ଦର୍ଶକ ବନ୍ଧୁ ଏ ଭିଡିଓ ରେ ଦୃଶ୍ୟମାନ ହେଉଥିବା କୁନି ଝିଅ ଉପରେ ଥରେ ନଜର ପକାନ୍ତୁ । ମନ ଦେଇ ସ୍କୁଲରେ ପାଠ ପଡୁଛି । ଆଉ ଖେଳ ଛୁଟି ହେଲେ ସହପାଠୀଙ୍କ ସହ ଖେଳୁଛି । କଥା ମାନେ ଜମା ବି ଦୁଷ୍ଟ ହୁଏନି । କିନ୍ତୁ ମଧ୍ୟାହ୍ନରେ ଖାଇବା ଟାଇମ ହେଲେ ଶିକ୍ଷୟତ୍ରୀଙ୍କ ନାକରେ ପାଣି ପିଆଇ ଦିଏ । ଆଗରେ ପଛରେ ଯେତେ ଦୌଡିଲେ ଧରା ଦିଏ ନାହିଁ । ଏହାର କାରଣ ହେଉଛି କୁନି ଝିଅ ଟି ଭାତ ଖାଇବା ନାହିଁ ବୋଲି ଜିଦି କରେ ।
କାରଣ ଜନ୍ମ ରୁ ଆଜି ଯାଏଁ ଭାତ ରୁଟି କଣ ସେ ସ୍ଵାଦ ଜାଣିନି । ଭିଡ ଭିତରେ ସଂପୂର୍ଣ୍ଣ ଭିନ୍ନ ଏ ବିସ୍ମୟ ବାଳିକାର ନାମ ହେଉଛି ଲକ୍ଷ୍ମୀ ପ୍ରିୟା । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଚର୍ତୁଭୁଜପୁର ଗାଁ ର କମଳିନୀ ମାହିଙ୍କ ଙ୍କ ସାନ ଝିଅ ହେଉଛନ୍ତି ଲକ୍ଷ୍ମୀପ୍ରିୟା । ତାଙ୍କର ବୟସ ମାତ୍ର 10 ବର୍ଷ । ଜନ୍ମ ରୁ ଆଜି ଯାଏଁ ସେ ଭାତ କି ରୁଟି ର ଟେଷ୍ଟ କଣ ଜାଣି ନାହିଁ ।
ଦୀର୍ଘ 10 ବର୍ଷ ହେଲା କେବଳ ମୁଢି ଖାଇ ବଞ୍ଚିଛି ଲକ୍ଷ୍ମୀ । ସମସ୍ତେ ଚେଷ୍ଟା କରି ବି ତାକୁ କେହି ବି ଭାତ ଖୁଆଇ ପାରିଲେ ନାହିଁ । ମା କ୍ଷୀର ଛାଡିବା ପର ଠାରୁ ହିଁ ଭାତ ପ୍ରତି ବିମୁଖ ହୋଇ ମୁଢି ଓ ବିସୂତ କୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରିଛି ଲକ୍ଷ୍ମୀ । ଗରିବ ଓ ଟଙ୍କା ଅଭାବରୁ ମୁଢି କିଣି ଯୋଗାଇ ପାରନ୍ତି ନାହିଁ ମା । ସେତେବେଳେ ଭୋକାରେ ଆଉଟୁ ପାଉଟୁ ହେଲେ ବି ଲୁଣ ପାଣି କି ଚିନୀ ପାଣି ପିଇ ସୋଇପଡେ ଲକ୍ଷ୍ମୀ ।
କିନ୍ତୁ ଭାତରେ ହାତ ଲଗାଏ ନାହିଁ । ସତ ଚେଷ୍ଟା ପରେ ବି ଲକ୍ଷ୍ମୀ ଙ୍କ ଆଗରେ ହାର ମାନି ନେଇଛନ୍ତି ତାଙ୍କ ମା ଓ ପ୍ରିୟଜନ । ଲକ୍ଷ୍ମୀ ଚର୍ତୁଭୁଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଚତୁର୍ଥ ଶ୍ରେଣୀ ରେ ପାଠ ପଢେ । ତାର ଏଭଳି ବ୍ୟବହାର ଦେଖି ସ୍କୁଲର ଶିକ୍ଷୟତ୍ରି ମାନେ ତାକୁ ଅନେକ ଥର ଭାତ ଖୁଆଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ।
ଶେଷରେ ମାଧ୍ୟଞ୍ଜ ଭୋଜରେ ଲକ୍ଷ୍ମୀ କୁ ମୁଢି ସହ ତରକାରି ବା ବିସ୍କୁଟ ଦେବାର ବ୍ୟବହାର କରାଯାଇଛି । ସୁଲରେ ଲକ୍ଷ୍ମୀ ପାଇଁ ମୁଢି ପ୍ଯାକେଟ ସବୁବେଳେ ମଜହୁଦ ଥାଏ । ସେପଟେ 10 ବର୍ଷର କୁନି ଖାଲି ମୁଢି ଖାଉଥିବା ତାର ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ଅଛନ୍ତି ମା । ଆଉ ଅନେକ ଥର ଡାକ୍ତର ଙ୍କ ପାଖକୁ ଯାଇ କହିଛନ୍ତି ।
କିନ୍ତୁ ଡାକ୍ତର ଲକ୍ଷ୍ମୀ କୁ ସଂପୂର୍ଣ୍ଣ ସୁସ୍ଥ ବୋଲି କହିକନ୍ତି । ଓଡିଆ ଙ୍କ ମୁଖ୍ୟ ଖାଦ୍ଯ ଭାତ କି ରୁଟି ନ ଖାଇ ସୁସ୍ଥ ଜୀବନ ବିତାଉଛି ଲକ୍ଷ୍ମୀପ୍ରିୟା । ତାର ଏଭଳି ଖାଦ୍ଯ ଅଭ୍ୟାସକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ବନ୍ଧୁଗଣ ଆପଣ ମାନଙ୍କୁ ଲକ୍ଷ୍ମୀପ୍ରିୟା ଙ୍କର ଏଭଳି ଖାଦ୍ୟ ଶୈଳୀ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।