମସ୍ତଙ୍କ ପେଟ ପୋଷିବାକୁ ବଲାଙ୍ଗୀର ସହରରେ ଏକ ଛାପାଖାନା ରେ  କାମ କରୁଥିଲେ ରବି । ହେଲେ ସବୁ ଆଶା ସ୍ଵପ୍ନ କୁ ଛାରଖାର କରି ଦେଲା ଟ୍ରକ । ଗୋଟେ ଝଟକା ରେ ପରିବାରର ମୁଖିଆ ନ ଜୀବନ ନେଇଗଲା ଟ୍ରକ । ଦୁର୍ଘଟଣା ପରେ ଫେରାର ମାରୁଥିଲା ଟ୍ରକ ଡ୍ରାଇଭର ।

ହେଲେ ସ୍ଥାନୀୟ ଲୋକେ 200 କିମି ଯାଏଁ ଡ୍ରାଇଭର କୁ ଗୋଡାଇବାରୁ ଟ୍ରକ ଛାଡି ଫେରାର ମାରିଥିଲା ଡ୍ରାଇଭର । କିନ୍ତୁ ଉତ୍ୟକ୍ତ ଲୋକେ ଟ୍ରକ ରେ ନିଆଁ ଲଗାଇ ଦେଇଥିଲେ । ଆଉ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପାଖା ପାଖି 4 ଘଣ୍ଟା ରାସ୍ତା ବନ୍ଦ ହୋଇଥିଲା । ପ୍ରଶାସନ ବୁଝାସୁଝା କରିବା ପରେ ରାସ୍ତା ଜାମ ହଟିଥିଲା ।

ହେଲେ ନୋ ଏଣ୍ଟ୍ରି ସମୟରେ କିପରି ଛତିଶଗଡ ଟ୍ରକ ସହର ଭିତରକୁ ଆସିଲା ତାହାକୁ ନେଇ ଉଛିଛି ପ୍ରଶ୍ନ । ବଲାଙ୍ଗୀର ସହର ଦେଇ 2ଟି ରାଜପଥ ଯାଇଛି । ଆଉ ସେଥିରେ ପ୍ରତି ଦିନ ଦୁର୍ଘଟଣା ହେଉଛି । ତେଣୁ ସକାଳ 6 ରୁ ରାତି 12 ତା ଯାଏଁ ସହରକୁ ଭାରି ଜାଣ ର ପ୍ରବେଶ ଉପରେ କଟକଣା ରହିଛି । ହେଲେ କଟକଣା କୁ ମାନି ନାହାନ୍ତି ଗାଡି ଚାଳକ ।

ଏମିତିକି ପୋଲିସ କୁ ଟଙ୍କା ଦେଇ ଗାଡି ସହର ଭିତରକୁ ପ୍ରବେଶ କରୁଥିବା ଅଭିଯୋଗ ହେଉଛି । ସେପଟେ ଭିଡ କମାଇବାକୁ ବାଏ ପାସ କାମ ଚାଲିଛି । ହେଲେ ତାହା ମନ୍ଥର ଗତିରେ ଚାଲି ଥିବାରୁ ତୁରନ୍ତ ରାସ୍ତା କାମ ସାରିବାକୁ ଦାବି ଜୋର ଧରିଛି । ସେପଟେ ତହସିଲଦାର କହିଛନ୍ତି ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଉପରେ କଡା କାର୍ଜ୍ଯାନୁଷ୍ଠାନ ନିଆଯିବ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।