ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମାଜରେ ନାରୀ ଓ ପୁରୁଷ ଉଭୟ ରହିଥାନ୍ତି । ଆମେ ପ୍ରାୟତଃ ସବୁବେଳେ ନାରୀ ମାନଙ୍କ ଉପରେ ଅଧିକାଂଶ ଭାବରେ ଆଲୋଚନା କରିଥାଉ । ହେଲେ ଆଜି ଆପଣ ମାନେ ପୁରୁଷ କେତେ ଜାତିର ଅଟନ୍ତି । ସେମାନଙ୍କ ଉପରେ ଅଧିକରୁ ଅଧିକ ଚାଲନ୍ତୁ ଆଲୋଚନା କରିବା । ପୁରୁଷ ୪ ଜାତିର ଅଟନ୍ତି । ପ୍ରଥମେ ହେଉଛି ଶଶକ ପୁରୁଷ । ଏହି ପୁରୁଷ ମାନଙ୍କର ବଚନ ମଧୁର ଅଟେ ।

ଏମାନେ ଅଧିକ ଡେଙ୍ଗା କି ଗେଡା ମଧ୍ୟ ହୋଇନଥାନ୍ତି ।ଏହି ଜାତିର ପୁରୁଷ ମାନେ ଆଧ୍ୟାତ୍ମିକ ଭାବର ହେବା ସହ ସତସଙ୍ଗ ପ୍ରିୟ ହୋଇଥାନ୍ତି । ପରୋପକାରୀ ମଧ୍ୟ ହୋଇଥାନ୍ତି । ଏହି ପୁରୁଷ ମାନେ ପର ସ୍ତ୍ରୀ ପ୍ରତି ଆକୃଷ୍ଠ ନୁହନ୍ତି । ଶଶକ ଜାତିର ପୁରୁଷ ପଦ୍ମିନୀ ଜାତିର ମହିଳାଙ୍କୁ ହିଁ ବିବାହ କରିବା ଉଚିତ ।
ଦିତୀୟରେ ମୃଗ ପୁରୁଷ । ଏହି ଜାତିର ପୁରୁଷ ମାନେ ଦୀର୍ଘାକାୟ ତ ହୋଇଥାନ୍ତି, ହେଲେ ଏମାନଙ୍କ ଶରୀର କୋମଳ ହୋଇଥାନ୍ତି । ଏମାନେ ନାଚ, ଗୀତର ପ୍ରିୟ ହୋଇଥାନ୍ତି ।ଗୁରୁଜନ ମାନଙ୍କ ପ୍ରତି ମଧ୍ୟ ଏମାନଙ୍କ ମନରେ ଶ୍ରଦ୍ଧା ଭାବବା ରହିଥାଏ । ମୃଗ ଜାତିର ପୁରୁଷ ଚିତ୍ରିଣୀ ନାରୀ ମାଙ୍କୁ ବିବାହ କରିବା ଦ୍ଵାରା ଏମାନଙ୍କର ଦାମ୍ପତ୍ୟ ଜୀବନ ବହୁତ ଭଲ ରହିଥାଏ ।

ତୃତୀୟରେ ବୃଷ ଜାତିର ପୁରୁଷ । ଏହି ଜାତିର ପୁରୁଷ ମାନେ ଦେଖିବାକୁ ବହୁତ ସୁନ୍ଦର ତଥା ଆକର୍ଷଣୀୟ ହୋଇଥାନ୍ତି । ଏମାନଙ୍କ ପାଖରେ ଭଲ ଗୁଣ ମଧ୍ୟ ରହିଥାଏ । ଏମାନଙ୍କର ଜିଭ ସାମାନ୍ୟ ବଡ ହେବ ସହ ପାଦ ୨ ଟି ଶରୀର ଅପେକ୍ଷାକୃତ ଛୋଟ ହୋଇଥାଏ । ଏହି ଜାତିର ପୁରୁଷ ମାନେ ନାରୀ ମାନଙ୍କୁ ଦେଖିବା ମାତ୍ରେ ଖୁସି ହେବା ସହ ନିର୍ଲଜ ପ୍ରକୃତିର ପୁରୁଷ ଏହି ବୃଷ ଜାତିର ଅଟନ୍ତି ।
ଏମାନେ ନାରୀ ସହ ସହବାସ କରିବାକୁ ସବୁବେଳେ ସ୍ଵପ୍ନ ଦେଖିଥାନ୍ତି । ବୃଷ ଜାତିର ପୁରୁଷ ମାନେ ଶଙ୍ଖିନୀ ଜାତିର ମହିଳା ମାନଙ୍କୁ ବିବାହ କଲେ ହିଁ ସନ୍ତୁଷ୍ଠ ହୋଇଥାନ୍ତି । ଚତୁର୍ଥ ଜାତିର ପୁରୁଷ ହେଉଛନ୍ତି ଅଶ୍ଵ ଜାତିର ପୁରୁଷ । ଏହି ଜାତିର ପୁରୁଷ ମାନେ ନିର୍ଭୀକ ହେବା ସହ ଏମାନେ ସର୍ବଦା କୁକାର୍ଯ୍ୟରେ ଲୀପ୍ତ ରହିଥାନ୍ତି । ଏମାନେ କ୍ରୋଧୀ ସ୍ଵଭାବର ହେବା ସହ ସର୍ବଦା ପର ନିନ୍ଦା କରିଥାନ୍ତି ।

ପର ନାରୀ ମାନଙ୍କ ପ୍ରତି ତାଙ୍କ ମନରେ ଲାଳସା ଭାବ ରହିଥାଏ । ଅଶ୍ଵ ଜାତିର ପୁରୁଷ ମାନେ ହସ୍ତିନୀ ଜାତିର ପୁରୁଷ ମାନଙ୍କୁ ବିବାହ କରିବା ଦ୍ଵାରା ସନ୍ତୁଷ୍ଠୀ ଲାଭ କରିଥାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ