ବାପା ପାଇଁ ପୁଅର ଚିଠି, ପୁଅ ଲେଖିଛି ୬୦ ଟଙ୍କା ଟେବୁଲ ଉପରେ ରଖିଦେଇଛି, ମୁଁ ସବୁଦିନ ପାଇଁ ଯାଉଛି…

ପରିବାରରେ ଯେମିତି ଦୁଃଖ ର ବାଦଲ ଖେଳି ଯାଇଛି । 60 ଟଙ୍କା ଚୋରୀ କରି ଥିବାରୁ ବାପା ଗାଳି କରିଥିଲେ ପୁଅ । ଆଉ ଶେଷରେ ପୁଅ ଜୀବନ ହାରି ଦେଲା । ହଁ ଦର୍ଶକ ବନ୍ଧୁ ଏ କଥା ଟି ଜାଣିବା ପରେ ନିଶ୍ଚୟ କାହାର ବି ଛାତି ଫାଟି ଯାଉଥିବ । କିନ୍ତୁ ଏହି କଥା ଟି ସତ । ଆଜି ପରିବାର ଲୋକେ ବି କାନ୍ଦୁ ଛନ୍ତି । ବାପାଙ୍କ ପକେଟ ରୁ ମାତ୍ର 6 0 ଟଙ୍କା ଚୋରୀ କରିଥିଲା ଦଶମ ଶ୍ରେଣୀ ରେ ପାଠ ପଡୁଥିବା ପୁଅ ଟି ।

ହେଲେ ବାପା ଗାଳି ଦେବାରୁ ଜୀବନ ହାରି ଦେଲା । ଏହି ଘଟଣା ଟି ଘଟିଛି ଜଗତସିଙ୍ଘପୁର ସଦର ଥାନା ଅନ୍ତର୍ଗତ କାଲୁପଡା ଅଞ୍ଚଳରେ । ଦଶମ ଶ୍ରେଣୀ ରେ ପାଠ ପଢୁଥିବା 15 ବର୍ଷର ପ୍ରଦ୍ଯୁମ୍ନ ରାଉତ ଘରେ ଏକା ଥିବା ବେଳେ ଜୀବନ ହାରି ଦେଇଛି । ତେବେ ପ୍ରଦ୍ୟୁମ୍ନ ର ବାପା ପ୍ରକାଶ ରାଉତ, ମା ଙ୍କ ନାଁ ରଶ୍ମୀ ରେଖା ମହାପାତ୍ର । ଉଭୟ ହେଉଛନ୍ତି ସରକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ।

ପ୍ରଦ୍ଯୁମ୍ନ ତାଙ୍କର ଏକମାତ୍ର ପୁଅ ଥିଲେ । ପୁଅକୁ ଭଲ ପାଠ ପଢାଇବା ପାଇଁ ବାପା ମା ବାଲିକୁଦା ବ୍ଲକ ର ପୈତୃକ ସମ୍ପତି ଛାଡି ଦେଇ ଜଗତସିଙ୍ଘପୁର ର କାଲୁପଡା ଠାରେ ରହୁଥିଲେ । ପୁଅ କୁ ଅଧିକ ଗେଲହା କରୁଥିବା ବେଳେ ସବୁ ଅଳି ଅଝଟ ବୁଝୁଥିଲେ ବାପା । ଆଉ ସବୁ ଜିଦି ପୁଅର ପୂରଣ ମଧ୍ୟ କରୁଥିଲେ । ମାତ୍ର ପୁଅ ବାପା ପକେଟ କୁ ମାତ୍ର 60 ଟଙ୍କା ଚୋରୀ କରିବାରୁ ବାପା ପୁଅକୁ ଆକଟ କରିଥିଲେ ।

ଫଳରେ ଗତ କାଲି ପୁଅ କୌଣସି କାରଣ ପାଇଁ ସ୍କୁଲ ଯାଇ ନ ଥିଲା । ଦେହ ଭଲ ନାହିଁ କହି ପୁଅ ଘରେ ରହିଥିଲା । ବାପା ମା ନିଜ ନିଜ ସ୍କୁଲକୁ ଯାଇଥିଲେ । ଆଉ ପୁଅ ପ୍ରଦ୍ଯୁମ୍ନ ଶେଷ ଚିଠି ଟି ଲେଖି ଦେଇ ଜୀବନ ହାରି ଦେଲେ । ଆଉ ଅଭିମାନ କରି ଲେଖି ଦେଇଛି ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି । ମୁଁ ପକେଟ ରୁ ଚୋରୀ କରିଥିବା ବଳକା ପଇସା ତେବଳ ଉପରେ ରଖିଛି ।

ମୁଁ ସବୁ ଦିନ ପାଇଁ ଚାଲି ଯାଉଛି । ପ୍ରଦ୍ଯୁମ୍ନ ଙ୍କର ଶେଷ ଚିଠି କୁ ପଢିବା ପରେ କୋହ ସମ୍ଭାଳି ପାରୁ ନାହାନ୍ତି ଉଭୟ ବାପା ମା । ହେଲେ ଆଉ ସେ ଦୁନିଆରେ ନାହାନ୍ତି । ଏହି ଘଟଣା ପରେ ସାରା ଅଞ୍ଚଳରେ ଶୋକ ର ବାଦଲ ଖେଳି ଯାଇଛି । ସତରେ ଏହି ଘଟଣା ଟି ଅତ୍ୟନ୍ତ ହୃଦୟ ବିଦାରକ । ବାପା ର ସାମାନ୍ୟ ଗାଳି ପାଇଁ ଆଜି ପୁଅ ଜୀବନ ହାରି ଦେଇଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।