ଲୁଚି ଲୁଚି ଆସୁଥିଲା । ଲୋକଙ୍କ ଆଖି ଆଗରେ ଗୋଟା ଗୋଟା କରି ନେଇ ଯାଉଥିଲା । ଆଉ ତା ଆଖି ଆଗରେ ଯାହା ପଡୁଥିଲା ସବୁ କିଛି ନେଇ ପଳାଉ ଥିଲା । ଘର ଠାରୁ ଦୋକାନ ଯାହା ତା ଆଖି ଆଗରେ ପଡୁଥିଲା ସବୁ କିଛି ନେଇ ପଳାଉ ଥିଲା । ହଁ ଦର୍ଶକ ବନ୍ଧୁ ଆଉ ବଡ ବଡ ଘରର ତାର ଟାର୍ଗେଟ ହେଉଥିଲା । ସବୁ କିଛି ଲୁଟି ନେଇ ତାଙ୍କୁ ଦାଣ୍ଡର ଭିକାରି କରି ଦେଉଥିଲା । ନା ସେ କାହାକୁ ଡରୁଥିଲା ନା କାହାକୁ ଭୟ କରୁଥିଲା ।

ନିର୍ଭୟ ସହ ଘରେ ପଶି ମୁଣ୍ଡରେ ଗାମୁଛା ବାନ୍ଧି ଚୋରୀ କରୁଥିଲା । କିଛି ସମୟ ଭିତରେ ଘରେ କଳା କନା ବୁଲାଇ ଦେଉଥିଲା । ଆଉ ଆଜି ସେହି ଚୋର କୁ ଧରିଛନ୍ତି ସ୍ଥାନୀୟ ଲୋକେ । ଆଉ ତା ପରେ ଚୋର ସହ ଏମିତି କିଛି କରିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକେ ମାନେ ଚୋର ସହ କଣ କରିଛନ୍ତି ତାହା ଆପଣ ମାନେ ଏହି ଭିଡିଓ ଜରିଆରେ ଦେଖି ପାରିବେ ।
ଚୋର କୁ ମାରିବା ବଦଳରେ ତାର ବେକରେ ଜୋତା ମାଳ ଦେଇ କାନ୍ଧରେ ଚୋରୀ କରିଥିବା ଜିନିଷ କୁ ରଖିକି ରାସ୍ତା ରେ ବୁଲାଇଲେ । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ । ଚୋର ଟି ଘର ଘର ବୁଲି ଲୋକଙ୍କ ଘରୁ ପାଣି ପମ୍ପ, ପାଣି ମୋଟୋର ଚୋରୀ କରୁଥିଲା । ଆଉ ସେହି ଚୋର କୁ ଧରି ବାନ୍ଧିବା ପରେ ଚପଲ ମାଳ ପିନ୍ଧାଇ ରାସ୍ତା ରେ ବୁଲାଉଛନ୍ତି ଲୋକେ ।

ଏହି ଘଟଣାଟି ଗତ 4 ଦିନର ତଳର କୁହା ଯାଉଥିବା ବେଳେ ପିପିଲି NAC-2 ନମ୍ବର ଅଞ୍ଚଳରେ ଥିବା ଏକ ଗାଡି ସୋ ରୁମରେ ରାତିରେ ପାଣି ପମ୍ପ ଚୋରୀ ହୋଇଥିଲା । ସିସିଟିଭି ରେ ଚୋରୀ କରିବା ପାଇଁ ଚୋର ଉକ୍ତ ସୋ ରୁମରେ ପଶି ଚୋରୀ କରି ଥିବାର ଜଣା ପଡିବା ପରେ ସ୍ଥାନୀୟ ଲୋକେ ଚୋରକୁ ଧରି ଚପଲ ମାଳ ପିନ୍ଧାଇ ପାଣି ପମ୍ପ କୁ ମୁଣ୍ଡରେ ରଖିକି ରାସ୍ତାରେ ବୁଲାଇ ଥିଲେ ।
ଏମିତିକି ଚୋର ସହ ସେଲଫି ନେଇଥିବାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି । ପିପିଲି ପୋଲିସ ପାଖରେ କିନ୍ତୁ ଏହି ଘଟଣାକୁ ନେଇ କୌଣସି ଖବର ନାହିଁ । ତେବେ ଚୋରୀ କରିଥିବା ପିଲା କୁ ଉଚିତ ଶିକ୍ଷା ମିଳିଛି କହିଲେ କିଛି ବି ଭୁଲ ହେବନି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।