ଦୁର୍ଘଟଣା ପରେ କୁହା ଯାଇଥିଲା ପ୍ରମାଣ ନଷ୍ଟ କରିବାକୁ । ଖସି ଯିବା ପାଇଁ କରି ଚାଲିଥିଲେ ଉଦ୍ୟମ । କିଏ ସେ କାରପଟାଦାର ଯିଏ ରଚିଥିଲା ଏମିତି କାଣ୍ଡ ? ହଁ ଦର୍ଶକ ବନ୍ଧୁ ଦିନକୁ ଦିନ ଗୋଟେ ପରେ ଗୋଟେ ରହସ୍ୟ ଖୋଲିବାରେ ଲାଗିଛି ବାହନଗା ରେଳ ଦୁର୍ଘଟଣା ଉପରୁ । ଯେଉଁ ସବୁ ରହସ୍ୟ ଗୋଟେ ବଡ ଦୁର୍ଘଟଣା ଆଡକୁ ଟାଣି ନେଉଛି । ସିବିଆଇ ମଧ୍ୟ ଏହି ସବୁ ରହସ୍ୟ ଜାଣି ଆଶ୍ଚର୍ଯ୍ୟ ହେଲାଣି ।

ସିବିଆଇ କହୁଛି ଏତେ ବଡ ଷଡଯନ୍ତ୍ର ହେଲା କେହି କିଛି ସୁରାଗ ପାଇଲେ ନାହିଁ କେମିତି ? ଆଉ ଏବେ ସାମ୍ନା କୁ ଆସିଛି ପ୍ରମାଣ ନଷ୍ଟ କରିବାର ସତ । ଖସିଯିବା ପାଇଁ କରିଥିଲେ 3 ଜଣ ଅଭିଯୁକ୍ତ ପ୍ରମାଣ ନଷ୍ଟ । ଦୁର୍ଘଟଣା ପରେ ପ୍ରାଥମିକ ତଦନ୍ତ ରୁ ଜଣା ପଡିଥିଲା କି ସିଗନାଲ ତ୍ରୁଟି ପାଇଁ ହୋଇଥିଲା ବାହନଗା ଦୁର୍ଘଟଣା । ପୁଣି ସିଗନାଲ ପାଇଁ ଟ୍ରେନ ଟି ଲୁଫ ଲାଇନ କୁ ଚାଲି ଆସିଥିଲା ।
ଯାହା ପାଇଁ ପୂର୍ବରୁ ଛିଡା ହୋଇଥିବା ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା କରମଣ୍ଡଲ । ହେଲେ କଣ ପାଇଁ ଏହି 3 ଅଭିଯୁକ୍ତ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଏବଂ ଏହା ପଛରେ କଣ ରହିଥିଲା ଷଡଯନ୍ତ୍ର ? କେହି ଜାଣି ଜାଣି ଏହି ଦୁର୍ଘଟଣା ଘଟାଇଥିଲା ନା କାହା ନିର୍ଦ୍ଦେଶରେ ହୋଇଥିଲା ଏହି ଦୁର୍ଘଟଣା ଯାହାର ସତ ଖୋଜୁଛି ସିବିଆଇ ।

ମୁଁ କହୁଛି ପ୍ରମାଣ ନଷ୍ଟ କରି ଦିଅ ଏହି ନିର୍ଦ୍ଦେଶ କିଏ ଦେଇଥିଲେ ସିନିୟର ଇଞ୍ଜିନିୟର ସେକ୍ସନ ଅରୁଣ କୁମାର ମହାନ୍ତି, ସେକ୍ସନ ଇଞ୍ଜିନିୟର ମହମଦ ଅମିର ଖାନ ଓ ଟେକଶିଆନ ପପୁ କୁମାର ଙ୍କୁ । ଯାହା ପରେ ସବୁ ପ୍ରମାଣ ନଷ୍ଟ କରିବାକୁ ଲାଗି ପଡିଥିଲେ 3 ଜଣ । ସବୁଠାରୁ ବଡ କଥା ହେଉଛି ଜେରା ସମୟରେ ଅନ୍ୟ ବରିଷ୍ଠ କର୍ମଚାରୀ ଙ୍କ ନାଁ ମଧ୍ୟ ସାମନାକୁ ଆସିଛି ।
ଯେଉଁ ମାନେ ଏହି ଦୁର୍ଘଟଣାରେ ଯୋଡି ହୋଇ ରହିଛନ୍ତି । ଆଉ ଯାହାଙ୍କ ନିର୍ଦ୍ଦେଶରେ ହୋଇପାରେ ଏହି ଦୁର୍ଘଟଣା । ସେମାନଙ୍କ ନାଁ ଆସିବା ପରେ ନୋଟିସ ପଠାଇ ଜେରା କରିବ ସିବିଆଇ । 2 ଜଣଙ୍କ ଆଖକୁ ସିବିଆଇ ନୋଟିସ ପଠାଇ ସାରିଛି । ଆଉ ଜେରା ହେଲା ପରେ ବାହାନଗା ଦୁର୍ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କିଏ ଥିଲା ? ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।