ଟାଇଟେନିକ ଦେଖିବାକୁ ଯାଇଥିଲେ ପାକିସ୍ତାନର ବିଶିଷ୍ଟ ବ୍ୟକ୍ତି ସେହାଜାଦା ଦାଉଦ ଓ ତାଙ୍କ ପୁଅ ସୁଲେମାନ କିନ୍ତୁ ଚାଲିଗଲା ଦୁହିଙ୍କର ଜୀବନ

ବନ୍ଧୁଗଣ ଟାଇଟନ ରେ ଯାଇଥିଲେ ଟାଇଟେନିକ ଜାହାଜ ଦେଖି ହେଲେ ସମୁଦ୍ରରେ ଲୀନ ହୋଇଗଲେ ବାପା ପୁଅ । ଟାଇଟନ ନାମକ ସବମରିନ ଟାଇଟେନିକ ଜାହଜର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ବୋଲି ସ୍ପଷ୍ଟ ହୋଇସାରାଇଛି । ମୃତକଙ୍କ ମଧ୍ୟରେ ଥିଲେ ପାକିସ୍ତାନର ବିଶିଷ୍ଟ ବ୍ୟବସାୟୀ ସେହାଜାଦା ଦାଉଦ ଓ ତାଙ୍କ ପୁଅ ସୁଲେମାନ ଦାଉଦ । 19 ବର୍ଷୀୟ ସୁଲେମାନ 5 ଜଣ ଯାତ୍ରୀଙ୍କ ମଧ୍ୟରେ ସବୁଠାରୁ କମ ବୟସର ଥିଲା ।

ତାଙ୍କର ଅକାଳ ମୃତ୍ୟୁ କାରଣରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସୁଲେମାନଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ସେ ପାଣି ଭିତରକୁ ଯିବାକୁ ଭୟ କରୁଥିଲେ । ହେଲେ ତାଙ୍କ ବାପା ସେହାଜାଦା ସମୁଦ୍ରର ଗଭୀରତା ଦେଖିବାକୁ ବେଶ ଆଗ୍ରହୀ ଥିଲେ । ତେଣୁ ଫାଦର୍ଶ ଡେ ଅବସରରେ ବାପାଙ୍କୁ ଖୁସି କରିବାକୁ ଭୟ ଥିଲେ ବି ଟାଇଟେନିକ ଜାହାଜ ଦେଖିବାକୁ ବାଧ୍ୟ ହୋଇଥିଲେ ସୁଲେମାନ ।

ହେଲେ ତାଙ୍କ ଭୟ ମୃତ୍ୟୁ ରେ ପରିଣତ ହୋଇଥିଲା । ତାଙ୍କ ଘର ଲୋକଙ୍କ କହିବା କଥା ପିଲାଦିନରୁ ସୁଲେମାନ ସାଇନ୍ସ ପଢିବାକୁ ବେଶ ରୁଚି ରଖୁଥିଲେ । ସବୁବେଳେ କିଛି ନା କିଛି ନୂଆ ଜିନିଷ ଜାଣିବାକୁ ଆଗ୍ରହ ରଖୁଥିଲେ । କିନ୍ତୁ ଏଭଳି ଗଭୀର ସମୁଦ୍ର ଭିତରକୁ ଯିବା ପୂର୍ବରୁ ସେ ଅଧିକ ଭୟ କରୁଥିଲେ । ସୁଲେମାନଙ୍କ ବାପା ସେହାଜାଦା ଦାଉଦ ପାକିସ୍ତାନର ଜଣେ ପ୍ରତିସ୍ଥିତି ବିଜନେସମ୍ୟାନ ଥିଲେ ।

ସବୁଠାରୁ ବଡ ଖାଦ୍ଯ କମ୍ପାନୀର ଉପାଧ୍ୟକ୍ଷ ଥିଲେ । ଦୂର ସଂଚାର ଓ କୃଷି ଉପରେ ଆଧାରିତ ଦାଉଦ ହରକ୍ୟୁଲେସ କର୍ପୋରେସନ ଲିମିଟେଡ ମଧ୍ୟ ଦାଉଦ ପରିଚାଳନା କରୁଥିଲେ । ଏହା ସହ ପାକିସ୍ତାନ ଶିକ୍ଷା ପାଇଁ କାମ କରୁଥିବା ଦାଉଦ ଫାଉଣ୍ଡେସନ ମଧ୍ୟ ଚଲାଉ ଥିଲେ । ତେବେ ଅନ୍ୟ 3 ଯାତ୍ରୀଙ୍କ ସହ ପାଣି ଭିତରକୁ ଯିବାର 2 ଘଣ୍ଟା ପରେ ସବମାରିନ ଟାଇଟନ ରେ ଭୀଷଣ ବିସ୍ଫୋରଣ ହୋଇଥିଲା ।

ଫଳରେ ଯାତ୍ରୀଙ୍କ ସହ ଯୋଗାଯୋଗ ନ ହୋଇ ପାରିବାରୁ ଶେଷରେ ସବୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କଥା ସ୍ପଷ୍ଟ କରିଛି ସବମାରିନ ପଠାଇଥିବା କମ୍ପାନୀ ଓସେନ ଗେଟ । ସେହାଜାଦାଙ୍କ ପରିବାର କହିଛନ୍ତି ସମୁଦ୍ର ଭିତରକୁ ଯିବା ପୂର୍ବରୁ ପୁଅ ସୁଲେମାନ ଘର ଲୋକଙ୍କ ସହ କଥା ହୋଇଥିଲେ । କହୁଥିଲେ ତାଙ୍କୁ ବହୁତ ଭୟ ଲାଗୁଛି କିନ୍ତୁ ବାପାଙ୍କ ଖୁସି ପାଇଁ ବାଧ୍ୟ ହେଉଛନ୍ତି ।

ଅନ୍ୟ 3 ବିଦେଶୀ ଯାତ୍ରୀଙ୍କ ସହ ସମୁଦ୍ର ଭିତରକୁ 111 ବର୍ଷ ପୂର୍ବେ ବୁଡି ଯାଇଥିବା ଟାଇଟେନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ଯାଇଥିଲେ ବାପା ସେହାଜାଦା ଓ ପୁଅ ସୁଲେମାନ । ସବୁ ପ୍ରସ୍ତୁରି ସହ ପାଣି ଭିତରକୁ ଅଭିଯାନ ଆରମ୍ଭ କରିଥିଲା ସବମାରିନ ଟାଇଟନ । ହେଲେ ଯିବାର 2 ଘଣ୍ଟା ମଧ୍ୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବିସ୍ଫୋରଣ ହୋଇଥିଲା ।

ଓସେନ ଗେଟ କମ୍ପାନୀ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । 5 ଜଣ ଯାତ୍ରୀଙ୍କୁ ଖୋଜିବାକୁ ଆମେରିକା ଦ୍ଵାରା ବଡ ଧରଣର ଅଭିଯାନ ଆରମ୍ଭ କରିଥିଲା ଆଉ ଅନେକ ଖୋଜାଖୋଜି ପରେ ଟାଇଟନ ର ଭଗ୍ନାଂଶ ମିଳିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।