ଧିକ ଏମିତି ପୁଅକୁ, ମୋର ଏମିତି ପୁଅ ଦରକାର ନାହିଁ, କିଛି ଏମିତି କହି କାନ୍ଦି ପକାଉଛି ମା…

ଆଖି ନୁହେଁ ଅନ୍ତର କାନ୍ଦୁଛି । ଏଠି ମା ନୁହେଁ ମା ର ମମତା କୁ ଧୋକା ମିଳିଛି । ଯେଉଁ ପୁଅକୁ 10 ମାସ ଗର୍ଭରେ ଧାରଣ କରି ମା ଦୁନିଆକୁ ଆଣିଥିଲା ସେହି ପୁଅ 10 ବର୍ଷ ହେଲା ଯମ ଯନ୍ତ୍ରଣା ଦେଉଛି । ଏମିତି କଣ ହେଲା ଯେ ବୁଢୀ ମା କୁ ଆଜି ଥାନା କୁ ଆସିବାକୁ ପଡିଲା । ଏମିତି କଣ ହେଲା ଯେ ଜନ୍ମ କରିଲା ମା କାନ୍ଦି କାନ୍ଦି ପୁଅକୁ ତେଜ୍ୟପୁତ୍ର କରିବାକୁ ଗୁହାରି କରୁଛି । କାରଣ ଜାଣିଲେ ଆପଣଙ୍କ ଆଖି ରୁ ବି ଲୁହ ଗଡି ଆସିବ ।

ଆଉ ସେହି ଆମ ର ଦୁଃଖ କାହାଣୀ ଶୁଣିଲେ ଆପଣ କହିବେ ଏମିତି ପୁଅ ମୋର ଦରକାର ନାହିଁ । ହଁ ଦର୍ଶକ ବନ୍ଧୁ ବଲାଙ୍ଗୀର ଥାନା ପରିସରରେ କାନ୍ଦି କାନ୍ଦି ଆସିଥିବା ଏହି ବୟସ୍କ ମହିଳା ଜଣକ ହେଉଛନ୍ତି ଚନ୍ଦ୍ରଶେଖର ନଗରପଡା ରେ ସୌଦାମିନୀ ବେହେରା । ସେ ଜଣେ ଶିକ୍ଷୟତ୍ରୀ ଟିଏ । କିନ୍ତୁ ଏବେ ଅବସର ନେଲେଣି । ଅନେକ ପିଲାଙ୍କର ଭବିଷ୍ୟତ ସେ ଗଢିଛନ୍ତି । ହେଲେ ନିଜ ଘରେ ତାଙ୍କ ପୁଅ ତାଙ୍କୁ ଯନ୍ତ୍ରଣା ଦେଉଛି ଆଉ ମମତା ହାରି ଯାଇଛି ।

ତାଙ୍କ ସ୍ଵାମୀ ବ୍ୟାଙ୍କରେ ଚାକିରି କରୁଥିଲେ । ସ୍ବାମୀଙ୍କ ମୃତ୍ୟୁ ପରେ 10 ବର୍ଷ ହେଲା ପୁଅ ବୋହୂ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଛନ୍ତି । ମାରପିଟ ଗାଳି ଗୁଲଜ ସହ ଜୀବନରୁ ମାରି ଦେବାକୁ ବାରାମବାର ଧମକ ଦେଉଛନ୍ତି ପୁଅ ବୋହୂ । 10 ମାସ ଗର୍ଭ ର ରୁଣ ପୁଅ ଏମିତି ସୁଝିବ ବୋଲି ଜାଣିଥିଲେ ହୁଏ ତ ମା ସୌଦାମିନୀ ଦୁନିଆକୁ ଆଣି ନ ଥାନ୍ତେ ।

ଗତ 10 ବର୍ଷ ହେଲାଣି ସୌଦାମିନୀ ପୁଅ ବୋହୂ ଙ୍କ ହାତରୁ ଅନେକ ଥର ମାଡ ଖାଇଲେଣି । ହେଲେ ଏ ମାଡ ଗର୍ଭ ରେ ଥିବା ପୁଅ ର ମାଡ ଠାରୁ ସଂପୂର୍ଣ୍ଣ ଭିନ୍ନ । ବୟସର ଅପରାହ୍ନ ରେ ପୁଅ ସଇତାନ ସଜାଇବ ବୋଲି ସ୍ଵପ୍ନ ରେ ସୁଧା ଭାବି ନ ଥିଲେ ମା ସୌଦାମିନୀ । କିନ୍ତୁ ଏବେ ତ ସବୁ ସୀମା ଟପି ଗଲା । ସୌଦାମିନୀ ଙ୍କ ନିଜ ଘରୁ ତାଙ୍କୁ ତଡି ଦେଇଛନ୍ତି ପୁଅ ବୋହୂ ।

କୁଆଡେ ଯିବେ କେଉଁଠି ଆଶ୍ରୟ ନେବେ ବୋଲି ସେ ତାହାନର ଦ୍ଵାରସ୍ଥ ହୋଇଛନ୍ତି । ପୁଅ କୁ ତେଜ୍ୟପୁତ୍ର କରିବାକୁ ସେ ଗୁହାରି କରୁଛନ୍ତି । ସୌଦାମିନୀ ଓ ତାଙ୍କ ସ୍ଵାମୀ କଠିନ ପରିଶ୍ରମ କରି ତିଆରି କରିଥିବା ଘର ଉଭୟ ପୁଅ ବୋହୂ ର ଲୋଲୁପ ଦ୍ରୁଷ୍ଟି ପଡିଛି । ସମ୍ପତି ର ମାଲିକାନା ଦେବାକୁ ଚାପ ପକାଉଛନ୍ତି ପୁଅ ବୋହୂ ।

ସାମାନ୍ୟା ସମ୍ପତି ପାଇଁ ଯଦି ଜନ୍ମ କରିଲା ମା ର ମମତା କୁ ନିଜ ସଂସ୍କାର କୁ ପୁଅ ଭୁଲି ଯାଉଛି ସେଠାରେ ପର ଘରୁ ଆସିଥିବା ବୋହୂ କୁ ବା କିଏ କଣ କହିବ । ତେବେ ଏହା ଥିଲା ସୌଦାମିନୀ ଙ୍କ କରୁଣ କାହାଣୀ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।